ଭାରତର ଅଦ୍ଭୁତ ଗାଁ ତ୍ରିଲୋକୀ, ଯେଉଁଠି ପିଆଜ ରସୁଣ ଖାଇବା ବ୍ୟାନ୍‌

କଥାରେ ଅଛି ଗରିବ କଂସାର ସାଥି ପିଆଜ। ଘରେ କିଛି ଥାଉ କିମ୍ବା ନଥାଉ ପଖାଳ ଓ ଲୁଣ, ପିଆଜ ହେଲେ ଗରିବ ଲୋକଟି ଖାଇ କାମ କରିବାକୁ ଯାଇଥାଏ। ପ୍ରତ୍ୟେକ ରୋଷେଇ ଘରେ ପିଆଜ ନିଶ୍ଚିତ ଥିବ। ପିଆଜ ବିନା କୌଣସି ତରକାରୀ କରିବା ଟିକେ ମୁସ୍କିଲ। କୌଣସି ମସଲାଯୁକ୍ତ ତରକାରୀର ସ୍ୱାଦ ବଢାଇଥାଏ ପିଆଜ। କେବଳ ସେତିକି ନୁହେଁ ପିଆଜ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପିଆଜ ପ୍ରତ୍ୟେକ ତରକାରୀରେ ଆବଶ୍ୟକ ହୋଇଥାଏ। ପିଆଜ ଓ ରସୁଣ ବିନାସବୁ ତରକାରୀ ଫିକା ଲାଗିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଭାରତରେ ଏମିତି ଏକ ଗାଁ ଅଛି, ଯେଉଁଠି ପିଆଜ ଓ ରସୁଣ ଖାଇବା ବ୍ୟାନ୍‌ ରହିଛି।

ଭାରତରେ ଏମିତି ଏକ ଗାଁ ବିହାରରେ ରହିଛି। ବିହାରର ଜହାନାବାଦ ଜିଲ୍ଲାରୁ ୩୦ କିମି ଦୂରରେ ଥିବା ତ୍ରିଲୋକୀ ଗାଁରେ ଲୋକେ ପିଆଜ ଖାଆନ୍ତି ନାହିଁ। କେବଳ ସେତିକି ନୁହେଁ, ଏଠିକାର ପିଆଜ ଓ ରସୁଣ ବଜାରରୁ ଆଣିବା ମଧ୍ୟ ବାରଣ କରାଯାଇଛି। ଗାଁ ଲୋକଙ୍କ କହିବାନୁସାରେ, ଏହି ଗାଁ ଲୋକଙ୍କର ପୂର୍ବଜ ପିଆଜ ରସୁଣ ଖାଆନ୍ତି ନାହିଁ। ଏମିତି ଏକ ପରମ୍ପରା ରହିଛି, ଯାହାକୁ ଗାଁ ଲୋକେ ଭାଙ୍ଗି ପାରୁନାହାନ୍ତି।

୩୦ରୁ ୩୫ ଘର ରହିଥିବା ଏହି ଗାଁର ଅଧିକାଂଶ ଘରର ଯାଦବ ଜାତିର। ସେମାନେ ମଧ୍ୟ ପିଆଜ ରସୁଣ ଖାଆନ୍ତି ନାହିଁ। ଏହି ଗାଁର ଲୋକଙ୍କ କହିବାଯାୟୀ, ଏହି ଗାଁରେ ଏକ ମନ୍ଦିର ରହିଛି, ଯାହାକୁ ଠାକୁରବାଡି କୁହାଯାଏ। ଏହି ମନ୍ଦିରର ଦେବତାଙ୍କୁ ଅଭିଶାପ ଯୋଗୁଁ ସେମାନଙ୍କୁ ପିଆଜ ରସୁଣ ଖାଇବା ମନା। ଗାଁ ଲୋକ ଦାବି କରନ୍ତି କି, ଏଠାରେ ରହୁଥିବା ମହିଳାଙ୍କ ଅନୁସାରେ ଅନେକ ବର୍ଷ ପୂର୍ବେ ଗୋଟିଏ ପରିବାର ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ଯାହା ପରିଣାମ ସ୍ୱରୂପ ତାଙ୍କ ଘରେ ଅନେକ ଅଶୁଭ କାମ ହେଲା। ସେବେ ଠାରୁ ଏହି ଗାଁରେ କେହି ବି ପିଆଜ ରସୁଣ ଖାଇବା ଭୁଲ୍‌ କରେ ନାହିଁ। ଗାଁର ମୁଖିଆଙ୍କ ଅନୁସାରେ ଏହି ଗାଁରେ ୩୫ ଲୋକଙ୍କ ପରିବାର ରୁହନ୍ତି। ଏହି ଗାଁରେ ପିଆଜ ରସୁଣ ନୁହେଁ ବରଂ ମାଂସ ଏବଂ ମଦ ମଧ୍ୟ ବ୍ୟାନ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.