Below header

ଦୁନିଆର ବିଷାକ୍ତ ଫୁଲ ଗଛ, ପାଖକୁ ଯିବା ମାତ୍ରେ ମଣିଷର ନିଶ୍ୱାସ ହୋଇଯାଏ ବନ୍ଦ

ଦୁନିଆରେ ଏଭଳି କିଛି ଫୁଲ ମଧ୍ୟ ରହିଛି ଯାହା ମଣିଷକୁ ଖୁସି ଦେବା ବଦଳରେ ତାର ଜୀବନ ମଧ୍ୟ ନେଇ ଯାଇ ପାରେ । ଆଜି ଆମେ ଦୁନିଆର ସେହି ସବୁ ବିଷାକ୍ତ ଫୁଲ ଗଛ ସମ୍ପର୍କରେ କହିବୁ। ଯାହା ପାଖକୁ ଗଲେ ମଣିଷର ମୃତ୍ୟୁ ସୁନିଶ୍ଚିତ ।

ଏକୋନିଟମ୍ :

ଏକୋନିଟମ ଦୁନିଆର ସବୁଠୁ ଅଧିକ ବିଷାକ୍ତ ଫୁଲ ଗଛ। ଏହା ମଣିଷର ହାର୍ଟ ସ୍ପିଡ ବା ହୃଦୟର ଗତିକୁ କମ କରିଦେଇଥାଏ। ଯେଉଁଥି ପାଇଁ ମଣିଷର ଅଚାନକ ମୃତ୍ୟୁ ହୋଇଯାଏ। ଏହାର ଡାଳ ଓ ପତ୍ରରେ ବିଷ ଭରି ରହିଥାଏ। ଏଥିରେ ନ୍ୟୁରୋଟକ୍ସିନ ପଏଜନ୍ ରହିଥାଏ ଯାହା ମଣିଷର ମସ୍ତିଷ୍କକୁ ସିଧା ପ୍ରଭାବିତ କରେ। ଏହାକୁ ଛୁଇଁବା ମାତ୍ରେ ତ୍ୱଚାରେ ଦାଗ ପଡ଼ିବା ସହ ଓ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ଏହି ଗାଢ଼ ନୀଳ ରଙ୍ଗର ଫୁଲ ଦେଖିବାକୁ ଭାରି ସୁନ୍ଦର । ହେଲେ ଅତି ଖତରନାକ ମଧ୍ୟ । ତେଣୁ ଏହି ଫୁଲ ପାଖକୁ ଯିବା ପାଇଁ ବାରଣ କରାଯାଇଛି।

ହଙ୍ଗବିଡ଼:

ଏହା ବିଷାକ୍ତ ଫୁଲ ଗଛ ଭିତରୁ ଅନ୍ୟତମ । ଦେଖିବାକୁ ଯେତିକି ସୁନ୍ଦର ସେତିକି ମାରାତ୍ମକ ମଧ୍ୟ। ଏମିତିବି ଶୁଣିବାକୁ ମିଳେ ଯେ, ଯଦି ଏହି ଫୁଲ ମଣିଷ ତ୍ୱଚାର ସମ୍ପର୍କରେ ଆସେ ଏବଂ ସେହି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡେ ତେବେ ଭୟଙ୍କର ରିଆକ୍ସନ ହୋଇ ଜୀବନ ମଧ୍ୟ ଯିବାର ଆଶଙ୍କା ରହିଥାଏ। ଶରୀରର ଚମ ନଷ୍ଟ ହେବା ସହ ଦେହରେ ଭୀଷଣ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏମିତିକି ସ୍କିନ କ୍ୟାନସର ର ଡ଼ର ମଧ୍ୟ ରହିଥାଏ।

ମେନକିନିଲ :

କୁହାଯାଏ ଯେ, ମେନକିନିଲ ଦୁନିଆର ସବୁଠୁ ବିଷାକ୍ତ ଫୁଲ ଗଛ ମଧ୍ୟରୁ ଅନ୍ୟତମ। ଏହି ଗଛ ଫ୍ଲୋରିଡା ଓ କାରବିଆନ ଦ୍ୱୀପରେ ରହିଛି। ଏହାକୁ ହିପ୍ପୋମାନେ ମେନକିନିଲ ମଧ୍ୟ କୁହାଯାଏ। ଏହି ବିଷାକ୍ତ ଫୁଲ ଗଛରେ ଫଳ ମଧ୍ୟ ରହିଥାଏ। ଏହା ଏତେ ବିଷାକ୍ତ ଯେ, ଯଦି ଏହି ଗଛର ପାଣି ବୁନ୍ଦା ବି ଆପଣଙ୍କ ଉପରେ ପଡ଼ିଯାଏ ତେବେ ଜୀବନ ଚାଲିଯିବାର ଭୟ ରହିଛି। ଏହି ଗଛର ସଂସ୍ପର୍ଶରେ ଆସିବା ମାତ୍ରେ ବ୍ୟକ୍ତି ଅନ୍ଧ ହେବାର ମଧ୍ୟ ଆଶଙ୍କା ରହିଛି। ଏହାସହ ଏହି ଫୁଲର ପ୍ରଭାବରେ ନିଶ୍ୱାସ ପ୍ରଶ୍ୱାସରେ ବି ଅନେକ ସମସ୍ୟା ଦେଖା ଦିଏ ।

ରିକିନସ୍ କେମୁନିସ :

ବିଷାକ୍ତ ଗଛ କଥା ସାମ୍ନାକୁ ଆସିଲେ ରିକିନସ୍ କେମୁନିସ୍ ମଧ୍ୟ ବାଦ୍ ପଡେନି। ଏହାକୁ ରାଇସିନ ମଧ୍ୟ କୁହାଯାଏ। ଏହି ଫୁଲ ଗଛ ଆମ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳେ। ଏହାର ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରାଯାଏ। ଅବଶ୍ୟ ଏହାକୁ ଫୁଲ ଅପେକ୍ଷା ଆମେ ସାଧାରଣତଃ ଗବ ଗଛ ରୂପେ ଆମେ ଜାଣିଥାଉ। ତେବେ ଏଥିରୁ ତେଲ ବାହାର କରାଯାଏ। ହିନ୍ଦୀରେ ଏହାକୁ ଅରଣ୍ଡି ତେଲ କୁହାଯାଏ । ଏହା ଯୋଗୁଁ ମେଟାବୋଲିଜିମ କୋଶିକା ନଷ୍ଟ ହେବା କାରଣରୁ ଏହାର ସଂସ୍ପର୍ଶରେ ବ୍ୟକ୍ତିଙ୍କୁ ଶାରୀରିକ ଯନ୍ତ୍ରଣା ଅନୁଭବ ହୁଏ। ଏହା ଠିକ ନହେଲେ ମଣିଷର ଜୀବନ ମଧ୍ୟ ଚାଲି ଯାଇପାରେ।

ଅବରୀନ ଗଛ:

ଅବରୀନ ଗଛ ଅନ୍ୟାନ୍ୟ ବିଷାକ୍ତ ଗଛ ମଧ୍ୟରୁ ଅନ୍ୟତମ । ଏହାର ଫଳ ନାଲି ରଙ୍ଗର କୋଳି ଭଳି ହୋଇଥାଏ । ତେବେ ଏହା ଦ୍ୱାରା ମଣିଷର ଜୀବନ ମଧ୍ୟ ଯାଇପାରେ। ଏହି ଗଛରେ ଥିବା ଏବ୍ରିନ ସବୁଠୁ କ୍ଷତିକାରକ ବୋଲି କୁହାଯାଏ ।
ତେବେ ଦୁନିଆରେ ତ ଏମିତି ଅନେକ କିଛି ରହସ୍ୟ ରହିଛି ଯାହା ଜାଣିବା ମାତ୍ରେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏହା ହିଁ ଆମ ଜୀବଜଗତର ବାସ୍ତବତା। ଆଶା କରୁଛୁ ଦୁନିଆର ଏଭଳି ବାସ୍ତବତା ସମ୍ପର୍କରେ ଜାଣି ଆପଣଙ୍କୁ ଭଲ ଲାଗିଥିବ। ଯଦି ଆମର ଏହି ଭିଡ଼ିଓଟି ପସନ୍ଦ ଆସିଛି ତେବେ ଏହାକୁ ଖୁବ ସେୟାର କରନ୍ତୁ। ଦେଶ ଦୁନିଆଁର ଏଭଳି ଭିନ୍ନ ଧରଣର ଖବର ଜାଣିବା ପାଇଁ ଆଜି ହିଁ କେନ୍ୟୁଜ ଓଡ଼ିଶା ସହ ଯୋଡ଼ି ହୁଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.