ମୂଷାକୁ ଏମିତି ଲାଗିଲା ଗଞ୍ଜେଇ ନିଶା, ଅଧିକ ପତ୍ର ଖାଇ ନିଶାରେ ହେଲା ବେହୋସ

ଗଞ୍ଜେଇ ବିଷୟରେ ଆପଣ ନିଶ୍ଚିତ ଜାଣିଥିବେ, ଯାହାର ନିଶାକୁ ଆଜିକାଲି ଅଧିକାଂଶ ଲୋକ ସେବନ କରିବାରେ ଲାଗିଛନ୍ତି। ସାଧାରଣତଃ ମଣିଷମାନେ ନିଶାଦ୍ରବ୍ୟ ସେବନ କରିଥିବା କଥା ଆପଣ ଜାଣିଥିବେ। କିନ୍ତୁ ପଶୁପକ୍ଷୀ ଏହି ନିଶା ପାଇଁ ପାଗଳ ହୋଇଯାନ୍ତି ଏକଥା ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିଥାଏ। କିନ୍ତୁ ଏହା ସତ। ଏମିତି ଏକ ଘଟଣା କାନାଡାରେ ଘଟିଛି।

ଏଠିକାର ଜଣେ ଲୋକଙ୍କ ବାଡିରୁ ପ୍ରତିଦିନ ଗଞ୍ଜେଇ ଗଛ ଚୋରି ହେଉଥିଲା। କେମିତି କିଏ ଏହାକୁ ଚୋରି କରୁଥିଲା ସେ ଏହା ବିଷୟରେ ମାଲିକ ଜଣକ ଜାଣିନଥିଲେ। ଦିନେ ଯାହା ସେ ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ତାଙ୍କ ଛୋଟ ଚାଷଜମିରେ ମୂଷାମାନେ ଗଞ୍ଜେଇ ପତ୍ର ଖାଇ ନିଶାସକ୍ତ ଅବସ୍ଥାରେ ପଡିଛନ୍ତି।

raat1

ଗଞ୍ଜେଇ ଚାଷ ବେଆଇନ ହୋଇଥିବା ବେଳେ କାନାଡାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ପରିମାଣ ଗଂଜେଇ ଚାଷ କରିବାକୁ ଅନୁମତି ଦିଆଯାଇଛି। କୋଲିନ ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ ପେଜରେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ଦୁଇଦିନ ଧରି ଏକଛୋଟ ମୂଷା ଗଂଜେଇ ପତ୍ର ଚୋରି କରି ଖାଉଥିଲା। ସେ ଏହାକୁ ଏତେ ମାତ୍ରାରେ ଖାଇଥିଲା ଯେ ଶେଷରେ ବେହୋସ ହୋଇ ଚାଷଜମିରେ ପଡିଥିଲା।

rat

କୋଲିନ ଲେଖିଛନ୍ତି, ଗୋଟିଏ ସପ୍ତାହ ମଧ୍ୟରେ ମୂଷା ଏତେ ପରିମାଣର ଗଂଜେଇ ଖାଉଥିଲା ଯେ, ସେ ଜଙ୍ଗଲରେ ଛାଡିବାକୁ ଚିନ୍ତା କଲେ। ମାତ୍ର ପରେ ମୂଷାର ନିଶା ଖସିନଥିଲା। ସେ ପୁଣି ଚାଷଜମିକୁ ଆସି ଗଂଜେଇ ପତ୍ର ଖାଇବାରେ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.