କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇ ଉଦାହରଣ ସୃଷ୍ଟି କଲେ ମହର୍ଷି ଓ ବିଜେବି କଲେଜ ଛାତ୍ର ଛାତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ପୂରା ସରଗରମ । ନିର୍ବାଚନୀ ପ୍ରଚାରରେ ଉଠୁଛି ପଡୁଛି କଲେଜ ପରିସର । ହେଲେ ତା ଭିତରେ କିଛି କଲେଜରେ ଅଶାନ୍ତି ଓ  ହିଂସାକାଣ୍ଡ ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଛି । ଠିକ୍ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ରାଜଧାନୀର ଦୁଇ ପ୍ରମୁଖ ମହାବିଦ୍ୟାଳୟ ବିଜେବି ଓ ମହର୍ଷିରେ । ବନ୍ଦ ରହିଥିବା ନିର୍ବାଚନ । ଗଣତାନ୍ତ୍ରିକ ପଦ୍ଧତିରେ ଛାତ୍ର ନେତା ବାଛିବା ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା । ଯାହକୁ ନେଇ ମନ ଊଣା କରିଥିଲେ ଛାତ୍ର ଛାତ୍ରୀ । ହେଲେ ଏଥର ଏହି ଦୁଇ ମହାବିଦ୍ୟାଳୟରେ ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ନିର୍ବାଚନ ପ୍ରକ୍ରିୟା । ବିଦ୍ୟାର୍ଥୀମାନେ ଚାହୁଁଛନ୍ତି ସବୁକିଛି ସୁରୁଖୁରୁରେ ହେଉ । କାରଣ ଯାହାବି ଅପ୍ରୀତିକର ଘଟଣା ଘଟୁଛି ସେଥିରେ ହେଉ କାହାର ନୁହେଁ, ପିଲାଙ୍କର ହିଁ କ୍ଷତି ହେଉଛି । ସେ ପାଠ ପଢ଼ାରେ ହେଉ ଅବା ଛାତ୍ର ସଂସଦ ନିର୍ବାଚନରେ ।

ସେଥିଲାଗି ମହର୍ଷି କଲେଜରେ ପ୍ରାର୍ଥୀ ହୋଇଥିବା ଛାତ୍ର ଛାତ୍ରୀ କ୍ୟାମ୍ପସରେ ଶାନ୍ତ ପରିବେଶ ବଜାୟ ରଖି ମିଳିମିଶି ପ୍ରଚାର କରୁଛନ୍ତି । ଠିକ୍ ସେହି ରାସ୍ତା ଆପଣେଇଛନ୍ତି ବିଜେବି କଲେଜର ପ୍ରାର୍ଥୀମାନେ । ମତଦାନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା । ଏଥିରେ ହିଂସାର ସ୍ଥାନ ନାହିଁ ବୋଲି ବୁଝିଛନ୍ତି ପିଲାମାନେ । ଏକଥା ହିଂସା ଘଟାଉଥିବା ଛାତ୍ର ଛାତ୍ରୀ ମଧ୍ୟ ବୁଝିବା ଦରକାର । କିଛି ରାଜନୈତିକ ନେତା କିମ୍ବା ଅଣଛାତ୍ରଙ୍କ ପ୍ରରୋଚନାରେ ପଡ଼ି ମନ୍ଦିର ଭଳି ପବିତ୍ର ମହାବିଦ୍ୟାଳୟ ପରିସରକୁ କଳୁଷିତ କରିବା ଆଦୌ ଉଚିତ ହେଉ ନାହିଁ । ଯାହା  ସିଧାସଳଖ ପିଲାଙ୍କ ଶିକ୍ଷା ଭବିଷ୍ୟତକୁ ପ୍ରଭାବିତ କରୁଛି ।

Leave A Reply

Your email address will not be published.