ପୁରୀ(କେନ୍ଯୁଜ୍): ରଥରେ ଫାଟ। ବଳଭଦ୍ରଙ୍କ ତାଳଧ୍ୱଜ ରଥର ଅଖ ଓ ଚକ ସହ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଚକରେ ସାମାନ୍ୟ ଫାଟ ଦେଖାଦେଇଛି। ତାଳଧ୍ୱଜ ରଥରେ ଲାଗିଛି ଜ୍ୟାକ୍, ୨ ଘଣ୍ଟା ଧରି ଚାଲିବ ମରାମତି କାମ। ସେହିପରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଥିବା ଫାଟର ମଧ୍ୟ ମରାମତି କରାଯିବ ।
୧୦ ମହାରଣା, ୬ ଭୋଇ ସେବକ ଓ ୩ କମାର ସେବକ କରୁଛନ୍ତି ମରାମତି। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ୩ ରଥ ଯାଞ୍ଚ କରିଥିଲେ ମୁଖ୍ୟ ବିଶ୍ୱକର୍ମା ଓ ପୂର୍ବତଟ ରେଳବାଇ ବୈଷୟିକ ଟିମ୍। ଯାଞ୍ଚ ସମୟରେ ରଥରେ ଫାଟ ଥିବା ଦେଖିବାକୁ ମିଳିଥିଲା। ଯାଞ୍ଚରେ ରଥ ଅମିନ ଓ ରଥଭୋଇ ସାମିଲ ହୋଇଥିଲେ। ଆସନ୍ତା ୧୭ତାରିଖରେ ତିନି ରଥର ଦକ୍ଷିଣ ମୋଡ କରାଯିବ।