Below header

ଗଣେଶ ଚତୁର୍ଥୀର ୧୦ ଦିନ ଗଣପତି ବପ୍ପାଙ୍କୁ ଚଢ଼ାନ୍ତୁ ଏହି ୧୦ଟି ଭୋଗ, ମିଳିବ ମନ ମୁତାବକ ବର

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ବ ବିଶେଷ ମହତ୍ତ୍ୱ ରଖିଥାଏ। ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ। ୧୦ ସେପ୍ଟେମ୍ବର ଅର୍ଥାତ୍‌ ଆଜି ପ୍ରଥମ ପୂଜ୍ୟଦେବ ଭଗବାନ ଗଣେଶଙ୍କୁ ସ୍ଥାପନା କରାଯାଇଛି ଏବଂ ଆସନ୍ତା ୧୯ ସେପ୍ଟେମ୍ବର ରବିବାର ଦିନ ଗଣପତି ବପ୍ପାଙ୍କୁ ବିସର୍ଜନ କରାଯିବ।

ଏହି ୧୦ଟି ଦିନ ଗଣପତି ବପ୍ପାଙ୍କୁ ପ୍ରସନ୍ନ କରିବା ପାଇଁ ପୂରା ବିଧି ବିଧାନର ସହ ପୂଜା କରାଯାଇଥାଏ ଏବଂ ଭଗବାନଙ୍କୁ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯାଇଥାଏ। ବିଶ୍ୱାସ କରାଯାଏ, ଏମିତି କରିବା ଦ୍ୱାରା ରିଦ୍ଧି-ସିଦ୍ଧି ଏବଂ ସୁଖ-ସମୃଦ୍ଧିରେ ବୃଦ୍ଧି ଘଟିଥାଏ। ଆସନ୍ତୁ ଜାଣିବା ଗଣେଶ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ୧୦ଟି ଦିନ କି ପ୍ରକାରର ଭୋଗ ଲଗାଯାଇ ପାରିବ।

୧. ଗଣେଶ ଭଗବାନଙ୍କର ମୋଦକ ଅତି ପ୍ରିୟ। ଏଥିପାଇଁ ତାଙ୍କ ଜନ୍ମ ଉତ୍ସବ ଅର୍ଥାତ୍‌ ଗଣେଶ ଚତୁର୍ଥୀ ଦିନ ମୋଦକର ଭୋଗ ଲଗାଇବା ଉଚିତ।

୨. ଧାର୍ମିକ ମାନ୍ୟତା ଅନୁସାରେ, କଦଳୀ ଭୋଗ ଉତ୍ତମ ହୋଇଥାଏ। ଏଥିପାଇଁ ଗଣେଶ ଚତୁର୍ଥୀ ଦିନ ବି ଆପଣ କଦଳୀ ଭୋଗ ଅର୍ପଣ କରିପାରିବେ।

୩. ଗଣପତି ବପ୍ପାଙ୍କୁ ପ୍ରସନ୍ନ କରିବା ପାଇଁ ଖିରି ଭୋଗ ଲଗାନ୍ତୁ। ଏଥିରେ ଚାଉଳ ସହିତ ବାଦାମ, କାଜୁ, ନଡ଼ିଆ ଆଦି ମିକ୍ସ କରି ଏହାକୁ ଆହୁରି ବି ସ୍ୱାଦିଷ୍ଟ ବନାଇ ପାରିବେ।

୪. ଗଣପତିଙ୍କୁ ଆପଣ କ୍ଷୀରରେ ପ୍ରସ୍ତୁତ କଲାକନ୍ଦର ଭୋଗ ମଧ୍ୟ ଲଗାଇ ପାରିବେ।

୫. ଏହାଛଡ଼ା ଲହୁଣୀର ଖିରି ବନାଇ ମଧ୍ୟ ଗଣପତି ବପ୍ପାଙ୍କୁ ଭୋଗ ଲଗାଇ ପାରିବେ।

୬. ଭଗବାନ ଗଣେଶଙ୍କୁ ବାଲ୍‌ ସ୍ୱରୂପରେ ପୂଜା କରିବା ବେଳେ ବେସନର ଲଡୁ ଭୋଗ ଲଗାନ୍ତୁ।

୭. ଗଣପତିଙ୍କ ଭୋଗରେ ଶ୍ରୀଖଣ୍ଡ ବି ବନାଯାଇ ପାରିବ। ଏଥିରେ ଖୁଆ ଏବଂ କେଶର ପକାଇ ପାରିବେ।

୮. ମୋଦକ ଭଳି ଲଡୁ ବି ଗଣପତିଙ୍କର ଅତି ପ୍ରିୟ ଜିନିଷ ହୋଇଥାଏ। ତାଙ୍କୁ ମୋତିଚୁର୍‌ ଲଡୁ ଭୋଗ ଲଗାନ୍ତୁ।

୯. ଗଣପତି ବପ୍ପାଙ୍କୁ ନଡ଼ିଆ ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ।

୧୦. ଭଗବାନ ଗଣେଶଙ୍କର ହଳଦିଆ ରଙ୍ଗ ଅତି ପ୍ରିୟ ହୋଇଥାଏ। ଆପଣ ଏହି ରଙ୍ଗର ମିଠା ମଧ୍ୟ ଅର୍ପଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.