ମୁକ୍ତା ଚାଷ କରି ମହିଳାମାନଙ୍କୁ କରୁଛନ୍ତି ସ୍ଵାବଲମ୍ବୀ, ପ୍ରେରଣା ପାଲଟିଛନ୍ତି ଏହି ଉଚ୍ଚ ଶିକ୍ଷିତ ଯୁବକ

ରେଢାଖୋଲର ଜଣେ ଉଚ୍ଚଶିକ୍ଷିତ ଯୁବକ । ଯିଏ ୟୁଟ୍ୟୁବ୍‌ ରୁ ମୁକ୍ତା ଚାଷ ସମ୍ପର୍କରେ ଜାଣି ତାକୁ ଭଲରେ ବୁଝି, ଏବେ ଗାଁ ମହିଳା ସଂଘର ସହାୟତାରେ କରିଛନ୍ତି ଏହି ମୁକ୍ତା ଚାଷ । ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରେଢାଖୋଲ ବ୍ଲକ,ବଡମାଳ ପଂଚାୟତର ଉଚ୍ଚଶିକ୍ଷିତ ରମେଶ ମାଝୀ ।

ରେଢାଖୋଲ (କେନ୍ୟୁଜ): ସମୁଦ୍ରର ଶାମୁକାରୁ ମୁକ୍ତା ସଂଗ୍ରହ କରିବା କଥା ଆପଣ ଜାଣିଥିବେ ହେଲେ ନିଜ ଘର ଅଗଣାରେ ଶାମୁକା ଚାଷ କରି ସେଥିରୁ ମୁକ୍ତା ବାହାର କରିବା କଥାଟି ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚୟ । ଆଶ୍ଚର୍ଯ୍ୟ ଲାଗିବା କଥା । ରେଢାଖୋଲର ଜଣେ ଉଚ୍ଚଶିକ୍ଷିତ ଯୁବକ । ଯିଏ ୟୁଟ୍ୟୁବ୍‌ ରୁ ମୁକ୍ତା ଚାଷ ସମ୍ପର୍କରେ ଜାଣି ତାକୁ ଭଲରେ ବୁଝି, ଏବେ ଗାଁ ମହିଳା ସଂଘର ସହାୟତାରେ କରିଛନ୍ତି ଏହି ମୁକ୍ତା ଚାଷ। ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରେଢାଖୋଲ ବ୍ଲକ,ବଡମାଳ ପଂଚାୟତର ଉଚ୍ଚଶିକ୍ଷିତ ରମେଶ ମାଝୀ ।

ସାଧାରଣତଃ ସମୁଦ୍ରର ଲୁଣିଆ ପାଣିରୁ ଶାମୁକାରୁ ମୁକ୍ତା ସଂଗ୍ରହ କରାଯାଇଥାଏ । କିନ୍ତୁ ରମେଶ ମାଝୀ କୌଣସି ସରକାରୀ ତାଲିମ ନନେଇ ମୋବାଇଲରେ ୟୁଟ୍ୟୁବ୍‌ ଦେଖି ସେଥିରୁ ଅନୁପ୍ରାଣିତ ହୋଇ ନିଜ ଗାଁ ଘର ଅଗଣାରେ କୃତ୍ରିମ ଉପାୟରେ ମୁକ୍ତା ଚାଷ କରି ଏକ ଉଦାହରଣ ସାଜିଛନ୍ତି । ସବୁଠୁ ବଡ କଥା ଏହି ଚାଷରେ କେବଳ ନିଜେ ନିୟୋଜିତ ହୋଇଛନ୍ତି ତାହା ନୁହେଁ ବରଂ ଗାଁ ମହିଳା ସଂଘକୁ ମଧ୍ୟ ଏଥିରେ ସାମିଲ କରି ସେମାନଙ୍କୁ ସ୍ଵାବଲମ୍ବୀ କରିବା ସହ ନିଜେ ଅନ୍ୟମାନଙ୍କ ପାଇଁ ଏବେ ପ୍ରେରଣା ସାଜିଛନ୍ତି।

mukta

ପ୍ରତ୍ୟକ ଦିନ ସାମୁକାରୁ ସିଉଳି ସଫାକରିବା, ଔଷଧ,ଖାଦ୍ୟ ଦେବା ,ଅମ୍ଳଜାନ ଦେବା ଏପରିକି ପାଣିର ଆଦ୍ରତା ପ୍ରତି ଗୁରୁତ୍ୱ ଦେବା ଭଳି କାମ ସବୁ ମହିଳା ମାନେ କରୁଛନ୍ତି । ଆଜିକୁ ୩ମାସ ହେଲାଣି ଏହି ମୁକ୍ତାଚାଷ ଆରମ୍ଭ ହୋଇଛି ୧୮ମାସ ପରେ ସମ୍ପୂର୍ଣ୍ଣ ମୁକ୍ତା ବିକ୍ରି ଉପେଯାଗୀ ହୋଇଗଲା ପରେ ବଜାରକୁ ଗଲେ ଏହାର ଖର୍ଚ୍ଚର ତିନିଗୁଣା ଲାଭ ମିଳିବ ବୋଲି ମହିଳା ମାନେ କହିଛନ୍ତି । ଛୋଟବେଳୁ କିଛି ନୂଆ କରିବାର ପ୍ରୟାସ ଓ ଚାଷ କରିବାର ଆଗ୍ରହ ଆଜି ତାଙ୍କୁ ଏଭଳି ଏକ ଚାଷ କରିବାକୁ ପ୍ରେରଣା ଦେଇଥିବା କଥା କହିଛନ୍ତି ରମେଶ ମାଝୀ ।

କମ୍ ଖର୍ଚ୍ଚରେ ମୁକ୍ତାଚାଷ କରିବା ପାଇଁ ସୌରଶକ୍ତିରେ ୨୪ ଘଣ୍ଟିଆ ଅମ୍ଳଜାନ ଯୋଗାଇବା, ସିସିଟିଭି ଲଗାଇବା, ବିଜୁଳି ବଲ ଲଗାଇବା ଭଳି ବ୍ୟବସ୍ଥା କରିଛନ୍ତି । ମା ଟିକିରା ଗୋସାଇଁ ସ୍ଵୟଂ ସହୟକ ଗୋଷ୍ଠିର ୧୦ଜଣ ମହିଳାଙ୍କୁ ଏଥିରେ ସାମିଲ କରି ସେମାନଙ୍କୁ ରୋଜଗାର ବାଟ ଦେଖାଇଛନ୍ତି ରମେଶ । ଏହାକୁ ଦେଖିବାକୁ ସବୁ ଆଡୁ ଲୋକମାନେ ମଧ୍ୟ ଆସୁଛନ୍ତି ।

ତେବେ ମହିଳା ମାନଙ୍କୁ ନେଇ ରମେଶ ମାଝୀଙ୍କ ଏଭଳି ପ୍ରୟାସକୁ  ସଭିଏଁ ପ୍ରଶଂସା କରିଛନ୍ତି ।  ସବୁଠୁ ବଡକଥା ହେଲା ମୁକ୍ତା ବିକ୍ରି କରିବା ପାଇଁ ଓଡିଶାରେ ବଜାର ବ୍ୟବସ୍ଥା ନାହିଁ । ତେବେ ସରକାର ଏଭଳି ଲାଭଦାୟକ ଚାଷକୁ ପ୍ରହସନ ଦେବା ସହ ବଜାର ବ୍ୟବସ୍ଥା କରିବାକୁ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.