ରାଜନଗରରେ ପୁଣି କୁମ୍ଭୀର ଆତଙ୍କ, ମଇଁଷି ଚରାଉଥିବା ବେଳେ କୂଳରୁ ଝାମ୍ପି ନେଲା କୁମ୍ଭୀର

ପୁଣି ନଦୀକୁ ଟାଣିନେଲା ମଣିଷଖିଆ କୁମ୍ଭୀର। ଶିକାର ଆଶାରେ ଜଗିରହିଥିଲା କୂଳ ପାଖରେ। ଶେଷରେ ସୁଯୋଗ ଦେଖି ଝାମ୍ପିନେଲା। ବ୍ୟକ୍ତି ଜଣକ ସବୁଦିନ ଭଳି ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଇବାକୁ ଯାଇଥିଲେ। କିନ୍ତୁ ସେ କଣ ଜାଣିଥିଲେ ଏଠି ତାଙ୍କର ମରଣ ତାଙ୍କୁ ଜଗି ରହିଛି ବୋଲି.. କିଛି କ୍ଷଣ ଭିତରେ ନଦୀ ଭିତରୁ ବାହାରି ଆସିଲା ମଣିଷ ଖିଆ କୁମ୍ଭୀର। ଆଉ ସିଧା ଘୋଷାଡ଼ିନେଲା ନଦୀ ଭିତରକୁ। କିଛି ବୁଝିବା ଆଗରୁ କୁମ୍ଭୀର ପାଟିରେ ଫସି ଯାଇଥିଲେ ବ୍ୟକ୍ତି ..

ସେପଟେ ଗାଁ ଲୋକ ଦେଖୁଥିଲେ କିନ୍ତୁ ସେମାନେ ବି ଅସହାୟ , କିଭଳି କୁମ୍ଭୀର ପାଟିରୁ ତାଙ୍କୁ ବଞ୍ଚାଇବେ ତାକୁ ନେଇ ସମସ୍ତେ ଭୟ କରିଯାଇଥିଲେ। ଏଘଟଣା ଏବେ ନୂଆଁ ନୁହେଁ ଏହା ଆଗରୁ ମଧ୍ୟ ନଦୀ କୂଳରେ ଅନେକ ଲୋକଙ୍କୁ କୁମ୍ଭୀର ଝାମ୍ପିନେଇଛି। ତାକୁ ରୋକିବା ପାଇଁ ଏଯାଏ କୌଣସି ସ ୁରକ୍ଷିତ ବ୍ୟବସ୍ଥା କରାଯାଇନାହିଁ।

ସୂଚନା ଅନୁସାରେ ରାଜନଗର ଅଞ୍ଚଳ ରାଜପୁର ଗାଁର ଭାସ୍କର ରାଉତ ବ୍ରାହ୍ମଣୀ ନଦୀ କୂଳରେ ନିଜ ମଇଁଷି ମାନଙ୍କୁ ଚରାଉଥିଲେ। ଆଉ ଏହି ସମୟରେ କୂଳରେ ଛକି ରହିଥିଲା ମରଣାତ୍ମକ କୁମ୍ଭୀର। ମଉକା ଦେଖି ପାଟିରେ କାମୁଡ଼ି ସିଧା ପାଣି ଭିତରକୁ ଟାଣି ନେଇ ଖାଇପକାଇଛି। ଏବେ ଏହି ଖବର ସମସ୍ତ ଅଞ୍ଚଳରେ ଆତଙ୍କ ଖେଳାଇଛି।

ପୂର୍ବରୁ ଦୁଇ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇ ଖାଇ ପକାଇଥିଲା କୁମ୍ଭୀର । ଏବେ ପୁଣିଥରେ ଆତଙ୍କ ଖେଳାଇଛି। ନିଜ ଭୋକକୁ ମେଣ୍ଟାଇବା ପାଇଁ କୂଳରେ ଛକି ରହି ଲୋକଙ୍କର ଶିକାର କରିଚାଲିଛି। ବ୍ୟକ୍ତି ଜଣକ ଏହି ସମୟରେ ଚିତ୍କାର କରୁଥିବା ସମୟରେ ଗାଁ ଲୋକ ଜାଣିବାକୁ ପାଇଲେ। କିନ୍ତୁ ସାହାଯ୍ୟ କରିବା ପାଇଁ ଭୟରେ କେହି ଆଗକୁ ବଢ଼ୁନଥିଲେ।

ଏହି ଘଟଣା ଏବେ ସମସ୍ତଙ୍କୁ ଭୟଭୀତ କରିଛି। ସବୁ ଜାଣିଲା ପରେ ବି ଗାଁ ଲୋକ ଅସହାୟ ହୋଇପଡ଼ିଛନ୍ତି। ସୁଚନା ଅନୁସାରେ ବ୍ୟକ୍ତି ଜଣଙ୍କୁ ଟାଣିନେବା ପରେ ଗାଁ ଲୋକ ନଦୀକୁ ଡଙ୍ଗା ମଧ୍ୟମରେ ଯାଇଥିଲେ ତାଙ୍କୁ ଖୋଜିବାକୁ । କିନ୍ତୁ ଏଯାଏ କିଛି ସୁରାକ ମିଳିନି। ଗାଁର ଅନେକ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଏ ଦୃଶ୍ୟ ଦେଖିଲେ ଆପଣ ବି ନିହାତି ଭୟ କରିବେ। କୂଳରେ ଏତେ ଜଣଙ୍କୁ କୁମ୍ଭୀର ଆକ୍ରମଣ କଲା ପରେ ବି ସମସ୍ୟାର ସୁଧାର ହୋଇପାରୁନାହିଁ। ବ୍ୟକ୍ତି ଜଣକ ତାଙ୍କ ଜାଗାରେ ଠିଆ ହୋଇଥିବା ସମୟରେ କୁମ୍ଭୀର ତାଙ୍କ ଗୋଡ଼କୁ କାମୁଡ଼ି ଥିଲା। ପରେ ସେ ପଡ଼ିଯିବାରୁ ପାଟିରେ କାମୁଡ଼ି ନଦୀ ଭିତରକୁ ନେଇ ଖାଇପକାଇଥିଲା। ତେବେ ଏ ଘଟଣା ପରେ ଗାଁର ଅନେକ ଲୋକ ଏବେ ବ୍ୟକ୍ତି ଙ୍କୁ ଖୋଜିବାରେ ବ୍ୟସ୍ତ ଅଚନ୍ତି । ତେବେ କେନ୍ଦ୍ରାପଡାରେ କୁମ୍ଭୀର ମାନଙ୍କ ଅତାଙ୍କ ବଢ଼ିଚାଲିଥିବା ବେଳେ ଜଣ ଜଣକରି ପାଣି ଭିତରକୁ ଟାଣିନେଉଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.