ବ୍ରିଜ ତଳୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ ଜିଲ୍ଲା ଠାକୁରଗଡ଼ରୁ ଅନ୍ତୁଳିଆ ରାସ୍ତାରେ ଥିବା ହାତିଗଞ୍ଜ ବ୍ରିଜ ତଳୁ ଜଣଙ୍କର ମୃତଦେହ ଉଦ୍ଧାର । କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ । ମୃତକ ଜଣଙ୍କ ଅସ୍ତରଙ୍ଗପୁର ଗାଁର ସଞ୍ଜୟ ସ୍ୱାଇଁ ବୋଲି ଜଣା ପଡ଼ିଛି ।

ଅନୁଗୁଳ  (କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ଠାକୁରଗଡ଼ରୁ ଅନ୍ତୁଳିଆ ରାସ୍ତାରେ ଥିବା ହାତିଗଞ୍ଜ ବ୍ରିଜ ତଳୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଅସ୍ତରଙ୍ଗପୁର ଗାଁର ସଞ୍ଜୟ ସ୍ୱାଇଁ ବୋଲି ଜଣା ପଡ଼ିଛି ।

ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଥିବା ବେଳେ ଏହା ଏକ ଦୁର୍ଘଟଣା ବୋଲି ମଧ୍ୟ ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି । ଖବର ପାଇ ଠାକୁରଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.