Below header

ଅଧାରୁ ଚାକିରି ଛାଡ଼ିବା ନିଷ୍ପତ୍ତି ହେଲା ସାକାର, ଅର୍ଗାନିକ ପଦ୍ଧତିରେ ଚାଷ କରି ଏବେ ଚର୍ଚ୍ଚାରେ ରଞ୍ଜନ କୁମାର

ମାହାଙ୍ଗା(କେନ୍ଯୁଜ୍): ଅର୍ଗାନିକ ପଦ୍ଧତିରେ ଚାଷ। କୌଣସି ରାସାୟନିକ ସାର କିମ୍ବା ଔଷଧର ହେଉନି ବ୍ୟବହାର l ରାସାୟନିକ ସାର ବଦଳରେ  ଗଛ ମୂଳରେ ଦିଆଯାଉଛି ଜୀବାମୃତ।  ଏହି ଜୀବାମୃତକୁ ବେସନ, ଗୁଡ଼ , ଆଉ ପାଣି ମିଶାଇ ତାକୁ ଏକ କୁଣ୍ଡରେ ରଖି ଦିନକୁ ୩ ଥର ଘଣ୍ଟା ଯାଉଛି l ଯାହାକୁ ଗଛ ମୂଳରେ ଦେବା ଦ୍ଵାରା ଜୀବାଣୁ ସୃଷ୍ଟି ହେଉଛି ଏବଂ ଭଲ ଫସଲ ଅମଳ ହେଉଛି l ଏହାଛଡା ଦେଶୀ ପ୍ରଣାଳୀରେ ଗଛରେ ରୋଗ ପୋକ ନ ଲାଗିବା ପାଇଁ ବିଭିନ୍ନ ପ୍ରକାରର ଅନାବନା ଗଛର ପତ୍ର ଓ ପଞ୍ଚଦ୍ରବ୍ୟ ବ୍ୟବହାର କରି ଫସଲ ଅମଳ କରାଯାଉଛି l ଏହି ଅର୍ଗାନିକ ପଦ୍ଧତିରେ ଚାଷ କରି ଏବେ ଚର୍ଚ୍ଚାରେ ରଞ୍ଜନ କୁମାର ବେହେରା।

କଟକ ଜିଲ୍ଲା ମାହାଙ୍ଗା କୁହୁଣ୍ଡା ଗ୍ରାମର ୫୧ ବର୍ଷୀୟ ରଞ୍ଜନ କୁମାର ବେହେରା । ୧୦୦୧ ରୁ ୨୦୨୦ ବର୍ଷ ଭିତରେ ଫୁଲବାଣୀ ଓ  ପରେ ଭୁବନେଶ୍ୱରରେ BSNL ରେ SDO ଭାବେ କାର୍ଯ୍ୟ କରିଆସୁଥିଲେ l ୨୦୨୦ ରେ ସେ SDO ପଦବୀରୁ VRS ନେଇ ଚାକିରି ଅଧାରୁ ଛାଡ଼ି ଏବେ ଅର୍ଗାନିକ ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରକାରର ପନିପରିବା ଚାଷକୁ ଆପଣେଇଛନ୍ତି l ପ୍ରାୟ ୧ ଏକର ଚାଷ ଜମିରେ ଏହି ଖରିପ୍ ଋତୁରେ ପୋଟଳ, ଶାଗ, ଅଦା, ଲଙ୍କା, ଅମୃତଭଣ୍ଡା, ଜହ୍ନି, ଭେଣ୍ଡି, ଝୁଡଙ୍ଗ, କଖାରୁ ଆଦି ପନିପରିବା ଚାଷ କରୁଛନ୍ତି l ବିଶେଷ କରି ଦେଶୀ ଜାତୀୟ ମଞ୍ଜି ବିହନ ଲଗାଇ ଚାଷ କରୁଛନ୍ତି l

ଏହାବ୍ଯତିତ ବର୍ଷା ଦିନେ ବେଡ଼ ଭଳି ଉଚ୍ଚା କରି ଚାଷ କରାଯାଉଛି କାରଣ ଅତ୍ୟଧିକ ପାଣି ରହିଲେ ଫସଲ ପଚି ନଷ୍ଟ ହେବାର ସମ୍ଭାବନା ରହିଛି l ତେଣୁ ଚାଷ ଜମିର ପାର୍ଶ୍ଵରେ ଅଣଓସାରିଆ ନାଳି କରାଯାଇ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ରହିଛି l ପବନ ହେଲେ ଫସଲ ନଷ୍ଟ ନ ହେବା ପାଇଁ ଚାରି ପାର୍ଶ୍ୱ ଗ୍ରୀନ ନେଟ ଲଗାଯାଇଛି l ମାଛି କୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ଫଳ ରସ ଓ ଭିନେଗାର ଏକ ବୋତଲରେ ପକାଇ ଫସଲ କିଆରିରେ ଝୁଲା ଯାଇଛି l ଏହାର ଭିତରେ ଗେଣ୍ଡୁ ଗଛ ମଧ୍ୟ ଲଗାଯାଇଛି l ଅନ୍ଯପଟେ ସବୁ ଚାଷୀ ମାନଙ୍କୁ ଏଭଳି ଅର୍ଗାନିକ ପଦ୍ଧତିରେ ଚାଷ କରିବା ପାଇଁ ସେ ନିବେଦନ କରିଛନ୍ତି l

ଏବେ ଚାଷୀ ମାନେ ଅଧିକ ଫସଲ ଅମଳ ପାଇଁ ରାସାୟନିକ ସାର ପକାଉଛନ୍ତି। ଯାହା ପରିବେଶ ପାଇଁ ସମସ୍ୟା ଉପୁଯାଉଥିବାବେଳେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରୁଛି l ତେବେ ଏହାରି ଭିତରେ ଜଣେ BSNL ର SDO ନିଜର ଚାକିରି ଛାଡ଼ି, ଜୈବିକ ପଦ୍ଧତିର ଚାଷ କରିବା ନିହାତୀ ସମାଜ ପାଇଁ ଏକ ଉଦାହରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.