ଇଏ ଥିଲେ ଇତିହାସର ସବୁଠାରୁ ସୁନ୍ଦରୀ ସ୍ତ୍ରୀ, ଯାହାଙ୍କର ରୂପ ହେଲା ମୃତ୍ୟୁର କାରଣ

ଭାରତରେ ବହୁ ଅପୂର୍ବ ସୁନ୍ଦରୀ ନାରୀମାନେ ଜନ୍ମ ନେଇଛନ୍ତି। ଦୁନିଆରେ ଭାରତୀୟ ନାରୀ ମାନଙ୍କର ସୁନ୍ଦରତାର ଚର୍ଚ୍ଚା ହୋଇଥାଏ। ଭାରତୀୟ ସୌନ୍ଦର୍ଯ୍ୟକୁ ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଭାରତରେ ଏମିତି ବହୁ ସୁନ୍ଦରୀମାନେ ଜନ୍ମ ହୋଇଥିଲେ ଯେଉଁମାନଙ୍କର ସମାଜ କାରଣରୁ ନିଜ ଜୀବନର ଦୀପ ଲିଭି ଯାଇଥିଲା।

ରାଣୀ ରୂପମତୀଙ୍କର କାହାଣୀ :

ମାଣ୍ଡୁର ଜଣେ ଚାଷୀର ଝିଅଥିଲେ ରୂପମତୀ। ତାଙ୍କ ନାମ ଯେମିତି ଥିଲା କାମରେ ମଧ୍ୟ ସେମିତି ସେ ଗୁଣବତୀ ଥିଲେ। ସେ ଅପୂର୍ବ ସୁନ୍ଦରୀ ଥିଲେ। ସୁନ୍ଦର ହେବା ସହିତ ସେ ଗୀତ ଗାଇବାରେ ମଧ୍ୟ ନିପୁଣ ଥିଲେ।

ବାଜ ବାହାଦୁର କରିନେଲେ ବିବାହ :

roommati

ମାଣ୍ଡୁର ଅନ୍ତିମ ସ୍ବତନ୍ତ୍ର ଶାସକ ଥିଲେ ବାଜ ବାହାଦୁର। ସେ ରୂପମତୀଙ୍କର ସୌନ୍ଦର୍ଯ୍ୟ ବିଷୟରେ ଶୁଣିଥିଲେ। ଗୋଟିଏ ଦିନ ରାଜା ତାଙ୍କ ମହଲକୁ ରୂପମତୀଙ୍କୁ ସଂଗୀତ ପରିବେଷଶ କରିବା ପାଇଁ ନିମନ୍ତ୍ରଣ ଦେଲେ। ରାଜା ବାଜ ବାହାଦୁର ରୂପମତୀର ସୌନ୍ଦର୍ଯ୍ୟ ଏବଂ ସଂଗୀତରେ ବିମୋହିତ ହୋଇ ତାଙ୍କୁ ବିବାହ କରିନେଲେ।

ଏହା ସହ ପଢ଼ନ୍ତୁ : ଏମିତି ଥିଲେ ଜଣେ ରସିକିଆ ରାଜା, ଯାହାଙ୍କର ଥିଲେ ୩୬୫ ରାଣୀ, ଲଣ୍ଠନ ଲଭିଲେ ସେହି ରାଣୀ ରାତିକ ପାଇଁ ତାଙ୍କର

ଟଳିଗଲା ଆକବରଙ୍କର ହ୍ରୁଦୟ :

room mati

ଯେତେବେଳେ ଆକବରଙ୍କୁ ରୂପମତୀଙ୍କର ସୌନ୍ଦର୍ଯ୍ୟ ବିଷୟରେ ସୂଚନା ମିଳିଲା ତେବେ ଆକବର ମଧ୍ୟ ରୂପମତୀଙ୍କୁ ପାଇବା ପାଇଁ ଇଚ୍ଛା ପ୍ରକାଶ କରିବାକୁ ଲାଗିଲେ। ଆକବର ବାଜ ବାହାଦୁରଙ୍କୁ ପତ୍ର ଲେଖିଲେ ଯେ ରୂପମତୀଙ୍କୁ ତାଙ୍କ ସେବାରେ ପଠାଯାଉ। ଏହି ପତ୍ରକୁ ପଢ଼ି ବାଜ ବାହାଦୁର ବହୁତ କ୍ରୋଧିତ ହୋଇ ଆକବରଙ୍କୁ ପତ୍ର ଲେଖିଲେ ଯେ ସେ ଏମିତି କରିପାରିବେ ନାହିଁ।
ଆଜମ ଖାନ ନିଜ ବିଶାଳ ସେନାମାନଙ୍କ ସହିତ ବାଜ ବାହାଦୁରଙ୍କ ଉପରେ ଆକ୍ରମଣ କଲେ। ଆଜମ ଖାନ ରାଜା ବାଜ ବାହାଦୁରଙ୍କୁ ବନ୍ଦୀ କରିନେଲେ।

ରୂପମତୀ ଶେଷ କରିଦେଲେ ନିଜ ଜୀବନ :

rani roopmati mahal

ଯେତେବେଳେ ରାଣୀ ରୂପମତୀଙ୍କୁ ସୂଚନା ମିଳିଲା ଯେ ଆଜମ ଖାନ ତାଙ୍କୁ ନେବା ପାଇଁ ଆସୁଛନ୍ତି ସେତେବେଳେ ରାଣୀ ରୂପମତୀ ବିଷ ପାନ କରି ନିଜ ଜୀବନ ଲୀଳାକୁ ଶେଷ କରିଦେଲେ। ଆକବରଙ୍କୁ ଯେତେବେଳେ ଏହି ଖବରର ସୂଚନା ମିଳିଲା ସେ ବହୁତ ଦୁଃଖିତ ହେଲେ। ସେ ରାଣୀ ରୂପମତୀଙ୍କ ପାଇଁ ଏକ ମସଜିଦ୍ ନିର୍ମାଣ କଲେ। ବାଜ ବାହାଦୁର ମାଲୱା ଫେରି ରୂପମତୀଙ୍କ ମସଜିଦ ଉପରେ ମୁଣ୍ଡ ପିଟି ପିଟି ନିଜ ପ୍ରାଣ ତ୍ୟାଗ କରିଦେଲେ। ଆଜି ମଧ୍ୟ ମଧ୍ୟପ୍ରଦେଶରେ ରାଜା ରାଣୀଙ୍କୀ ମସଜିଦ୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.