ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ଜାଣନ୍ତୁ କେଉଁ ପକ୍ଷୀ ଦେଇଥାଏ ଏହି ଅଣ୍ଡା

ଜଣେ ବ୍ୟକ୍ତି ଖାଦ୍ୟରେ ସର୍ବାଧିକ ୪ ରୁ ୫ ଟି ଅଣ୍ଡା ଖାଇ ପାରିଥାଏ । କିନ୍ତୁ ଆମେ କହୁଥିବା ଏହି ସବୁଜ ରଙ୍ଗର ଅଣ୍ଡା ଏତେ ବଡ଼ ଯେ ଆପଣଙ୍କ ପୂରା ପରିବାର ଏହାକୁ ଖାଇ ପାରିବ । ଆସନ୍ତୁ ଜାଣିବା ଏହି ଅଣ୍ଡା ବିଷୟରେ କିଛି ରୋଚକ ତଥ୍ୟ ।

ଅନେକ ଲୋକଙ୍କ ଜଳଖିଆ ଅଣ୍ଡାରୁ ଆରମ୍ଭ ହୋଇଥାଏ । ଆପଣମାନେ ଧଳା ଏବଂ ସାମାନ୍ୟ ଲାଲ ରଙ୍ଗର ଅଣ୍ଡା ତ ନିଶ୍ଚୟ ଦେଖିଥିବେ । ଲାଲ ଅଣ୍ଡାକୁ ଲୋକେ ଦେଶୀ ଅଣ୍ଡା ମଧ୍ୟ କହିଥାନ୍ତି । କିନ୍ତୁ ଆପଣ କେବେ ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ସବୁଜ ରଙ୍ଗର ଅଣ୍ଡା କଥା ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଏକ ସବୁଜ ଅଣ୍ଡା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ଅଧିକାଂଶ ଲୋକ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପ୍ରସ୍ତୁତିରେ ମଧ୍ୟ ଅଣ୍ଡା ବ୍ୟବହାର ହୋଇଥାଏ । ଜଣେ ବ୍ୟକ୍ତି ଖାଦ୍ୟରେ ସର୍ବାଧିକ ୪ ରୁ ୫ ଟି ଅଣ୍ଡା ଖାଇ ପାରିଥାଏ । କିନ୍ତୁ ଆମେ କହୁଥିବା ଏହି ସବୁଜ ରଙ୍ଗର ଅଣ୍ଡା ଏତେ ବଡ଼ ଯେ ଆପଣଙ୍କ ପୂରା ପରିବାର ଏହାକୁ ଖାଇ ପାରିବ । ତେବେ ଏହି ସବୁଜ ଅଣ୍ଡା କେଉଁ ପକ୍ଷୀର ଆପଣଙ୍କ ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁଥିବ । ଏଭଳି ଅଣ୍ଡା ବିଷୟରେ ଆପଣମାନେ ହୁଏତ ପୂର୍ବରୁ କେବେ ଶୁଣି ନଥିବେ । ତେବେ ଆସନ୍ତୁ ଜାଣିବା ଏହି ଅଣ୍ଡା ବିଷୟରେ କିଛି ରୋଚକ ତଥ୍ୟ ।

ଏହି ସବୁଜ ଅଣ୍ଡା ଏମୁ ପକ୍ଷୀ ଦେଇଥାଏ । ଏହି ଅଣ୍ଡା କେବଳ ଆକାରରେ ବଡ ନୁହେଁ, ଏହା ସ୍ୱାଦିଷ୍ଟ ମଧ୍ୟ । ସୁନ୍ଦର ଏବଂ ସବୁଜ ରଙ୍ଗ ପାଇଁ ଏମୁ ଅଣ୍ଡା ବେଶ ଜଣାଶୁଣା । ଏହି ଅଣ୍ଡାର ଚୋପାକୁ ମଧ୍ୟ ସଂରକ୍ଷିତ କରି ରଖାଯାଇ ପାରିବ । ଗୋଟିଏ ଧଳା ଅଣ୍ଡା ରାନ୍ଧିବା ପାଇଁ ପ୍ରାୟ ୧୦ ମିନିଟ ସମୟ ଲାଗୁଥିବାବେଳେ ଏମୁ ଅଣ୍ଡା ଅଧିକ ସମୟ ନେଇଥାଏ, କାରଣ ସେଗୁଡ଼ିକ ଆକାରରେ ବଡ଼ ଥାଏ । ଏହି ସବୁଜ ରଙ୍ଗର ଅଣ୍ଡାକୁ ଫୁଟାଇ କିମ୍ବା ଓମଲେଟ୍ କରି ମଧ୍ୟ ଖାଇପାରିବେ । ଗୋଟିଏ ଏମୁ ଅଣ୍ଡାକୁ ୫-୬ ଜଣ ଲୋକ ଖାଇ ପାରିବେ । ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି, ଏକ ଏମୁ ଅଣ୍ଡାର ଓଜନ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.