ଓଭର ୱେଟ୍ କହି ଛାଡ଼ିଲେ ସ୍ବାମୀ , ଜିଦିରେ ବଡି ବନାଇ ହେଲେ ଚାମ୍ପିୟନ୍

ସୁନ୍ଦରତା ମଣିଷଙ୍କ ରଙ୍ଗ-ରୁପ ଏବଂ ଶାରୀରିକ ଗଠନ ହିସାବରେ ନଥାଏ। ବରଂ ମଣିଷଙ୍କର ସ୍ବଭାବ କରିଥାଏ ତାଙ୍କୁ ସମସ୍ତ ମଧ୍ୟରେ ଭିନ୍ନ। କିନ୍ତୁ ବର୍ତ୍ତମାନର ଦୁନିଆ ସର୍ବ ପ୍ରଥମେ ଶରୀରିକ ଗଠନ ଉପରେ ନଜର ପକାଇଥାଏ। କିନ୍ତୁ ଏହି ବାକ୍ୟକୁ ଭୁଲ ପ୍ରମାଣିତ କରିଛନ୍ତି ତାମିଲନାଡ଼ୁରେ ରହୁଥିବା ରୁବି। କାରଣ ତାଙ୍କୁ ମୋଟା କହି ତାଙ୍କ ସ୍ବାମୀ ଛାଡ଼ି ପଳାଇଥିଲେ। ଯାହା ପରେ ସମାଜର ଅନେକ କଥା ରୁବିଙ୍କୁ ଶୁଣିବାକୁ ପଡ଼ିଥିଲା। କିନ୍ତୁ ନିଜର ଆତ୍ମବିଶ୍ବାସ ବଳରେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ପାଲଟିଛନ୍ତି ରୁବି ଏବେ ପାଲଟି ଯାଇଛନ୍ତି ଫିଟନେସ ଚାମ୍ପିୟନ୍ ଏବଂ ଜିତିଛନ୍ତି ମେଡାଲ।

champion

ଚାମ୍ପିୟନ୍ ରୁବିଙ୍କ ଅନୁଯାୟୀ, ମୋ ସ୍ବାମୀ ମତେ କହିଥିଲେ ତାଙ୍କର ମୋ ପ୍ରତି ଆଉ ରୁଚି ରହିନାହିଁ କାରଣ ମୋ ମୋଟା। ଏହା ମତେ ବହୁତ ବାଧିଥିଲା। ଏହାପରେ ମୁଁ ମୋ ଫିଟନେସରେ ଧ୍ୟାନ ଦେବାକୁ ନିର୍ଣ୍ଣୟ ନେଲି ଏବଂ ଓଜନ କମ କରିବା ପାଇଁ ବିଭିନ୍ନ ପ୍ରକାର ବ୍ୟାୟାମ କଲି। ଏହା ବହୁତ କଠିନ ଥିଲା କାରଣ ଏବେ ମୋର ୬ବର୍ଷର ପୁଅ ରହିଛି। କିନ୍ତୁ ମୁଁ ଏହାକୁ ସମ୍ଭବପର କରିପାରିଲି କାରଣ ମୁଁ ନିଜ ଲକ୍ଷକୁ ସଠିକ୍ ଭାବେ ନିର୍ଦ୍ଦାରିତ କରିଥିଲେ।

ଓଜନ କମ କରିବା ଏବଂ ନିଜକୁ ଫିଟ ରଖିବା ପାଇଁ ରୁବିଙ୍କୁ ବହୁତ ମହଙ୍ଗା ସପ୍ଳିମେଣ୍ଟର ଆବଶ୍ୟକ ହେଉଥିଲା। ଯାହା ପାଇଁ ତାଙ୍କ ପାଖରେ ଟଙ୍କା ରହୁନଥିଲା। ଏଥିପାଇଁ ସେ ଜୁମ୍ବୋ ଶିଖାଇବା ସହ ଟଙ୍କା ରୋଜଗାର କରୁଥିଲେ। ସେ ବର୍ତ୍ତମାନ ପର‌୍ୟ୍ୟନ୍ତ ଆସାମ ଏବଂ କେରଳର ବଡ଼ିବଲଡ଼ିଂ ପ୍ରତିଯୋଗୀତାରେ ଭାଗ ନେବା ସହ ରାଜ୍ୟ ସ୍ତରରେ ପୁରସ୍କାର ହାସଲ କରିଛନ୍ତି। ଏବେ ସେ ତାମିଲନାଡ଼ୁ ତରଫରୁ ବଡ଼ିବିଲଡ଼ିଂରେ ଭାଗ ନେଉଥିବା ପ୍ରଥମ ମହିଳା ଭାବେ ଜଣାଯାଉଛନ୍ତି। ରୁବିଙ୍କ ଲକ୍ଷ୍ୟ ମିସ ଇଣ୍ଡିଆର ପୁରସ୍କାର ନିଜ ନାମ କରିବା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.