Below header

ଦୁର୍ଘଟଣା ରୋକିବ ମହୁମାଛି – ଟ୍ରେନ୍ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବାକୁ ‘PLAN-BEE’

ଟ୍ରେନ୍ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବା ପାଇଁ ରେଳ ମନ୍ତ୍ରାଳୟର ‘ପ୍ଲାନ୍ ବି’ସଫଳ ହୋଇଛି । ଗତ ବର୍ଷ ଏହି ପ୍ଲାନର ଆରମ୍ଭ କରାଯାଇଥିଲା । ଗୌହାଟୀ ରେଳ ଷ୍ଟେସନ ନିକଟରେ ‘ପ୍ଲାନ୍ ବି’କୁ କାର୍ଯ୍ୟକ୍ରମ କରାଯାଇଥିଲା । ଷ୍ଟେସନ ନିକଟରେ ଏକ ଯନ୍ତ୍ରକୁ ଲଗାଯାଇଥିଲା । ଏହି ଯନ୍ତ୍ରଟି ମହୁ ମାଛି ପରି ଶବ୍ଦ କରିବ । ମହୁ ମାଛି ପାଖକୁ ହାତୀମାନେ ଯାଆନ୍ତି ନାହିଁ । ଏଥିପାଇଁ ଏକ ଯନ୍ତ୍ରର ବ୍ୟବହାର କରାଯାଇଛି । ପାଖାପାଖି ୬ଶହ ମିଟର ପର୍ଯ୍ୟନ୍ତ ହାତୀମାନେ ଏହି ଶବ୍ଦ ଶୁଣିପାରିବେ । ଗୌହାଟୀରେ ଏହାର ସଫଳତା ପରେ ସାରା ଦେଶରେ ଏହି ଯନ୍ତ୍ରର ବ୍ୟବହାର କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୨ହଜାର କୋଟି ଟଙ୍କା ।

‘ପ୍ଲାନ୍ ବି’ର ସଫଳତା ନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ । ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ରେଳ ମନ୍ତ୍ରୀ । ରେଳ ମନ୍ତ୍ରୀ ଗତ ବର୍ଷ ଲୋକସଭାରେ ଦେଇଥିବା ସୂଚନା ଅନୁସାରେ ୨୦୧୪ରୁ ୨୦୧୬ ମଧ୍ୟରେ ୩୫ଟି ହାତୀଙ୍କ ମୃତ୍ୟୁ ହୋଇଛି । ୨୦୧୭ ଜୁଲାଇ ସୁଦ୍ଧା ୫ଟି ହାତୀଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଗତ ବର୍ଷ ଏପ୍ରିଲ ମାସରେ ଝାରସୁଗୁଡ଼ା ତେଲିଡିହିରେ ହାଓ୍ଵଡା-ମୁମ୍ବାଇ ଏକ୍ସପ୍ରେସରେ କଟି ୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.