ସମୁଦ୍ର ଢେଉ ମଧ୍ୟରେ ଶିଶୁକୁ ଜନ୍ମ ଦେଲେ ମହିଳା, ଡେଲିଭରି ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ!
ଜଣେ ମହିଳା ସମୁଦ୍ରର ଢେଉରେ ଗାଧୋଉଥିବା ବେଳେ ଶିଶୁ ଜନ୍ମ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଡେଲିଭରି ସମୟର ଭିଡିଓ ଭାଇରାଲ ହୋଇଛି । ଭିଡିଓ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି । ଭିଡିଓ ଦେଖିବା ପରେ ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ମହିଳା ନିଜର ଡେଲିଭରିକୁ ଫ୍ରି ବାର୍ଥ ନାମ ଦେଇଛନ୍ତି ।
ଏହି ୩୭ ବର୍ଷୀୟ ଏହି ମହିଳାଙ୍କ ନାମ ଜୋସୀ ଏବଂ ସେ ନିକାରଗୁଆରେ ରୁହନ୍ତି । ସେ ପ୍ରଶାନ୍ତ ମହାସାଗରରେ ଢେଉ ଭିତରେ ଶିଶୁକୁ ଜନ୍ମ ଦେଇଛନ୍ତି । ଜୋସୀ ଇନଷ୍ଟାଗ୍ରାମରେ ଭିଡିଓ ଫେବ୍ରୁଆରୀ ମାସରେ ଅପଲୋଡ କରିଛନ୍ତି । କିନ୍ତୁ ସାମାଜିକ ଗଣମାଧ୍ୟମରେ ଏହା ଦ୍ରୁତଗତିରେ ଭାଇରାଲ ହେଉଛି । ଜୋସୀ ପୂର୍ବରୁ ୪ ସନ୍ତାନର ମା’ ହୋଇସାରିଛନ୍ତି ।
ଭିଡିସକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଜୋସୀ ନିଜର ୪୨ ବର୍ଷୀୟ ପତି ବେନ୍ନୀ କୋର୍ଣ୍ଣେଲିଅସଙ୍କ ସହିତ ଅଛନ୍ତି । ଡେଲିଭରି ସମୟରେ ପତି ସାହାଯ୍ୟ କରିଥିଲେ । ଡେଲିଭରି ସମୟରେ କୌଣସି ଆଧୁନିକ ସାମଗ୍ରୀ ବ୍ୟବହାର କରି ନଥିଲେ । କେବଳ ଟାୱେଲ, ଗୋଟିଏ ପାତ୍ର ଭଳି ସାଧାରଣ ଜିନିଷ ବ୍ୟବହାର କରିଥିଲେ ଜୋସୀଙ୍କ କହିବା ଅନୁସାରେ ସମୁଦ୍ରର ଢେଉ ଯେତେବେଳେ ପିଠି ଉପର ଦେଇ ଯାଉଥିଲା, ତାଙ୍କୁ ଖୁସି ଲାଗୁଥିଲା ।
Woman gives birth in the ocean – and her husband brings along a SIEVE https://t.co/p5n0ueYLNU
— Daily Mail Online (@MailOnline) June 1, 2022
ଗର୍ଭାବସ୍ଥାରେ ଜୋସି ଫ୍ରି ବାର୍ଥ ପାଇଁ ଚିକିତ୍ସା ସହାୟତା ବିନା ନିଜ ସନ୍ତାନକୁ ଜନ୍ମ ଦେଇଥିଲେ। ଭିଡିଓରେ, ଜୋସି ପ୍ରସବ ସମୟରେ ସମୁଦ୍ର ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ଦେଖିବାକୁ ଚାହୁଁଥିଲେ ଯେ ବିନା ମେଡିକାଲ ଚିକିତ୍ସାରେ ମହିଳା କେମିତି ଶିଶୁ ଜନ୍ମ କରିବାରେ ସକ୍ଷମ । ସେ ଏହି ଡେଲିଭରିକୁ ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ମାଗଣା କରିବାକୁ ଚାହୁଁଥିଲେ ।
ତଥାପି ଜୋସି ଦ୍ୱାରା କରାଯାଇଥିବା ଏହି ଡେଲିଭରି ପ୍ରକ୍ରିୟା ବିବାଦରେ ପରିପୂର୍ଣ୍ଣ । ୨୦୧୮ରେ ଯେତେବେଳେ କାଲିଫର୍ନିଆର ଜଣେ ମହିଳା ଏହି କୌଶଳ ସହିତ ସନ୍ତାନ ପ୍ରସବ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ମୃତ ଶିଶୁକୁ ଜନ୍ମ ହୋଇଥିଲେ । ବିଶେଷଜ୍ଞମାନେ ମଧ୍ୟ ଏହିପରି ପ୍ରକ୍ରିୟା ଅନୁସରଣ କରିବାକୁ ବାରଣ କରିଥାନ୍ତି ।