ଏମାନେ ହେଉଛନ୍ତି ଦେଶର ଧନୀ ଭିକାରୀ, ଆୟ ଜାଣି ଉଡିଯିବ ଆପଣଙ୍କ ହୋସ୍

ଯେଉଁମାନଙ୍କୁ ଆପଣ ଖୁଚୁରା ଟଙ୍କା (୧ଟଙ୍କା ବା ୨ଙ୍କା) ଦେଉଛନ୍ତି ସେମାନଙ୍କ ସହି ଜଡିତ ଏହି ଖବର ଆପଣଙ୍କୁ ନିଶ୍ଚୟ ଚମକାଇଦେବ । ଟ୍ରାଫିକ୍ ହେଉ ବା ମନ୍ଦିର, ଗାଁ ହେଉ ବା ସହର ପ୍ରାୟ ସବୁ ସ୍ଥାନରେ ଭିକ ମାଗୁଥିବା ଭିକାରୀ ନଜର ଆସନ୍ତି । ଯେଉଁମାନଙ୍କୁ ଆମେ ମାତ୍ର କିଛି ଟଙ୍କା ଦେଇ ଚାଲିଆସୁ । କିନ୍ତୁ ଥରେ ଭାବନ୍ତୁ ଯେଉଁ ଯେଉଁ ଭିକାରୀକୁ ଆପଣ ମାତ୍ର ଟଙ୍କାଟିଏ ବା ଦୁଇ ଟଙ୍କା ଦେଉଛନ୍ତି ଯଦି ସେ କୋଟିପତି ବାହାରେ ତେବେ ??

ଆଜି ଆମେ ଆପଣଙ୍କୁ ଯେଉଁ ଭିକାରୀମାନଙ୍କ ବିଷୟରେ କହିବୁ ସେମାନେ ଦେଶର ସବୁଠାରୁ ଧନୀ ଭିକାରୀ । ଏହି ଭିକାରୀ ମାନଙ୍କ ନିକଟରେ ରହିଛି ସମସ୍ତ ସୁବିଧା, ସେମାନଙ୍କ ପିଲା ବଡ ବଡ ଇଂରାଜି ମିଡିୟମ୍ ସ୍କୁଲରେ ପଢନ୍ତି , ନିଜର ବଡ ବଡ ବ୍ୟବସାୟ ମଧ୍ୟ ଅଛି, ଦୋକାନ ସହ ରହିଛି କୋଟି କୋଟି ବ୍ୟାଙ୍କ୍ ବାଲାନ୍ସ । ତଥାପି ଭିକ ମାଗିବା ଏମାନଙ୍କ ପେଷା । ଏବେ ଆପଣ ଜାଣନ୍ତୁ ଭାରତର ଏହି କୋଟିତି ଭିକାରୀଙ୍କ ବିଷୟରେ ।

ଭରତ ଜୈନ, ମାସକୁ ରୋଜଗାର ୬୫ ହାଜର :

beggar-bharat-jainଫଟାଫଟ୍ ଇଂରାଜୀ କହୁଥିବା ୪୯ ବର୍ଷୀୟ ଭିକାରୀ ଭରତ ଜୈନ୍ । ପ୍ରତିଦିନ ପ୍ରାୟ ୮ ରୁ ୧୦ ଘଂଟା ମୁମ୍ବାଇ ପରେଲରେ ଭିକ ମାଗନ୍ତି । ଆଉ ମାସିକ ରୋଜଗାର ୬୫ ହଜାର ଟଙ୍କା, ଯାହା ସେଠାକାର ମୁଖ୍ୟମନ୍ତ୍ରୀଙ୍କ ରୋଜଗାରଠାରୁ ମଧ୍ୟ ଅଧିକ । କଣ ଆଶ୍ଚର୍ଯ୍ଯ ହୋଇଗଲେ ନା ? ଏବେ ଶୁଣନ୍ତୁ, ଭରତଙ୍କ ନିକଟରେ ୭୦ -୭୦ ଲକ୍ଷର ଦୁଇଟି ଫ୍ଲାଟ୍ ଅଛି । ଏହା ସହ ସେହି ଅଂଚଳରେ ଥିବା ଏକ ଜୁସ୍ ଦୋକାନର ମାଲିକ ମଧ୍ୟ । ଏହା ସହ ଆଉ ଏକ ଦୋକାନ ଅଛି । ଉଭୟ ଦୋକାନରୁ ଭରତଙ୍କୁ ୧୦ ହଜାର ଟଙ୍କା ପ୍ରତିମାସରେ ମିଳେ । ଭାରତର ସବୁଠାରୁ ଧନୀ ଭିକାରୀ ହେଉଛନ୍ତି ଭରତ ।

ପାଟଣାର ପପୁ କୁମାର, ବ୍ୟାଙ୍କ୍ ବାଲାନ୍ସ ୧ କୋଟି ଉପରେ :

papuପାଟଣାର ପପୁ କୁମାରଙ୍କ ବ୍ୟାଙ୍କ୍ ବାଲାନ୍ସ ୧ କୋଟିରୁ ଅଧିକ । ତଥାପି ଲୋକଙ୍କୁ ଏକଥା କହି ଭିକ ମାଗନ୍ତି ଯେ ଅନେକ ଦିନ ହେବ ଖାଇନାହାଁନ୍ତି , ଖାଇବା ପାଇଁ କିଛି ଟଙ୍କା ଦିଅନ୍ତୁ । ୟାଙ୍କ ହାଲତ୍ ଦେଖି ଲୋକଙ୍କୁ ଦୟା ଆସିଯାଏ ଏବଂ କିଛି ଟଙ୍କା ଦେଇ ଦିଅନ୍ତି । ପପୁ କୁମାରର ପୁଅ ଏକ ଇଂରାଜୀ ମିଡିୟମ୍ ସ୍କୁଲରେ ପାଠ ପଢେ ।

ଫ୍ୟାସନେବଲ୍ ତରିକାରେ ଭିକ ମାଗନ୍ତି ଏହି ସାଧୁ :

beggar-masu_ଫିଲ୍ମ ଷ୍ଟୁଡିଓରେ କପଡା ବଦଳାଇ ଅଟୋରେ ଭିକ ମାଗିବା ସ୍ଥାନରେ ପହଂଚିନ୍ତି ଏହି ମହାଶୟ । ମୁମ୍ବାଇର ପରେଲର ଏହି ସାଧୁଙ୍କର ଗୋଟିଏ ଫ୍ଲାଟ୍ ଅଛି । ଏହା ସହ ରହିଛି ୩୦ ଲକ୍ଷର ସମ୍ପତ୍ତି । ପରିବାର ଯେତେ ବୁଝାଇବା ପରେ ମଧ୍ୟ ବଦଳୁନାହାଁନ୍ତି ଏହି ଫ୍ୟାସନେବଲ୍ ଭିକାରୀ ବାବା ।

ଭାଇ ସହ ନିଜ ଫ୍ଲାଟରେ ମଜାରେ ରୁହନ୍ତି ଭିକାରୀ କୃଷ୍ଣ କୁମାର ଗିତେ :

krishna-kumarନଲ୍ଲୋସପୁରାରେ ରହୁଥିବା କୃଷ୍ଣ କୁମାର ଗିତେ ଭାଇ ସହ ନିଜ ଫ୍ଲାଟରେ ମଜାରେ ରହେ । ଦିନକୁ ୮ ରୁ ୧୦ ଘଂଟା ଯାଏ ଭିକ ମାଗେ କୃଷ୍ଣ । ପ୍ରତିମାସରେ ତାର ରୋଜଗାର ୧୦ରୁ ୧୫ ହଜାର । ଏହା ବ୍ୟତୀତ ଲକ୍ଷାଧିକ ଟଙ୍କା ମାଲିକ ହେଉଛି କୃଷ୍ଣ କୁମାର ।

ବିଦେଶ ଯାତ୍ରା କରିଥିବା ଭିକାରୀ ସାର୍ବତିୟା ଦେବୀ :

sarvatia-dev

ଦେଶର ସବୁଠାରୁ ପ୍ରସିଦ୍ଧ ମହିଳା ଭିକାରୀ ସାର୍ବତିୟା ଦେବୀ । ପାଟଣାରେ ରହୁଥିବା ଏହି ମହାଶୟା ବାର୍ଷିକ ୩୬ ହଜାର ଟଙ୍କା ଏଲଆଇସି ପ୍ରିମିୟମ୍ ଦିଅନ୍ତି । ଭିକ ମାଗି ସେହି ଟଙ୍କାରେ ଝିଅ ବାହାଘର ମଧ୍ୟ କରିସାରିଛନ୍ତି । ଏହା ବାଦ୍ ନିଜର ଏକ ଘର ମଧ୍ୟ ଅଛି । ସବୁଠାରୁ ମଜା କଥା ହେଉଛି ସାତଟି ତୀର୍ଥ ସ୍ଥାନ ବୁଲିବା ସହ ବିଦେଶ ଯାତ୍ରା ମଧ୍ୟ କରି ସାରିଛନ୍ତି ସାର୍ବତିୟା ଦେବୀ।

ସାମ୍ଭାଜି କାଲେଙ୍କର ପ୍ରତିଦିନ ରୋଜଗାର ୧୫୦୦ ଟଙ୍କା :

beggar-sambhaji-kaleମୁମ୍ବାଇର ସ୍ଲମ୍ ଏରିୟା ବିରାରରେ ରୁହନ୍ତି ସମ୍ଭାଜି । ଭିକ ମାଗି ପ୍ରତିଦିନ ପ୍ରାୟ ୧୫୦୦ ଟଙ୍କା ରୋଜଗାର କରିଥାନ୍ତି ସମ୍ଭାଜି । ଏହା ବ୍ୟତୀତ ସମ୍ଭାଜିଙ୍କର ଦୁଇଟି ଘର ମଧ୍ୟ ଅଛି । ଏହା ସହ ବ୍ୟାଙ୍କରେ ମଧ୍ୟ ନିବେଶ କରିଛନ୍ତି ।

ପରିବାରଙ୍କ ବାରଣ ସତ୍ବେ ଭିକ ମାଗେ ହାଜି :

beggar-haziମୁମ୍ବାଇରେ ରହୁଥିବା ହାଜିର ପ୍ରତିଦିନ ଆୟ ପ୍ରାୟ ୨ ହଜାର ଟଙ୍କା । ତେବେ ପୂଜା ପାର୍ବଣ ସମୟରେ ଏହାର ରୋଜଗାର ଦୁଇ ଗୁଣ ହୋଇଯାଏ । ନିଜର ଘର ଥିବା ସହ ୧୫ ଲକ୍ଷ ଟଙ୍କାର ଫ୍ଲାଟ୍ ମଧ୍ୟ ଅଛି । ଏହା ସହ ନିଜର ଏକ ଜରି କାରଖାନା ରହିଛି ଯେଉଁଠି ପ୍ରାୟ ୧୫ ଜଣ କାମ କରନ୍ତି । ପରିବାରର ହଜାର ବାରଣ ସତ୍ବେ ଆଜି ଯାଏଁ ଭିକ ମାଗିବା ଛାଡୁନି ହାଜି ।

ଆଜିଯାଏଁ ରାମବାଇ କହିଲେନି ନିଜ ସମ୍ପତ୍ତି :

beggar-rambaiଖମ୍ମନର ରାମବାଇଙ୍କୁ ସମସ୍ତେ ଜାଣନ୍ତି , କାରଣ ସ୍ଥାନୀୟ ଅଂଚଳରେ ଖୁବ୍ ଲୋକପ୍ରିୟ ସେ । ଆଜି ଯାଏଁ ନିଜ ସମ୍ପତ୍ତି ବିଷୟରେ ମୁହଁ ଖୋଲିଲେନି ରାମବାଇ । କିନ୍ତୁ ଯେଉଁଦିନ ତାଙ୍କ ସମ୍ପତ୍ତି ପେଡି ନେଇ ଖୁଲାସା ହେବ ସେଦିନ ନିଶ୍ଚୟ ସମସ୍ତଙ୍କ ହୋସ୍ ଉଡିଯିବ ।

କ୍ରେଡିଟ୍ କାର୍ଡ ରଖନ୍ତି ସବୁଠାରୁ ବୟସ୍କ ଭିକାରୀ ଲକ୍ଷ୍ମୀ ଦାସ :

beggar-laxmi-dasଲକ୍ଷ୍ମୀ ଦାସଙ୍କୁ ସବୁଠାରୁ ବୟସ୍କ ଭିକାରୀ ଭାବରେ ଗଣାଯାଏ । ୧୯୬୪ରେ ମାତ୍ର ୧୬ ବର୍ଷ ବୟସରୁ ଭିକ ମାଗିବା ଆରମ୍ଭ କରିଥିଲେ ଲକ୍ଷ୍ମୀ । ପୋଲିଓ ହୋଇଥିଲେ ମଧ୍ୟ ଭିକ ମାଗି ଏକ ବଡ ବ୍ୟାଙ୍କ୍ ବାଲାନ୍ସ ବନାଇ ସାରିଛନ୍ତି ଲକ୍ଷ୍ମୀ । ନିକଟରେ ତାଙ୍କୁ ବ୍ୟାଙ୍କର କ୍ରେଡିଟ୍ କାର୍ଡ ମଧ୍ୟ ମିଳିଛି । ଆଶ୍ଚର୍ଯ୍ଯ ନା ?

Leave A Reply

Your email address will not be published.