ଏସୀୟ ଭଲିବଲ୍‌ କନଫେଡେରେସନ୍‌ ଚ୍ୟାଲେଞ୍ଜ କପ୍‌ରେ ଭାଗ ନେବ ଭାରତୀୟ ମହିଳା ଦଳ, ଆସନ୍ତାକାଲି ଗସ୍ତ କରିବେ ଥାଇଲାଣ୍ଡ

ଭୁବନେଶ୍ୱର (କେନ୍ୟୁଜ୍‌) : ଥାଇଲାଣ୍ଡରେ ହେବାକୁ ଥିବା ଏସୀୟ ଭଲିବଲ୍‌ କନଫେଡେରେସନ୍‌ ଚ୍ୟାଲେଞ୍ଜ କପ୍‌ରେ ଭାଗ ନେବାକୁ ଭାରତୀୟ ମହିଳା ଭଲି ବଲ୍‌ ଦଳ ଆସନ୍ତାକାଲି ଗସ୍ତ କରିବ । ଆଜି ଟିମ୍‌୍‌ର ଖେଳାଳିମାନଙ୍କ ସହ କୋଚ୍‌ଙ୍କୁ ଭଲିବଲ୍‌ ଫେଡେରେସନ୍‌ର ସଭାପତି ଡ. ଅଚ୍ୟୁତ ସାମନ୍ତ ସମସ୍ତ ଶୁଭେଚ୍ଛା ଜଣାଇଛନ୍ତି।

ଜୁନ୍ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ଜୁନ୍ ୨୯ ତାରିଖ ଯାଏଁ ଚାଲିବ। ୧୬ଟି ଦେଶର ଟିମ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। କିଛି ଦିନ ହେଲା କିଟ୍ ଇଣ୍ଡୋର ଷ୍ଟାଡିୟମରେ ଭାରତୀୟ ଖେଳାଳିମାନେ ଅଭ୍ୟାସ ଜାରି ରଖିଥିଲେ। ଭାରତୀୟ ସିନିୟର ମହିଳା ଭଲିବଲ ଟିମ୍‌୍‌ର ମୁଖ୍ୟ ପ୍ରଶିକ୍ଷକ ଏଠାରେ ତାଲିମ ଦେଉଥିଲେ। ଟ୍ରେନିଂ ସମୟରେ ଖେଳାଳି ଓ କୋଚ୍‌ମାନଙ୍କୁ କିଟ୍ ତରଫରୁ ସମସ୍ତ ସହଯୋଗ କରାଯାଇଥିଲା । ଯାହାକୁ ଖେଳାଳିମାନେ ପ୍ରଶଂସା କରିଛନ୍ତି । ସେମାନେ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟ ନେଇ ଖେଳିବେ ବୋଲି ଖେଳାଳିମାନେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.