ଚଷମା ପିନ୍ଧିବାର ଇଚ୍ଛା ନ ଥିଲେ ଆପଣାନ୍ତୁ ଏହି ଉପାୟ

ଆମ ମୁହଁର ସବୁଠାରୁ ଆର୍କଷଣୀୟ ଅଙ୍ଗ ହେଉଛି ଆଖି । ଏହା ଦ୍ୱାରା ଜଣେ ଦୁନିଆର ରଙ୍ଗିନ୍ ବାତାବରଣକୁ ଦେଖିବା ସହ ଭାବ ବିନିମୟ କରିପାରିଥାଏ। ତେବେ ବଢ଼ୁଥିବା ପ୍ରଦୂଷଣ,ଖାଦ୍ୟପେୟରେ ଅନିୟମିତତା, ମୋବାଇଲ୍ ଏବଂ କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବିତାଇବା ଦ୍ୱାରା ଆଖି ସମସ୍ୟା ଦେଖାଯାଇଥାଏ । ଫଳରେ ବହୁ କମ୍ ବୟସରୁ ହିଁ ଲୋକଙ୍କୁ ଚଷମା ଲଗାଉଥିବାର ଦେଖିବାକୁ ମିଳିଛି। ଦୃଷ୍ଟିଶକ୍ତି ଠିକ୍ ରଖିବା ପାଇଁ ରହିଛି କିଛି ସାଧାରଣ ଉପାୟ, ଆସନ୍ତୁ ଏହି ଉପାୟ ବିଷୟରେ ଜାଣିବା ।

ଏହା ସହ ପଢ଼ନ୍ତୁ : ଯଦି ଆପଣବି ଗାଜରକୁ କରୁଛନ୍ତି ଘୃଣା, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ

rose waterଆଖିକୁ ଦୈନିକ ପରିଷ୍କାର ରଖନ୍ତୁ । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିନକୁ ୩-୪ ଥର ଥଣ୍ଡା ପାଣିରେ ଆଖିକୁ ଧୁଅନ୍ତୁ । ଯଦି ଆଖି ଜଳୁଛି କିମ୍ବା ଥକାପଣ ଅନୁଭବ ହେଉଛି ତେବେ ରାତି ସମୟରେ କିଛି ବୁନ୍ଦା ଗୋଲାପ ଜଳ ଆଖିରେ ପକାଇବା ସହିତ ଗୋଲାପ ଜଳକୁ ତୁଳାରେ ଭିଜାଇ କିଛି ସମୟ ଆଖି ଉପରେ ରଖନ୍ତୁ ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିଥାଏ ।

palmଉଚିତ୍ ପୋଷକ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ଖାସ କରି ଭିଟାମିନ୍ ସି ଥିବା ଖାଦ୍ୟ ଗ୍ରହଣ କରିବା ଜରୁରୀ । ଏଥି ସହ ଯେତେ ସମ୍ଭବ ଅଧିକ ପରିମାଣର ପାଣି ପିଅନ୍ତୁ । ଲଗାତାର କମ୍ପ୍ୟୁଟର କିମ୍ବା ମୋବାଇଲ୍ ବ୍ୟବହାର କରୁଥିଲେ ସମୟ ବ୍ୟବଧାନରେ ପାପୁଲିକୁ ମାଲିସ କରି ଆଖିରେ ଦିଅନ୍ତୁ ।

sleepଆଖି ସୁସ୍ଥ ରଖିବା ପାଇଁ ଯଥା ସମ୍ଭବ ଆଖିକୁ ଆରାମ ଦିଅନ୍ତୁ । ଦିନକୁ ଅତି କମରେ ୮ ଘଣ୍ଟା ଶୁଅନ୍ତୁ । ଉତ୍ତମ ନିଦ ପାଇଁ ଆଖି ତଳେ ଅଳ୍ପ ମାତ୍ରାରେ ବାଦାମ ତେଲ ଲଗାନ୍ତୁ । ଏହା ଆଖିର ଥକାପଣ ଦୂର କରିବା ସହ ଚମକ ବଜାୟ ରଖିଥାଏ ।

potatoନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଆଖି ପରୀକ୍ଷା କରନ୍ତୁ । ପ୍ରତି ଦିନ ୫ ମିନିଟ ପର୍ଯ୍ୟନ୍ତ ଆଖି ସମ୍ବନ୍ଧୀୟ ବ୍ୟୟାମ କରନ୍ତୁ । ଏଥିସହ ଆଖିତଳ କଳାଦାଗ ଦୂର କରିବା ପାଇଁ ଆଳୁ ରସ ଏବଂ କାକୁଡ଼ିକୁ କାଟି ଆଖିତଳେ ଲଗାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.