ଜୁଲାଇ ପହିଲାରୁ ରାଜ୍ୟରେ ଖୋଲିବ କି ଧର୍ମାନୁଷ୍ଠାନ ! ଅନୁମତି ମିଳିଲେ କଣ ରହିବ ଗାଇଡ୍‌ଲାଇନ?

ଅନଲକ୍‌ ୧ ‌ର ଅବଧି ସରିବାକୁ ଯାଉଛି। ଜୁଲାଇ ୧ ରୁ ଆରମ୍ଭ ହେବ ଅନଲକ୍‌ ୨.୦ । ଜୁନ୍‌ ୮ ରୁ ଦେଶର ତାଲା ଖୋଲିଥିଲେ କେନ୍ଦ୍ର ସରକାର । ହେଲେ ସଂକ୍ରମଣକୁ ଦେଖି ସବୁ ରାଜ୍ୟର ତାଲା ଖୋଲି ନଥିଲା । ଏବେ ସଂକ୍ରମଣ ଆହୁରି ଭୟାନକ ହେଉଛି। ଦେଖିବା ଅନଲକ୍‌-୨ରେ କେଉଁ ରାଜ୍ୟ କି ପଦକ୍ଷେପ ନେଇପାରନ୍ତି ।  ଜୁଲାଇ ପହିଲାରୁ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ କି ନାହିଁ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦି ଅନୁମତି ମିଳିବ ତେବେ କିଭଳି ରହିବ ଗାଇଡ ଲାଇନ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ବାଦ୍‌ ଆଉ କିଛି ନିୟମ ଲାଗୁ କରିବେ କି ରାଜ୍ୟ ସରକାର ।

temple

ଦିନକ ପରେ ସରୁଛି ଅଲ୍‌ଲକ୍‌  ୧। ଜୁଲାଇ ପହିଲାରୁ ରାଜ୍ୟରେ ଖୋଲିବ କି ମନ୍ଦିର? ଧର୍ମାନୁଷ୍ଠାନଗୁଡିକ ଖୋଲିବା ପାଇଁ ଅନୁମତି ଦେବେ କି ରାଜ୍ୟ ସରକାର? ନା ପୂର୍ବପରି ନିୟମ ବଳବତ୍ତର ରହିବ । ଯଦି ଅନୁମତି ମିଳିବ, ତେବେ କିଭଳି ରହିବ ଗାଇଡ୍‌ଲାଇନ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ବାଦ୍‌ ଆଉ କିଛି ନିୟମଲାଗୁ କରିବେ କି ରାଜ୍ୟ ସରକାର? ଏଭଳି ଅନେକ ପ୍ରଶ୍ନକୁ ନେଇ ଦ୍ୱନ୍ଦରେ ମନ୍ଦିର କମିଟିା

କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ଜୁନ୍‌ ୮ ତାରିଖରୁ ସାରା ଦେଶରେ ଥିବା ଧର୍ମାନୁଷ୍ଠାନ ଖୋଲିଥିଲା। କିନ୍ତୁ ଓଡିଶାରେ କୌଣସି ଧର୍ମାନୁଷ୍ଠାନ ଖୋଲିନଥିଲା। କିନ୍ତୁ ଦେଶରେ ଧର୍ମାନୁଷ୍ଠାନ ଖୋଲିଥିବା ସ୍ଥଳେ ଏଠାରେ ଲାଗୁ ହୋଇଥିବା କିଛି ନୀତି ନିୟମ। ମନ୍ଦିର କମିଟିକୁ ମାନିବାକୁ ପଡିଥିଲା ଅନେକ ସର୍ତ୍ତ। ମନ୍ଦିରରେ ସାମାଜିକ ଦୂରତା, ଥର୍ମାଲ ସ୍କାନିଂ, ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ରାସ୍ତା, ସାନିଟାଇଜେନ ଇତ୍ୟାଦି କରିବା ବାଧ୍ୟତାମୂଳକ ରହିଥିଲା।କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ମନ୍ଦିରଗୁଡିକ ବନ୍ଦ ରହିବ । ପୂଜକମାନେ ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖିବେ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମନ୍ଦିର ମୁଖ୍ୟ ଗେଟ୍‌ରେ ଭକ୍ତମାନଙ୍କ ଥର୍ମାଲ ସ୍କ୍ରିନିଂ ହେବ । ପ୍ରସାଦ ସେବନ ଉପରେ ରହିବ କଟକଣା । ଧାଡିବାନ୍ଧି ଓ ସାମାଜିକ ଦୂରତା ମାନି ଭକ୍ତମାନେ ମନ୍ଦିର ଭିତରକୁ ଯିବେ । ମନ୍ଦିର ଭିତରେ କୌଣସି ଉତ୍ସବ ହେବ ନାହିଁ ।

Leave A Reply

Your email address will not be published.