ମଇଁଷିର ଇଣ୍ଟରଭ୍ୟୁ ନେଲେ ପାକ୍‌ ରିପୋର୍ଟର, ଦେଖନ୍ତୁ କେମିତି ଭାବିଚିନ୍ତି ଉତ୍ତର ଦେଉଛି ମଇଁଷି

ମଇଁଷି ଦେଉଛି ଇଣ୍ଟରଭ୍ୟୁ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଏବେ ମଇଁଷିର ଇଣ୍ଟରଭ୍ୟୁ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ପ୍ରଶ୍ନଠୁ ଅଧିକ ମଜାଦାର ଲାଗୁଛି ମଇଁଷିର ଉତ୍ତର। ମଇଁଷିର ଏହି ନିଆରା ଇଣ୍ଟରଭ୍ୟୁ ନେଇଚନ୍ତି ପାକିସ୍ତାନର ଜଣେ ରିପୋର୍ଟର।

ମଇଁଷିର ଇଣ୍ଟରଭ୍ୟୁ ନେଉଥିବା ପାକ୍‌ ସାମ୍ବାଦିକଙ୍କ ନାଁ ହେଉଛି ଅମୀନ୍‌ ହଫିଜ୍‌। ସେ ମଇଁଷିକୁ ପ୍ରଶ୍ନ କରୁଛନ୍ତି- ଆପଣଙ୍କୁ ଲାହୋର କେମିତି ଲାଗିଲା? ଏହା ପରେ ସେ ପଚାରୁଛନ୍ତି- ଲାହୋରର ଖାଇବା ଭଲ ନା ଆପଣଙ୍କ ଗାଁର? ତେବେ ଉଭୟ ପ୍ରଶ୍ନର ଉତ୍ତର ମଇଁଷି ମଧ୍ୟ ଅତି ଭାବିଚିନ୍ତି ଦେଉଛି। ଯାହା ଇଣ୍ଟରନେଟ୍‌ରେ ଖୁବ୍‌ ପସନ୍ଦ କରାଯାଉଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ସାମ୍ବାଦିକା ନୈଲା ଇନାୟତ୍‌ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି- Now what is Eid without Amin Hafeez interviewing cattle…ହି ଭିଡିଓକୁ ଏବେ ଯାଏଁ ୮.୯ ହଜାର ଥର ଦେଖାସରିଲାଣି। ଲୋକମାନେ ଏଥିରେ ଅନେକ ମଜାଳିଆ କମେଣ୍ଟ ବି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.