ଆଗକୁ ବିମାନ ଦୁର୍ଘଟଣା ବଢିବ, ଏଲିଏନ୍‌ସଙ୍କୁ ନେଇ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ

ପୁଣି ଅନ୍ୟ ଗ୍ରହର ଜୀବ ବା ଏଲିଏନ୍ସକୁ ନେଇ ଚର୍ଚ୍ଚା ଉଠିଲାଣି । ଅନେକଙ୍କର କହିବା କଥା କି ଏଲିଅନ୍ସଙ୍କ ଅସ୍ତିତ୍ୱ ଅଛି । ସେମାନଙ୍କ ଭିତରୁ କିଛି ଲୋକ ଏଲିଏନ୍‌ଙ୍କୁ ଦେଖିଥିବା ମଧ୍ୟ ଦାବି କରନ୍ତି । ଯେତେବେଳେ କି ଅନେକ ଏହାକୁ କାଳ୍ପନିକ ବୋଲି ବାରମ୍ବାର କହି ଚାଲିଛନ୍ତି । ଏମିତିରେ ଏଲିଅନ୍ସକୁ ନେଇ ବିଭିନ୍ନ ପ୍ରକାରର ଫିଲ୍ମ ମଧ୍ୟ ତିଆରି ହୋଇଛି, ଅନେକ ବହି ମଧ୍ୟ ଲେଖା ଯାଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ସବୁବେଳେ ଚର୍ଚ୍ଚା । ଏସବୁ ଭିତରେ କରୋନା ସମୟରେ ଅଚାନକ ଆମେରିକା ଉପରେ ଏକ ଦୋଷ ଦିଆଯାଇଥିଲା କି ଆମେରିକା ଏଲିଏନ୍ସଙ୍କୁ ନେଇ ପ୍ରମାଣ ଲୁଚାଉଛି । ଯେଉଁଥିରେ ଅଧିକାଂଶ ଅଫିସର ସାମିଲ ରହିଥିଲେ ।

ଏବେ ଆମେରିକାର ଜଣେ ଜନପ୍ରତିନିଧି ଟିମ୍‌ ବୁଚାରେଚଟ୍‌ ଦାବି କରିଛନ୍ତି କି ଆଗାମୀ ଦିନରେ ଆକାଶରେ ଅଧିକ ବିମାନ ଦୁର୍ଘଟଣା ଘଟିବ । ଉଡାଜାହାଜ ସ୍ଥାନରେ ୟୁଏଫଓର କବଜା ଥିବ । ଆଉ ବିମାନ ସହ ୟୁଏଫଓର ଧକ୍କା ହେବା କାରଣରୁ ଘଟିବ ଏସବୁ ଦୁର୍ଘଟଣା । ଏଭଳି କହି ଟିମ ଲୋକଙ୍କୁ ସତର୍କ କରାଇଛି ।

ଟିମ୍‌୍‌ଙ୍କ କହିବା ଅନୁସାରେ ଆଉ କିଛି ଦିନ ପରେ ହିଁ ଦୁନିଆକୁ ଏଭଳି ସ୍ଥିତିର ସାମନା କରିବାକୁ ପଡ଼ିବ । ଯେତେବେଳେ ଆକାଶରେ କେବଳ ୟୁଏଫଓର ଉଡାଣ ଦେଖିବାକୁ ମିଳିବ । ମଣିଷ ନିଜର ପ୍ଲେନ ଉଡାଇ ପାରିବେ ନାହିଁ । କାରଣ ତାହା ୟୁଏଫଓ ସହ ଧକ୍କା ଲାଗି କ୍ରାସ ହୋଇଯିବ । ଯାହାକୁ ନେଇ ସେନାକୁ ମଧ୍ୟସ୍ଥତା କରିବାକୁ ହେବ । ୫୭ ବର୍ଷ ବୟସ୍କ ଟିମ କହିଛି କି ଏମିତିରେ ତ ନାସା ଏଲିଏନ୍ସଙ୍କ ସାମନା କରିବା ପାଇଁ ବିଭିନ୍ନ ଯୋଜନା ରଖିଛି କିନ୍ତୁ ତାହା ଯଥେଷ୍ଟ ନୁହେଁ ।

ପୂର୍ବରୁ ବି ଆମେରିକା ସରକାର ଉପରେ ଏଲିଏନ୍ସ ବିଷୟରେ ସୂଚନା ଲୁଚାଇବା ନେଇ ଅଭିଯୋଗ ରହିଛି । ଆଉ ଏବେ ଟିମ କହିଛନ୍ତି କି ସରକାର ଏଲିଏନସଙ୍କୁ ନେଇ ସବୁକିଛି ସୂଚନା ଓ ପ୍ରମାଣ ସାଧାରଣରେ ପ୍ରକାଶ କରିବା ଉଚିତ । ଏପର୍ଯ୍ୟନ୍ତ ଦେଖା ଦେଇଥିବା ଯେତେ ୟୁଏଫଓ ରେକର୍ଡ୍ସ ଓ ଏଲିଏନ୍ସ ସହ ସଂପୃକ୍ତ ସମସ୍ତ ସୂଚନା ଲୋକେ ଜାଣିବା ନିହାତି ଦରକାର । ଫଳରେ ଲୋକେ ବି ସତର୍କ ହେବେ ଏବଂ ସେମାନେ ଆଗକୁ କଣ କରିବେ, କିପରି ଏହାକୁ ସାମନା କରିବେ ସେ ବିଷୟରେ ଜାଣି ପାରିବେ । ଟିମ ଆମେରିକା ସରକାରଙ୍କ ଉପରେ ଆଙ୍ଗୁଳି ଉଠାଇ ଆଉ କହିଛନ୍ତି। ଯଦି ପବ୍ଲିକ ପାଖରେ ସତ ଲୁଚାଯିବ ତେବେ ଆଗକୁ ଏହାର ଫଳାଫଳ ଅତି ଭୟଙ୍କର ହେବ । ତେଣୁ ସତକୁ ଦେଖାଇବା ବହୁତ ଜରୁରୀ ।

ତେବେ ଦର୍ଶକବନ୍ଧୁ ଏହା କେତେ ଦୂର ସତ ତାହା ତ ପରବର୍ତ୍ତୀ ସମୟ ହିଁ କହିବ । କିନ୍ତୁ ଯଦି ଏଭଳି ଘଟଣା ପ୍ରକୃତରେ ଘଟିବାକୁ ଯାଉଛି ତେବେ ତ ନିଶ୍ଚୟ ସାଂଘାତିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.