ଆସନ୍ତା୧୭ ଜୁଲାଇଠୁ ଗୁଜୁରାଟ ହାଇକୋର୍ଟର ଜରୁରୀ କାର୍ଯ୍ୟର ହେବ ଲାଇଭ ଷ୍ଟ୍ରିମିଂ

ଗୁଜୁରାଟ ହାଇକୋର୍ଟ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତା ୧୭ ଜୁଲାଇ ଶନିବାରଠୁ ଲାଗୁ ହେବ । ଶନିବାରଠୁ କୋର୍ଟରେ ହେଉଥିବା ସମସ୍ତ ଜରୁରୀ  କାର୍ଯ୍ୟର କରାଯିବ ଲାଇଭ ଷ୍ଟ୍ରିମିଂ।

ଗୁଜୁରାଟ ହାଇକୋର୍ଟର ଐତିହାସିକ ନିଷ୍ପତ୍ତି । ଏହା କରିବା ପରେ ଗୁଜୁରାଟ ଉଚ୍ଚନ୍ୟାୟାଳୟ ଦେଶର ପ୍ରଥମ ହାଇକୋର୍ଟ ହେବ, ଯେଉଁଠି ଜରୁରୀ କାର୍ଯ୍ୟର ଲାଇଭ ଷ୍ଟ୍ରିିମିଂ ଆରମ୍ଭ ହେବ । ଏହାପାଇଁ କିଛି ଖାସ ନିୟମ ମଧ୍ୟ ଳାଗୁ କରାଯାଇଛି ।

3253256325
pc: live law

ଏହାର ପ୍ରଥମ ଟ୍ରାୟଲ ୨୬ ଅକ୍ଟୋବର ୨୦୨୦ରେ ହୋଇଥିଲା । ଯାହାକୁ ୟ୍ୟୁଟୁବ ମାଧ୍ୟମରେ ସମସ୍ତେ ଦେଖିପାରିବେ । ଏହାସହିତ ଅଦାଲତର ଅଫିସିଆଲ ୟ୍ୟୁଟୁବ ପେଜରେ ଟ୍ରାୟଲ ଲାଇଭ ଷ୍ଟ୍ରିମିଂରେ ୪୧ ଲକ୍ଷ ଲୋକ ଦେଖି ସାରିଥିଲେ । ଏହାସହ ୬୫ ହଜାର ଲୋକ ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରିଛନ୍ତି ।

ହାଇକୋର୍ଟର ରେଜିଷ୍ଟ୍ରର ଜେନେରାଲ ଏହା ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ୧୭ ଜୁଲାଇରେ ଅନଲାଇନ ସମାରୋହ ଜରିଆରେ କୋର୍ଟର ସମସ୍ତ ଜରୁରୀ କାର୍ଯ୍ୟର ଲାଇଭ ଷ୍ଟ୍ରିମିଂ କରାଯିବ । ଏହି କାର୍ଯ୍ୟକ୍ରମରେ ଚିଫ ଜଷ୍ଟିସ CJI NV Ramana ମୁଖ୍ୟ ଅତିଥି ରୂପେ ଯୋଗ ଦେବେ । ନ୍ୟାୟାଳୟରେ ମାମଲା ପ୍ରାୟ ଲମ୍ବା ସମୟ ଧରି ପଡ଼ିରହୁଥିବା କାରଣରୁ ଏହି ନିୟମ ଲାଗୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.