ଅଭିନୟ ଛାଡି ରାଜନୀତି ଆଡକୁ ମନ ବଳାଇଲେଣି କଙ୍ଗନା !

ସିନେମା ଜଗତରେ କଙ୍ଗନା ରାନାୱତ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି। ସେ ଗତ କିଛି ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କଙ୍ଗନା ରାନାୱତଙ୍କ ଫିଲ୍ମ ‘ଥାଲାଇଭି’ ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ କଙ୍ଗନା ସ୍ୱର୍ଗତ ଭେଟେରାନ ରାଜନେତା ଜେ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ଦେଶ, ବିଶ୍ୱ କିମ୍ବା ମନୋରଞ୍ଜନ ଜଗତ ସହ ଜଡିତ ଯେ କୌଣସି ପ୍ରସଙ୍ଗ ହେଉ, କଙ୍ଗନା ରାନାୱତ ନିଜ ମତକୁ ଅତି ଖୋଲାଖୋଲି ଭାବରେ ପ୍ରକାଶ କରିବା ପାଇଁ ବେଶ ଜଣାଶୁଣା ।

କିନ୍ତୁ ଜୟଲଳିତାଙ୍କ ବାୟୋପିକରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କଙ୍ଗନା ରାନାୱତ ରାଜନୈତିକ ଦୁନିଆରେ ପାଦ ଦେବେ କି? ତେବେ ଏକ ରିପୋର୍ଟ ଅନୁଯାୟୀ, କଙ୍ଗନା ରାନାୱତ ତାଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ସମ୍ପୁର୍ଣ୍ଣ ଜନସାଧାରଣଙ୍କ ହାତରେ ଅଛି। ସେ କହିଛନ୍ତି, ‘ମୁଁ ଜଣେ ନେତା ହୋଇପାରିବି କି ନାହିଁ ତାହା ମୋ ହାତରେ ନାହିଁ। ଲୋକଙ୍କ ସମର୍ଥନ ବିନା ଆପଣ ପଞ୍ଚାୟତ ନିର୍ବାଚନ ମଧ୍ୟ କରିପାରିବେ ନାହିଁ।

 

View this post on Instagram

 

A post shared by Kangana Thalaivii (@kanganaranaut)

 

କଙ୍ଗନା ରାନାୱତ କହିଛନ୍ତି, ‘ଯଦି ମୁଁ ରାଜନୀତିରେ ପ୍ରବେଶ କରେ, ତେବେ ଏହା ଲୋକମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ । ମୁଁ ଜଣେ ଜାତୀୟତାବାଦୀ ଏବଂ ମୁଁ ଦେଶ ସହ ଜଡିତ ପ୍ରସଙ୍ଗରେ କଥାବାର୍ତ୍ତା କରେ। ଏହି କାରଣରୁ ଲୋକମାନେ ଭାବନ୍ତି ଯେ ମୁଁ ରାଜନୈତିକ ପ୍ରସଙ୍ଗ ବିଷୟରେ କଥାବାର୍ତ୍ତା କରେ । ମୁଁ ଜଣେ ଦାୟିତ୍ୱ ବାନ ନାଗରିକ ।
ଏହି କାର୍ଯ୍ୟକ୍ରମରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବାର ଅନୁଭବ ବିଷୟରେ ମଧ୍ୟ କହିଛନ୍ତି । ଫିଲ୍ମ କରିବା ପରେ ରାଜନୀତି ବହୁତ କଠିନ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିରେ ତୁମ ବନ୍ଧୁ ଶତ୍ରୁ ପାଲଟିଯାଇଥାନ୍ତି, ଜୀବନ ପ୍ରତି ମଧ୍ୟ ବିପଦ ଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.