ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ କରୁଛି ଛାନଭିନ

ଘର ମାଲିକ ରାକ୍ଷୀ ପାଇଁ ଗାଁକୁ ଯାଇଥିବାବେଳେ ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ସାଉଥବଲଣ୍ଡାର ଏକ କ୍ବାର୍ଟରର କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା ଓ ୭୧ ଭରି ସୁନା ଏବଂ ୨୧ ଭରି ରୁପା ଚୋରି କରିନେଇଛନ୍ତି ।

ତାଳଚେର (କେନ୍ୟୁଜ୍)  : ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍ । ତାଳଚେର ସାଉଥବଲଣ୍ଡାର ଏକ କ୍ବାର୍ଟରର କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା ଓ ୭୧ ଭରି ସୁନା ଏବଂ ୨୧ ଭରି ରୁପା ଚୋରି କରିନେଇଛନ୍ତି । ଘର ମାଲିକ ସୁଦର୍ଶନ ନାୟକ ରାଖୀ ପାଇଁ ଗାଁକୁ ଯାଇଥିବାବେଳେ ଦୁର୍ବୃତ୍ତମାନେ ଘର କବାଟ ଭାଙ୍ଗି ଏହି ଲୁଟପାଟ କରିଛନ୍ତି। ଗାଁକୁ ଫେରିବାବେଳେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ କୋଲିଆରି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.