କାଲିଫର୍ନିଆ ହ୍ରଦରେ ପୁଣି ଖୋଲିଲା ‘ନର୍କଦ୍ୱାର’! ଯେଉଁଠିକୁ ଗଲେ ଫେରନ୍ତିନି କେହି; ଜାଣନ୍ତୁ କ’ଣ ରହିଛି ସତ୍ୟତା

ଯୁକ୍ତରାଷ୍ଟ୍ର ଆମେରିକାର ଏକ ହ୍ରଦରେ ରହିଛି ବିଚିତ୍ର ପ୍ରକାରର ଗର୍ତ୍ତ, ଯାହାକି ଚରଖା ସଦୃଶ ଜଳ ଭଉଁରୀ ହୋଇଥାଏ। ଏବେ ଏହି ଗର୍ତ୍ତ ପୁଣିଥରେ ଖୋଲିଛି। କାଲିଫର୍ନିଆର ପୂର୍ବ ନାପା ଘାଟିରେ ଅବସ୍ଥିତ ବେରୈସା ହ୍ରଦରେ ଏଭଳି ରହସ୍ୟମୟ ଗର୍ତ୍ତ ଦେଖିବାକୁ ମିଳିଥାଏ। ରିପୋର୍ଟ ମୁତାବକ, ଜଳସ୍ତର ବଢ଼ିଯିବା ପରେ ଏବେ ୭୨ ଫୁଟ ଚଉଡ଼ାର ଏହି ବିଶାଳକାୟ ଗର୍ତ୍ତ ପୁଣି ଖୋଲି ଯାଇଛି। ଅତିରିକ୍ତ ପାଣି ଏହି ଗର୍ତ୍ତ ଭିତରକୁ ପଶି ଭୟଙ୍କର ଜଳ ଭଉଁରୀ ସୃଷ୍ଟି କରିଛି।

ଏହି ଭଉଁରୀକୁ ‘ଗ୍ଲୋରୀ ହୋଲ୍‌’ ବା ‘ନର୍କଦ୍ୱାର’ ମଧ୍ୟ କୁହାଯାଇଥାଏ। ବର୍ତ୍ତମାନ ହ୍ରଦର ଜଳସ୍ତର ବଢ଼ି ୪.୭ ମିଟରରୁ ଉପରକୁ ଉଠି ଯାଇଛି। ତେଣୁ ପାଖାପାଖି ୧,୩୬୦ କ୍ୟୁବିକ୍‌ ମିଟର ପାଣି ପ୍ରତି ସେକେଣ୍ଡରେ ଗର୍ତ୍ତ ଭିତରକୁ ପଶୁଛି। ତେବେ ରିପୋର୍ଟ କହୁଛି ଯେ ଇଞ୍ଜିନିୟରମାନେ ଜାଣିଶୁଣି ଏହି ବିଶାଳକାୟ ଗର୍ତ୍ତକୁ ୧୯୫୦ ଦଶକରେ ତିଆରି କରିଥିଲେ, ଯାହାର ଉପଯୋଗ ନଦୀବନ୍ଧରୁ ଜଳ ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ କରାଯାଉଛି।

୨୦୧୭ରେ ‘ଗ୍ଲୋରୀ ହୋଲ୍‌’ ଶହ ଶହ ଦର୍ଶକଙ୍କୁ ଆକର୍ଷିତ କରିଥିଲା, ଯେଉଁମାନେ ଗର୍ତ୍ତ ଖୋଲିବାର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଆସିଥିଲେ। ସୂଚନାଥାଉ କି, ହ୍ରଦ ୧୧ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୮ରେ ନିଜର ପୂରା କ୍ଷମତା ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ପ୍ରବଳ ବର୍ଷା କାରଣରୁ ୨୦୧୯ରେ ଜଳସ୍ତର ବଢ଼ି ଗର୍ତ୍ତ ଖୋଲି ଯାଇଥିଲା। ସ୍ଲିପ୍‌େଓ୍ଵରେ ଅତିରିକ୍ତ ଜଳ ପ୍ରବାହ ଆରମ୍ଭ ହେବା ପୂର୍ବରୁ ବେରୈସା ହ୍ରଦ ପାଖାପାଖି ୫୨ ବିଲିୟନ ଗ୍ୟାଲନ ପାଣି ଧାରଣ କରିପାରେ।

କହି ରଖୁଛୁ, ୧୯୯୭ରେ ଏହି ଜଳ ଭଉଁରୀରେ ଫସିଯିବା ପରେ ଜଣେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା, ଯାହାପରେ ସୁରକ୍ଷା ଉପାୟ ଆପଣା ଯାଇଥିଲା। ଗର୍ତ୍ତଟିକୁ ବନ୍ଦ କରି ଦିଆଯାଇଥିଲା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନୌକା ବିହାରକୁ ବି ରୋକି ଦିଆଯାଇଥିଲା। ଆଜି ପ୍ରତିବନ୍ଧକ ହେତୁ ପର୍ଯ୍ୟଟକ ‘ଗ୍ଲୋରୀ ହୋଲ୍‌’ ପର୍ଯ୍ୟନ୍ତ ଯାଉ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.