ବିବାହ ବିଳମ୍ବ ହେଉଛି କି ? ଶୀଘ୍ର ବିବାହ ପାଇଁ ଗୁରୁବାର ଦିନ କରନ୍ତୁ ଏହି ଉପାୟ

ଅଧିକାଂଶ ଲୋକଙ୍କର ଏବେ ବିବାହ ବିଳମ୍ବ ହେଉଥିବାର ଦେଖାଯାଉଛି । ତାହାର କାରଣ ଯାହା ହେଉନା କାହିଁକି ତେବେ ବିବାହ ଶୀଘ୍ର ହେବା ପାଇଁ ବହୁତ କିଛି ଉପାୟ ହିନ୍ଦୁ ଶାସ୍ତ୍ରରେ ଦିଆଯାଇଛି । ସେଥି ମଧ୍ୟରୁ ଏକ ସହଜ ଉପାୟ ସମ୍ପର୍କରେ ଏଠାରେ ଆମେ କହିବୁ । ବିବାହ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ବିଷ୍ଣୁଙ୍କ ପୂଜା ପାଇଁ ଉତ୍ତମ ଦିନ ବୋଲି ମନାଯାଇଥାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ବିବାହ ଶୀଘ୍ର ହୋଇଥାଏ ।

ଶୀଘ୍ର ବିବାହ ପାଇଁ ଗୁରୁବାର କରନ୍ତୁ ଏହି ଉପାୟ :

କେବେ କେବେ ବହୁ ପ୍ରୟାସ ସତ୍ତ୍ୱେ ମଧ୍ୟ ବିବାହରେ ବାଧା ଉପୁଜିଥାଏ । ବିବାହରେ ହେଉଥିବା ଏହି ବିଳମ୍ବ ପାଇଁ ମାନସିକ ଚିନ୍ତା ବଢ଼ିଯାଇଥାଏ । ଯଦି ବିବାହରେ ଡେରି ହେଉଥାଏ ତେବେ ନିଶ୍ଚିତ କିଛି ନା କିଛି ବାଧା ହେଉଛି । ଏହି ସବୁ ବାଧା ଦୂର କରିବା ପାଇଁ ଭଗବାନ ବିଷ୍ଣୁଙ୍କ ଉପାୟ ଅବଶ୍ୟ କରନ୍ତୁ । ଏହି ଦିନ ବ୍ରତ ରଖିବା ମଧ୍ୟ ଭଲ ହୋଇଥାଏ । ଏହା ସହ ଏହି ଦିନ ହଳଦିଆ ବସ୍ତ୍ର ଧାରଣ କରିବା ସହ ହଳଦିଆ ଜିନିଷ ମଧ୍ୟ ଭଗବାନଙ୍କୁ ପୂଜା ଲଗାନ୍ତୁ । ଏଥି ସହ ନିଜେ ମଧ୍ୟ ହଳଦିଆ ଦ୍ରବ୍ୟ ଖାଆନ୍ତୁ । ବେସନ ଲଡୁ, ବେସନ ରୁଟି ସେବନ କରିବା ଶୁଭ ହୋଇଥାଏ । ଏଥି ସହ ଦାନ ପୂଣ୍ୟ ମଧ୍ୟ କରନ୍ତୁ ଶୀଘ୍ର ବିବାହ ପାଇଁ ଲଗ୍ନ ଫିଟିବ ।

ସୁନ୍ଦରାକାଣ୍ଡ ପାଠ କରନ୍ତୁ :

ସୁନ୍ଦରକାଣ୍ଡ ପାଠ ଦ୍ୱାରା ବିଳମ୍ବ ବିବାହ ସମସ୍ୟା ଦୂର କରିଥାଏ । ମାନ୍ୟତା ଯେ ତୁଳସୀ ଦାସ ରଚିତ ସୁନ୍ଦରାକାଣ୍ଡ ପାଠ ପ୍ରତିଦିନ କରିବା ଦ୍ୱାରା ଲାଭ ମିଳିଥାଏ । ଲଗାତାର ୨୧ ଦିନ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବାଧା ଓ ଅନ୍ୟ ଅସୁବିଧାରୁ ମୁକ୍ତି ମିଳିଥାଏ । ପାଠ କରିବା ସମୟରେ ହନୁମାନ ଜୀଙ୍କ ଫଟୋ କିମ୍ବା ମାତା ସୀତାଙ୍କୁ ଭଗବାନ ଶ୍ରୀରାମଙ୍କ ମୁଦି ଦେଉଥିବା ଫଟୋ ଲଗାତାର ପୂଜା କରନ୍ତୁ । ଏହି ଚୌପାଇ ପାଠ ଅବଶ୍ୟ କରନ୍ତୁ ।

ଚୌପାଇ :

ଜବ ଜନକ ପାଇ ବଶିଷ୍ଠ ଆୟସୁ ବ୍ୟାହ ସମ୍ବାରିକେ ।
ମାଣ୍ଡବୀ ଶ୍ରୁତକିରତୀ ଉରମିଲା କୁମ୍ବରି ଲାଇ ହଂକାରୀ କେ ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.