କୃଷ୍ଣଙ୍କ ପ୍ରେମରେ ପଡ଼ିଗଲେ ଋଷୀୟ ମହିଳା, ଘର ଓ ପତିଙ୍କୁ ଛାଡ଼ି ଆସି ରହିଲେ କୃଷ୍ଣ କ୍ଷେତ୍ରରେ

କେନ୍ୟୁଜ୍‌: ଲୀଳାମୟ ଶ୍ୟାମସୁନ୍ଦରଙ୍କ ପ୍ରେମରେ ଥରେ ଯିଏ ପଡ଼ିଛି ତାର ଜୀବନ ଧନ୍ୟ ହୋଇଯାଇଛି । ଆଉ ପରମେଶ୍ୱରଙ୍କ ସାନିଧ୍ୟ ଯିଏ ପାଇଛି ସେ କୃତାର୍ଥ ହୋଇଯାଇଛି । ଭକ୍ତ ସାଲବେଗଙ୍କୁ ଆମେ ଦେଖିନୁ, ଦାସିଆ ବାଉରୀଙ୍କୁ ବି ଦେଖିନୁ ହେଲେ ଏବେ ଦେଖୁଛୁ ଏହି ଋଷି ମହିଳାଙ୍କୁ । ଯିଏ ନିଜ ସ୍ୱାମୀ, ଘର-ଦ୍ୱାର ଛାଡ଼ି ଚାଲି ଆସିଲେ ସୁ-ଦୂର ଋଷରୁ । କୃଷ୍ଣ ପ୍ରେମ ରେ ବାୟାଣୀ ହୋଇ ସବୁ କିଛି ବୁଲିଗଲେ ।
ତାଙ୍କ ନାମ ହେଉଛି ଶ୍ୱେତଲାନା ଓଚିଲୋବା ଏବଂ ସେ ହେଉଛନ୍ତି ଋଷର ଅଧିବାସୀ । ଏବେ ସେ ଏବେ ପଶ୍ଚିମବଙ୍ଗରେ ମାୟାପୁରସହରରେ ନଦୀଆଁରେ ଆସି ରହୁଛନ୍ତି । କାରଣ ସେ କୃଷ୍ଣଙ୍କୁ ଭକ୍ତି କରୁଥିବାରୁ ତାଙ୍କ ସ୍ୱାମୀଙ୍କୁ ପସନ୍ଦ ଆସୁନଥିଲା । ତାଙ୍କ ସ୍ୱାମୀ ତାଙ୍କୁ ମୁସ୍‌ଲିମ୍‌ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରୁଥିଲେ । ତାଙ୍କୁ ନିର୍ଯାତନା ଦେଉଥିଲେ । ଯହା ଫଳରେ ସେ ତାଙ୍କୁ ଛାଡ଼ ପତ୍ର ଦେବାକୁ ପଡ଼ିଲା ।

ସେ ୨୦୧୨ ମସିହାରେ କୃଷ୍ଣ ଭକ୍ତଙ୍କ ସମ୍ପର୍କରେ ଆସିଲେ ଏବଂ କୃଷ୍ଣଙ୍କ ପ୍ରତି ଭକ୍ତି ବଢ଼ି ଚାଲିଲା । ଏହି କଥାରେ ତାଙ୍କ ସ୍ୱାମୀ ତାଙ୍କୁ ବିରୋଧ କରୁଥିଲେ ଏବଂ ତାଙ୍କୁ ଭକ୍ତଙ୍କ ସହିତ ମିଶିବାକୁ ଦେଉନଥିଲେ । ଯାହା ଫଳରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବାରମ୍ବାର ଝଗଡ଼ା ହେଉଥିଲା । ତା ପରେ ସ୍ୱାମୀଙ୍କ ଘର ଛାଡ଼ି ନିଜ ପୁଅ ସହିତ ବାପା-ମାଙ୍କ ଘରେ ରହିଲେ । ତା ପରେ ଏକ ବର୍ଷ ପର୍ଯ୍ୟନ୍ତ ସ୍ୱାମୀଙ୍କ ଠାରୁ ଅଲଗା ରହିଲେ । ଏହାରି ଭିତରେ ମନ୍ଦିର ଯିବା ଆରମ୍ଭ କଲେ ଏବଂ କୃଷ୍ଣ ଭକ୍ତଙ୍କ ଗହଣରେ ଆସିଲେ ଏବଂ ତାରି ଭିତରେ ସେ ଭାରତ ଆସିବା ପାଇଁ ସୁଯୋଗ ପାଇଲେ ।

କିଛି ଦିନ ପରେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇଗଲୋ । ପରେ ସେ ମାୟାପୁର ସହରରେ ନିଜ ପୁଅଙ୍କ ସହିତ ରହିବାକୁ ଲାଗିଲେ । ତାର କିଛିଦିନ ପରେ ରୋଶନ ଝା ନାମକ ବ୍ୟକ୍ତିଙ୍କ ସହିତ ତାଙ୍କର ଦେଖା ହେଲା । ସେ ମଧ୍ୟ କୃଷ୍ଣ ଭକ୍ତ ଥିଲେ ଏବଂ ଦୁହେଁ କୃଷ୍ଣ ଭକ୍ତ ହୋଇଥିବାରୁ ଦୁଇ ଜଣଙ୍କ ମନ ମିଶି ଗଲା ଏବଂ ଦୁହେଁ ଦୁହିଁଙ୍କୁ ଭଲ ପାଇଗଲେ । ତା ପରେ ବିବାହ କରିବା ପାଇଁ ସ୍ଥିର କରି ଦିଜଣ ନିର୍ବନ୍ଧ କରିଥିଲେ ।

ଶ୍ୱେତଲାନା ନିର୍ବନ୍ଧ କରିବା ପରେ ତାଙ୍କର ଜୀବନର କାହାଣୀକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ କହିଛନ୍ତି ତାଙ୍କର ଭାବି ସ୍ୱାମୀ ରୋଶନ ତାଙ୍କର ସବୁ ପରିସ୍ଥିତି ବିଷୟରେ ଜାଣି ଶୁଣି ତାଙ୍କୁ ବିବାହ କରିବା ପାଇଁ ସ୍ଥିର କରିଛନ୍ତି । ତାଙ୍କ ପୁଅକୁ ମଧ୍ୟ ରୋଶନ ନିଜ ପୁଅ ପରି ଭଲ ପାଉଛନ୍ତ ।ଶ୍ୱେତାଲାନା ଏବଂ ରୋଶନ ବୃନ୍ଦାବନର ଯମୁନା ନଦୀ କୂଳରେ ନିଜର ନିର୍ବନ୍ଧ କରିଛନ୍ତି । ଏହି ନିର୍ବନ୍ଧରେ ତାଙ୍କର ବନ୍ଧୁମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ୱେତାଲାନା ସୋସିଆଲ ମିଡ଼ିଆରେ ବହୁତ ଅକ୍ଟିଭ୍‌ ରୁହନ୍ତି ଏବଂ ତାଙ୍କର ଇିନଷ୍ଟାଗ୍ରାମରେ ୧ ଲକ୍ଷରୁ ଅଧିକ ଫଲୋଅରର୍ସ ଅଛନ୍ତି । ସବୁବେଳେ କୃଷ୍ଣ ଭକ୍ତିରେ ବୁଡ଼ି ରହୁଥିବା ଶେତଲାନା କୃଷ୍ଣଙ୍କ ବାଣୀ ତାଙ୍କର ସୋସିଆଲ ମିଡିଆର ପେଜ୍‌ରେ ସେଆର କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.