ବୁଲି ଆସନ୍ତୁ କଳିଙ୍ଗାଘାଟି, ବର୍ଷା ଦିନେ ଏଠାକାର ସୌନ୍ଦର୍ଯ୍ୟ ଉଟି ଓ ମୋନାଲି ଠାରୁ କିଛି କମ୍ ନୁହେଁ

ବର୍ଷା ଦିନେ କଳିଙ୍ଗାଘାଟିର ସୌନ୍ଦର୍ଯ୍ୟ ଉଟି ଓ ମୋନାଲିର ସୌନ୍ଦର୍ଯ୍ୟ ଠାରୁ କିଛି କମ୍ ନୁହେଁ । ଏଠାରେ ବର୍ଷା ଋତୁରେ ଦେଖି ପାରିବେ ପାହାଡ ଓ ମେଘର ଲୁଚକାଳି ଖେଳ । ଭାସମାନ ବାଦଲ ପାହାଡରେ ପିଟି ହେବାର ସେହି ଅନନ୍ୟ ଦୃଶ୍ୟ । ମେଘକୁ ହାତ ପାହାନ୍ତାରେ ପାଇବାର ଅନୁଭବ ଓ ମେଘ ଭିତରୁ ଗାଡି ଗୁଡିକ ବାହାରୁଥିବାର ଦୃଶ୍ୟ ଅତି ମନ ମୁଗ୍ଧକର ।

ଫୁଲବାଣୀ(କେନ୍ୟୁଜ): ନୈସର୍ଗିକ ପ୍ରକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ କନ୍ଧମାଳକୁ ବୁଝାଏ । ଶୀତ ଦିନ ତଥା ଭୋଜି ଋତୁ ଆସିଲେ ମନେ ପଡେ କନ୍ଧମାଳର ଦାରିଙ୍ଗିବାଡି, ଫୁଲବାଣୀର ଉର୍ମଦଦ, ପୁତୁଡି, ପକଡାଝର ଆଦି ପର୍ଯ୍ୟଟନ କେନ୍ଦ୍ର କଥା । ହେଲେ ବର୍ଷା ଦିନ ଆସିଲେ ମାନେ ସଭିଏଁ ମନେ ପକାନ୍ତି ଓଡିଶାର ଏକମାତ୍ର ସ୍ଥାନ କଳିଙ୍ଗଘାଟିକୁ । ବର୍ଷା ଦିନେ କଳିଙ୍ଗାଘାଟିର ସୌନ୍ଦର୍ଯ୍ୟ ଉଟି ଓ ମୋନାଲିର ସୌନ୍ଦର୍ଯ୍ୟ ଠାରୁ କିଛି କମ୍ ନୁହେଁ ।

ଏଠାରେ ବର୍ଷା ଋତୁରେ ଦେଖି ପାରିବେ ପାହାଡ ଓ ମେଘର ଲୁଚକାଳି ଖେଳ । ଭାସମାନ ବାଦଲ ପାହାଡରେ ପିଟି ହେବାର ସେହି ଅନନ୍ୟ ଦୃଶ୍ୟ । ମେଘକୁ ହାତ ପାହାନ୍ତାରେ ପାଇବାର ଅନୁଭବ ଓ ମେଘ ଭିତରୁ ଗାଡି ଗୁଡିକ ବାହାରୁଥିବାର ଦୃଶ୍ୟ ଅତି ମନ ମୁଗ୍ଧକର । ଗିରିରାଜ କିମ୍ବା ଘାଟିରାଜ କଳିଙ୍ଗା ଓଡିଶାର ଘାଟି ମାନଙ୍କ ଭିତରେ ବେଶ୍ ପରିଚିତ । ହେଲେ ବର୍ତମାନ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ଜଣାଶୁଣା । ବର୍ଷା ଦିନ ଆସିଲେ କଳିଙ୍ଗା ଘାଟିର ସୌନ୍ଦର୍ଯ୍ୟ ଦ୍ଵିଗୁଣିତ ହୋଇଯାଏ । ମେଘ ପାହଡର ଲୁଚକାଳି ଖେଳ, ଆଉ ମେଘ ସବାରୀରେ ବସି କଳିଙ୍ଗାର ପାହାଡ ଗୁଡିକ ସତେ ଯେପରି ଆକାଶରେ ଭାସୁଥିବାର ନଜାରା ନଦେଖିଲେ ଅନୁଭବ କରିବା ଅସମ୍ଭବ । ଏହାସହ ଭାସମାନ ବାଦଳ ଗୁଡିକ ଆସି ସେମାନଙ୍କୁ ପିଟି ହୋଇଯାଇଥାନ୍ତି । ସତେ ଗାଡି ମୋଟର ଗୁଡିକ ଯେମିତି ରାସ୍ତାରୁ ନୁହେଁ ବରଂ ମେଘ ଭିତରୁ ବାହାରି ଆସୁଥିବା ଭଳି ଲାଗିଥାଏ ।

ଏଭଳି କିଛି ଦୃଶ୍ୟ ଏଠାରେ ସବୁଠାରୁ ନିଆରା ଲାଗିଥାଏ । ଯେ କୌଣସି ଯାତ୍ରୀ ଏପଟେ ଗଲେ ଗାଡି ରାଖି ଏସବୁର ମଜା ନେବାକୁ ଭୁଲନ୍ତି ନାହିଁ । ଖାଲି ସେତିକି ନୁହେଁ ସେଲଫି ନେବାଟା ତ ନିହାତୀ ଜରୁରୀ। ବୋଧହୁଏ ଏହି କାରଣ ପାଇଁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ନିଜର ସାହିତ୍ୟ ସାଧନ ପାଇଁ ଏହି କଳିଙ୍ଗାଘାଟିକୁ ଚୟନ କରିଥିଲେ । ଆଉ ଏହି କାରଣ ପାଇଁ ସୁପର ହିଟ ହିନ୍ଦୀ ଚଳଚିତ୍ର ଭିଗୀ ପାଲକେ ଏଠାରେ ଶୁଟିଙ୍ଗ ହୋଇଥିଲା ।

କଳିଙ୍ଗଘାଟି ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇନାହିଁ, କିନ୍ତୁ ଓଡିଶାର ପର୍ଯ୍ୟଟକ ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇ ସାରିଛନ୍ତି । ସରକାର ଯଦି ଏଠାରେ ଆନୁଷଙ୍ଗିକ ସୁବିଧା ଯଥା ପାଣି, ଆଲୁଅ, ଆଶ୍ରୟ ସ୍ଥଳ ,ୱାଚ ଟାୱାର ନିର୍ମାଣ କରନ୍ତେ ତେବେ ଆହୁରି ପର୍ଯ୍ୟଟକ କଳିଙ୍ଗା ଘାଟିକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପୋଭଗ କରିପାରନ୍ତେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.