ଓଡିଶାରେ ହେବନି ଆଗୁଆ ନିର୍ବାଚନ

ଭୁବନେଶ୍ବର : ବେଶ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ। ଆଜି ୫ ରାଜ୍ୟର ନିର୍ବାଚନ ଘୋଷଣା ସହ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ସ୍ପଷ୍ଟ ହୋଇଛି ଏପ୍ରିଲ-ମେ ମାସରେ ଆସନ୍ତା ଲୋକସଭା ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ହେବ। ପୂର୍ବରୁ ଟିଆରଏସ୍‌ ସରକାର ତେଲଙ୍ଗାନା ବିଧାନସଭା ଭାଙ୍ଗି, ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିଲା । ରାଜ୍ୟରେ ମଧ୍ୟ ସେହିଭଳି ସ୍ଥିତି ଦେଖିବାକୁ ମିଳିବ କି ବୋଲି ପ୍ରଶ୍ନ ଉଠିଥିଲା । ସାଂସଦ ପିନାକୀ ମିଶ୍ର, ନିର୍ବାଚନ କମିଶନଙ୍କୁ ଭେଟିଥିଲେ। କହିଥିଲେ ଯଦି ଲୋକସଭା ନିର୍ବାଚନ ଆଗୁଆ ହୁଏ ତେବେ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ସେ ସମୟରେ କରାଯାଉ। ସେତେବେଳେ ଆଗୁଆ ନିର୍ବାଚନ ସମ୍ଭାବନା ନାହିଁ ବୋଲି କହିଥିଲେ ମୁଖ୍ୟ ନିର୍ବାଚନ କମିଶନର।

ନୀତି ଆୟୋଗ ହେଉ କି ମନ୍‌ କି ବାତ୍‌, ସବୁ ଫୋରମରେ ପ୍ରଧାନମନ୍ତ୍ରୀ ଏକ ସଙ୍ଗେ ନିର୍ବାଚନ କଥା ଉଠାଇଛନ୍ତି । ଆଲୋଚନା ଆଗକୁ ବଢ଼ୁଥିବା କଥା କହିଛନ୍ତି। ରାଜ୍ୟରେ ମଧ୍ୟ ସରକାର ଯେ କୌଣସି ସମୟରେ, ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି।

ରାଜ୍ୟରେ ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରକାଶ ହେବ ଚୂଡ଼ାନ୍ତ ଭୋଟର ତାଲିକା । ଏହାସହ ଆଜିର ଘୋଷଣା ପରେ ସ୍ପଷ୍ଟ ହୋଇଛି, ଓଡ଼ିଶାରେ ଆସନ୍ତା ଏପ୍ରିଲ-ମେରେ ହେବ ଲୋକସଭା ସହ ବିଧାନସଭା ନିର୍ବାଚନ ହେବ।

Leave A Reply

Your email address will not be published.