ଶିକ୍ଷା ନୁହେଁ ସଫଳତାର ମାପକାଠି ! ଶିକ୍ଷକ କହିଥିଲେ ଜେଲରେ କଟିବ ଜୀବନ, କିନ୍ତୁ ହୋଇଗଲେ କୋଟିପତି

ସଫଳତାର ପ୍ରଥମ ତଥା ମୁଖ୍ଯ ସିଡି ହେଉଛି ଶିକ୍ଷା, ଏହା ଅଧିକାଂଶ ଲୋକ ମାନିଥାନ୍ତି । କିନ୍ତୁ ଆଜି ଶିକ୍ଷାର ଅବସ୍ଥା ଏମିତି ଯେ, ଏମଏ ଓ ପିଏଚଡି ଧାରକ ବି ଚପରାସିର ଚାକିରି ପାଇଁ ଆବେଦନ କରିବାକୁ ପଛଉ ନାହାନ୍ତି ।

ଆଜି କାଲି ପିଲାମାନେ ୧୦ମ କି ଦ୍ବାଦଶ ରେ ଭଲ ନମ୍ବର ରଖୁ ନାହାଁନ୍ତି ଯାହା ଫଳରେ ତାଙ୍କ ପିତା ମାତା ମାନଙ୍କୁ ଲାଗୁଛି କି ତାଙ୍କ ପୁଅ ଜୀବନରେ କିଛି କରିପାରିବ ନାହିଁ । କିଛି ଲୋକ ତ, ପିଲାଙ୍କ ରେଜଲଟ୍ ଖରାପ ଉପରେ ଏତେ ନକାରତ୍ମକ ଭାବରେ ପ୍ରତିକ୍ରିୟା ଦେଇଥାନ୍ତି ଯେ ପିଲା ଏସବୁକୁ ସହି ନପାରି ଆତ୍ମହତ୍ୟା କିରିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ କି ଆଜିର ସମୟରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ୧୦ମ ଫେଲ୍ ହେବା ପରେ ଏବଂ ପାଠ ପଢା ଛାଡିବା ପରେ ମଧ୍ୟ କୋଟିପତି ହୋଇପାରିଛନ୍ତି ।

୧୦ମ ଶ୍ରେଣୀରୁ ପାଠ ପଢା ଛାଡି ସଫଳ ବ୍ୟକ୍ତି ହୋଇପାରିଥିବା ଳୋକ ମାନଙ୍କ ଭିତରୁ ଜଣେ ରିର୍ଚ୍ଚାଡ ବ୍ରାନସନ୍ ଯିଏ କି ଭର୍ଜିନ୍ ଗ୍ରୁଫର ନିର୍ମାତା । ରିର୍ଚ୍ଚାଡ ବ୍ରାନସନ୍ ଆଜିର କୋଟିପତି ମାନଙ୍କ ଭିତରୁ ଜଣେ । ତାଙ୍କର ଏହି ଗ୍ରୁଫରେ ୪୦୦ କଂପାନି ଅଛି ଓ ହଜାର ହଜାର ଲୋକ ତାଙ୍କ କଂପାନିରେ କାମ କରୁଛନ୍ତି ।

ପାଠ ପଢା ଅଧାରୁ ଛାଡିଲା ପରେ ମଧ୍ୟ ବ୍ରାନସନ୍ କେମିତି ହେଲେ କୋଟିପତି :

ରିର୍ଚ୍ଚାଡ ବ୍ରାନସନଙ୍କ ୩ୟ ଜେଜେବାପା ୧୭୯୩ରେ ଭାରତ ଆସିଥିଲେ । ଏହି କାରଣରୁ  ବ୍ରାନସନଙ୍କ ବାପା ମଧ୍ୟ ମାଡ୍ରାସ୍ ଆସିଯାଇଥିଲେ । ଏହିଠାରେ କିଛି ଦିନ ରହିବା ପରେ ସେ ଜଣେ ଭାରତୀୟ ମହିଳାଙ୍କୁ ବିବାହ କରିଥିଲେ । ଏବଂ ଏହା ପରେ ରିର୍ଚ୍ଚାଡ ବ୍ରାନସନଙ୍କ ଜନ୍ମ ହୋଇଥିଲା ।

ରିର୍ଚ୍ଚାଡ ଯେତେବେଳେ ବଡ ହେଲେ ସେତେବେଳେ ତାଙ୍କ ମାତା ପିତା ତାଙ୍କ ପାଠ ପଢିବା ପାଇଁ ଲଣ୍ଡନ୍ ଷ୍ଟୋଭକୁ ପଠାଇଦେଲେ । କିନ୍ତୁ ତାଙ୍କର କିଛି ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇଁ ସେ ଠିକ୍ ଭାବରେ ପାଠ ପଢି ପାରୁ ନଥିଲେ । ଏହାପରେ ଏକ ଖରାପ ପିଲାର ସାଥୀରେ ପଡି ବିଲକୁଲ ବି ପାଠ ପଢାରେ ମନ ଲଗାଇଲେ ନାହିଁ ।

ରିର୍ଚ୍ଚାଡ ପାଠ ପଢାରେ ମନ ନଲଗାଇବା କାରଣରୁ ଗୋଟେ ଦିନ ସ୍କୁଲର ହେଡମାଷ୍ଟର କହିଲେ ତୁମର ସାରା ଜୀବନ ଜେଲରେ କଟିବ ଯଦି ତୁମେ ପାଠ ନପଢ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ୧୦ମ ପାସ୍ କରିବା ପୂର୍ବରୁ ହିଁ ପାଠ ପଢା ଛାଡି ଦେଲେ ଏବଂ ଏକ ଚର୍ଚ୍ଚର ମାଗାଜିନରେ କାମ କରିବାକୁ ଲାଗିଲେ । ଏହି ଠାରେ ତାଙ୍କର ବଡ ବଡ ଲୋକ ମାନଙ୍କ ସହ ପରିଚିତ ହେଲା ଏବଂ ସେ ନିଜର ଗୋଟେ ମ୍ୟୁଜିକ୍ ସିଡି ସପ୍ ଖୋଲିବାରେ ସଫଳ ହେଲେ । ଏହି ଦୋକାନର ବିଜ୍ଞାପନ ସେ ଯେତେବେଳେ ଚର୍ଚ୍ଚର ମାଗାଜିନରେ ଦେଲେ ଏହାର ପ୍ରଭାବ ଏମିତି ପଡିଲା ଯେ ସେ ରାତାରାତି ଏକ ବଡ ବ୍ଯବସାୟୀ ପାଲଟିଗଲେ ।

ତାଙ୍କର ଏହି ବ୍ଯବସାୟ ଏତେ ବେଗରେ ବଢିବାକୁ ଲାଗିଲା ଯେ ସେ ଆଉ ଏକ ଦୋକାନ ଖୋଲିବାରେ ସଫଳ ହୋଇପାରିଲେ ଏବଂ ଏହାର ନାଁ ରଖିଲେ ଭର୍ଜିନ୍ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାଁନ୍ତି । ଆଜି ତାଙ୍କ ପାଖରେ ଭର୍ଜିନ୍  ଏୟାରଲାଇନ୍ସ ସମେତ ଅନେକ ଗୁଡିଏ କଂପାନି ଅଛି ଯେଉଁ ଥିରେ ହଜାର ହଜାର ଲୋକ କାମ କରୁଛନ୍ତି । ୨୦୦୬ରେ ୟୁରୋପର ସଣ୍ଡେ ଟାଇମ୍ସ ଜାରି କରିଥିବା ୟୁରୋପର ୧୦୦୦ ଧନୀ ଲୋକଙ୍କ ତାଲିକାରେ ଟପ୍ ୧୦ରେ ଥିଲେ ରିଚ୍ଚାର୍ଡ  ।

Leave A Reply

Your email address will not be published.