ମହିଳା ଖେଳାଳିଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ୨୫ ଫୁଟ ଛାତ ଉପରୁ ଠେଲି ଦେଲେ

ଚଣ୍ଡିଗଡ଼ : ଜଣେ ମହିଳା ବାସ୍କେଟ ବଲ୍‌ ଖେଳାଳିଙ୍କ ସହ ଘଟିଛି ଅତି ଦୟନୀୟ ଘଟଣା । ପଞ୍ଜାବର ମୋଗା ଜିଲ୍ଲାରେ ଏହି ୧୮ ବର୍ଷ ବୟସ୍କା ଯୁବତୀଙ୍କୁ ତିନି ଜଣ ଯୁବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ତେବେ ଝିଅଟି ତୀବ୍ର ବିରୋଧ କରିବାରୁ ସେମାନେ ଏଥିରେ ସଫଳ ହୋଇନଥିଲେ । ତେଣୁ ଧରାପଡ଼ିଯିବା ଭୟରେ ଝିଅଟିକୁ ଷ୍ଟାଡିୟମ୍‌ ଛାତ ଉପରେ ଠେଲି ଦେଲେ । ଫଳରେ ତଳେ ପଡ଼ି ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁହଁରେ ମଧ୍ୟ ଆଘାତ ଲାଗିଛି । ପୀଡ଼ିତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଗତ ୧୨ ତାରିଖ ଦିନ ଏହି ଅଘଟଣ ଘଟିଥିଲା । ସେବେଠାରୁ ଅଭିଯୁକ୍ତମାନେ ଫେରାର ଅଛନ୍ତି । ପୀଡ଼ିତାଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ସେହି ଅନୁଯାୟୀ ତାଙ୍କ ଝିଅ ଷ୍ଟାଡିୟମକୁ ଅଭ୍ୟାସ କରିବାକୁ ଯାଇଥିଲା । ସେଠାରେ ଜିତନ କାଣ୍ଡା ନାମକ ଜଣେ ଯୁବକ ନିଜ ସାଥୀଙ୍କ ସହ ଝିଅକୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲା । ଯେତେବେଳେ ଝିଅଟି ଏହାର ବିରୋଧ କଲା ସେତେବେଳ ସେମାନେ ତାକୁ ୨୫ ଫୁଟ ଉଚ୍ଚର ଛାତ ଉପରୁ ତଳକୁ ଠେଲି ଦେଇଥିଲେ । ଯାହାଫଳରେ ତା ଶରୀରର ଅନେକ ଭାଗରେ ଗୁରୁତର ଆଘାତ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.