ସାହସର ସହିତ ଭୟଙ୍କର କୁମ୍ଭୀରକୁ ଘୋଡ଼ାଇଲେ ବୃଦ୍ଧ, ଥରେ ଦେଖନ୍ତୁ ଭିଡିଓ

ଅଷ୍ଟ୍ରେଲିଆର ଜଣେ ବରିଷ୍ଠ ନାଗରିକ ପବ ଅନରଙ୍କ ବାହାଦୁରିକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି \ ସେ ଫ୍ରାଇଙ୍ଗ ପ୍ୟାନରେ ଏକ ବିରାଟକାୟ କୁମ୍ଭୀରର ମୁକାବିଲା କରି ନିଜର ତଥା ଅନ୍ୟ ମାନଙ୍କର ଜୀବନ ବଂଚେଇ ପାରିଛନ୍ତି | ତାଙ୍କ ସାହସକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି | ଗୋଟେ ପଟେ କୁମ୍ଭୀରକୁ ଦେଖି ଲୋକେ ଭୟ କରୁଥିବା ବେଳେ ଏହି ବୟସ୍କ ବ୍ୟକ୍ତି ଜଣଙ୍କର ଅଦମ୍ୟ ସାହସକୁ ନେଇ ଜୋର ଧରିଛି ଚର୍ଚ୍ଚା | ପ୍ରକୃତରେ ଘଟଣାଟି ଘଟିଛି ଏହିପରି | ଏକ ବଗିଚା ଭିତରେ ଛିଡା ହୋଇଥିବା ବେଳେ ତାଙ୍କ ଆଡକୁ ଏକ କୁମ୍ଭୀର ମାଡି ଆସିଥିଲା \ କୁମ୍ଭୀରଟି ମାଡି ଆସନ୍ତେ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା \ ଏହି ସମୟରେ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସେହି ବୃଦ୍ଧ ଜଣଙ୍କ ନିଜ ହାତରେ ଧରିଥିବା ପ୍ୟାନରେ କୁମ୍ଭୀରକୁ ଘୋଡାଇବାକୁ ଲାଗିଲେ | ଆଉ ଏହା ପରେ ସେହି ଭୟଙ୍କର ଜନ୍ତୁଟି ବିଲେଇ ପରି ଲାଙ୍ଗୁଡ଼ ଜାକି ସେଠାରୁ ପଳାଇଥିଲା |

ରିପୋର୍ଟ ଅନୁଯାୟୀ ଘଟଣା ଅଷ୍ଟ୍ରେଲିଆର ନର୍ଦନ ଟେରିଟୋରିରେ ଘଟିଛି | ଯାହା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି | ଭାଇରଲ ହେଉଥିବା କ୍ଲିପରେ ଆପଣ ଦେଖିପାରିବେ କୁମ୍ଭୀରଟି ଜଣେ ବୟସ୍କ ବୃଦ୍ଧଙ୍କ ଆଡକୁ ମାଡି ଆସୁଛି | ଆଉ ତାପରେ ବୁଢା ଜଣଙ୍କ ହାତରେ ଧରିଥିବା ଫ୍ରାଇଙ୍ଗ ପ୍ୟାନ ଧରି ଘୋଡ଼େଇବାକୁ ଲାଗୁଛନ୍ତି | ଆଉ ତାହା ପରେ ଯାହା ଘଟିଛି ତାହା ଆପଣ ଜାଣିଛନ୍ତି | ଭିଡିଓଟି ଭିନ୍ନ ଭିନ୍ନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | କ୍ଲିପଟିକୁ ଟ୍ୱିଟରରେ @Notdojaa ନାମକ ବ୍ୟକ୍ତି ଜଣଙ୍କ ସେୟାର କରିଛନ୍ତି | ଏହାକୁ 2.6 ମିଲିୟନ ଲୋକ ଦେଖିସାରିଥିବା ବେଳେ 1 ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.