ପ୍ରେତଶିଳାରେ ପିଣ୍ଡଦାନ କଲେ ପୂର୍ବଜମାନଙ୍କ ଆତ୍ମା ଶାନ୍ତି ପାଇଥାଏ, ଜାଣନ୍ତୁ ଏହି ସ୍ଥାନର ରହସ୍ୟ

ଚଳିତ ବର୍ଷ ସେପ୍ଟେମ୍ବର ୧୦ ଶନିବାର ମାନେ ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ। ପିତୃପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଏବଂ ପିଣ୍ଡଦାନ ଦ୍ୱାରା ଆମ ପୂର୍ବଜମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଯାହାକି ୨୫ ତାରିଖ ପର୍ଯ୍ୟନ୍ତ ରହିବ। ଆସନ୍ତା ସେପ୍ଟେମ୍ବର ୨୫ରେ ସର୍ବପିତୃ ଆମାବାସ୍ୟା ସହିତ ଏହାର ସମାପନ ହେବ। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ୧୫ ଦିନର ଏହି ଅବଧିରେ ଆମ ପୂର୍ବଜମାନେ ଆମକୁ ଆଶୀର୍ବାଦ ଦେବା ପାଇଁ ଧରାପୃଷ୍ଠକୁ ଆସି ଥାଆନ୍ତି।

ଭାରତରେ ଅନ୍ୟ ପର୍ବପର୍ବାଣୀ ଭଳି ପିତୃପକ୍ଷର ମଧ୍ୟ ରହିଛି ବିଶେଷ ସ୍ୱତନ୍ତ୍ରତା। ଅପରପକ୍ଷ ଅବସରରେ ଲୋକମାନେ ପିତୃ ପୁରୁଷଙ୍କୁ ପିଣ୍ଡଦାନ, ଶ୍ରାଦ୍ଧ, ତର୍ପଣ ଆଦି କାର୍ଯ୍ୟ କରିଥାନ୍ତି।

ସନାତନ ଧର୍ମରେ ପିତୃପକ୍ଷକୁ ବହୁତ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ ରହିଛି, ପରଲୋକ ଗମନ କରିଥିବା ପିତୃପୁରୁଷମାନେ ପିତୃପକ୍ଷ ସମୟରେ କାଉ ହୋଇ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି ଏବଂ ନିଜ ପରିବାର ଲୋକଙ୍କୁ ଦେଖି ଥାଆନ୍ତି। ତେଣୁ ପିତୃପକ୍ଷରେ ବିଧି ବିଧାନର ସହ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବା ଦ୍ୱାରା ସେମାନେ ଖୁସି ହୁଅନ୍ତି ଏବଂ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଏହି ସମୟରେ ପିଣ୍ଡଦାନର ପ୍ରମୁଖ ସ୍ଥାନ ଗୟାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗି ରହିଥାଏ। କୁହାଯାଇଥାଏ ପିତୃ ପକ୍ଷରେ ପୂର୍ବଜମାନଙ୍କ ଅତ୍ମା ସ୍ୱୟଂ ପୃଥିବୀ ପୃଷ୍ଟକୁ ଆସିବା ନିଜ ପରିବାର ସଦସ୍ୟମାନଙ୍କୁ ଆଖ-ପାଖରେ ଥିବା ଭଳି ଅନୁଭବ କରାଇଥାନ୍ତି। ସେହିପରି ଗୟା ନିକଟରେ ଏକ ପ୍ରାଚୀନ ରହସ୍ୟମୟ ପ୍ରେତଶିଳା ରହିଛି। ଉଲ୍ଲେଖ ରହିଛି ଏହି ସ୍ଥାନରୁ ପିତୃ ଶ୍ରାଦ୍ଧ ପକ୍ଷରେ ଆସି ପିଣ୍ଡ ଗ୍ରହଣ କରି ପୁଣି ଥରେ ପରଲୋକ ଚାଲିଯାଇଥାନ୍ତି। ତେବେ ଆଜି ଆମେ ଏହି ପ୍ରେତଶିଳା ସହ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ।

-ଗୟା ନିକଟରେ ଥିବା ୮୭୬ ଫୁଟ୍‌ ଉଚା ଏକ ପର୍ବତ ପ୍ରେତଶିଳା ପର୍ବତ ନାମରେ ପରିଚିତ। ମାନ୍ୟତା ରହିଛି ଏହି ପର୍ବତ ଉପରେ ପିଣ୍ଡଦାନ କରିବା ଦ୍ୱାରା ପୂର୍ବଜମାନେ ସିଧା ପିଣ୍ଡ ଗ୍ରହଣ କରିଥାନ୍ତି ଏବଂ ସେମାନଙ୍କୁ କେବେ କଷ୍ଟ ଭୋଗିବାକୁ ପଡ଼ିନଥାଏ।

-ପ୍ରେତଶିଳା ପର୍ବତ ବିଷୟରେ କୁହାଯାଇଥାଏ ଏଠାରେ ୟହ ଲୋକ ଏବଂ ପର ଲୋକ ମଧ୍ୟରେ ଏପରି ସମ୍ପର୍କ ରହିଛି, ଯାହା ବିଶ୍ୱରେ ରହସ୍ୟ ସୃଷ୍ଟି କରିଥାଏ। କୁହାଯାଇଥାଏ ପ୍ରେତଶିଳା ନିକଟରେ ଥିବା ପଥରରେ ଏକ ବିଶେଷ ପ୍ରକାର ଛେଦ ରହିଛି। ଯାହା ମାଧ୍ୟମରେ ପିତୃ ଆକାର ପିଣ୍ଡଦାଦସନ ଗ୍ରହଣ କରି ପୂନର୍ବାର ଫେରିଯାଇଥାନ୍ତି।

-ସୂର୍ଯ୍ୟାସ୍ତ ପରେ ଆତ୍ମାଗୁଡିକ ମଧ୍ୟ ବିଭିନ୍ନ ପ୍ରକାର ଶଦ୍ଧ ଏବଂ ଛାଇ ଆକାରରେ ବିଭିଦନ୍ନ ପ୍ରକାର ଅନୁଭୂତି କରାଇଥାନ୍ତି। ଏହି କଥା ଆଧ୍ୟାତ୍ମିକ ଏବଂ ବିଜ୍ଞାସନ ସହ ଜଡିତ। ଏହାକୁ ମିଛ କାୁହାଯାଇପାରେ ନାର୍ହି କିମ୍ବା ସର୍ବସତ୍ୟ ମଧ୍ୟ କୁଯାହାଇପାରେ ନାହିଁ।

-ଏହି ପ୍ରେତଶିଳା ନିକଟରେ ଥିବା ବେଦୀରେ ଭଗବାନବିଷ୍ଣୁଙ୍କର ପାଦ ଚିହ୍ନ ରହିଛି। ଏହା ପଛରେ ମଧ୍ୟ ଏକ ପ୍ରମୁଖ ରହସ୍ୟ ଦର୍ଶାଯାଇଛି। ଯାହା ଅନୁସାରେ ଏଠାରେ ଗୟାସୁରର ପିଠି ଉପରେ ବଡ଼ ଧରଣର ଶିଳା ରଖି ଭଗବାନବିଷ୍ଣୁ ସ୍ୱୟଂ ଛିଡା ହୋଇଥିଲେ। ସୂଚନା ଅନୁଯାୟୀ ଗୟାସୁର ଭଗବାନବିଷ୍ଣୁଙ୍କ ଠାରୁ ଏହି ବରଦାନ ପ୍ରାପ୍ତ କରିଥିଲେ, ଯେଉଁଠାରେ ମୃତ୍ୟୁ ହେବା ପରେ ନର୍କକୁ ଯିବାକୁ ପଡ଼ିନଥାଏ। ଗୟାସୁରକୁ ପ୍ରାପ୍ତ ହୋଇଥିବା ବରଦାନ କାରଣରୁ ଏଠାରେ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରିବା ଦ୍ୱାରା ଆତ୍ମାକୁ ମୁକ୍ତି ମିଳିଥାଏ।

କହି ରଖୁଛୁ, ପିତୃପକ୍ଷ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇଥାଏ। ଏହି ପିତୃପକ୍ଷ ଲଗାତାର ୧୫ ଦିନ ପର୍ଯ୍ୟନ୍ତ ଚାଲିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.