Below header

ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ, ମୁମ୍ବାଇ ସେସନ କୋର୍ଟରେ ହେଲା ଶୁଣାଣି

ଜୁନିୟର ଖାନ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ମୁମ୍ବାଇ ସେସନ କୋର୍ଟ ଜୁନିୟର ଖାନଙ୍କ ଜାମିନ ଖାରଜ କରିଥିବା ଜଣାଯାଇଛି । ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ କେସରେ ଜୁନିଅର୍‌ କିଙ୍ଗ ଖାନ୍‌ଙ୍କୁ ମିଳିବ ବେଲ୍‌ ନା ଜେଲରେ ରହିବେ ସେନେଇ ଏକ ପ୍ରକାର ଦ୍ବନ୍ଦ୍ବ ଲାଗି ରହିଥିଲା । ଆଜି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ ଆବେଦନର ଶୁଣାଣିରେ କୋର୍ଟ ଏପରି ରାୟ ଦେଇଥିବା ଜଣାଯାଇଛି । ଗତ ୧୪ ତାରିଖରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ସେତେବେଳେ ଆର୍ଯ୍ୟନଙ୍କ ବେଲ୍‌ ଆବେଦନକୁ ବିରୋଧ କରିଥିଲା ଏନସିବି । ଆଜି ତାଙ୍କୁ ବେଲ୍‌ ମିଳିବ କି ନାହିଁ ତା ଉପରେ ନଜର ରହିଥିଲା । ଏବେ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ଅଛନ୍ତି ଆର୍ଯ୍ୟନ ଖାନ । ଗତ ୨ ତାରିଖରେ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ କେସରେ ଗିରଫ ହୋଇଥିଲେ । ତାଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ଏନସିବି ।

କହିରଖିବା ଉଚିତ ହେବକି ଗତ ୧୪ ତାରିଖରେ ଶୁଣାଣି ହୋଇଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା । ବୁଧବାର ମୁମ୍ବାଇର ସେସନ୍ସ କୋର୍ଟରେ ଦିନ ସାରା ଆର୍ଯ୍ୟନ୍‌ଙ୍କ ଜାମିନ୍‌ ମାମଲାର ଶୁଣାଣି ଉପରେ ଓକିଲଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିଲା । ପରେ ସମୟ ନ ଅଣ୍ଟିବାରୁ ଗୁରୁବାର ଦିନ ୧୨ଟାକୁ ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା । ସେଦିନ ବି ପୁଣିଥରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଜାମିନ୍‌ ମିଳିବ କି ନାହିଁ ସେ ବିଷୟରେ ଶୁଣାଣି ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.