Below header

୨୩ ଅକ୍ଟୋବରରୁ ମକର ରାଶିରେ ପ୍ରବେଶ କରୁଛନ୍ତି ଶନି, ଏହି ୩ଟି ରାଶିର ଲୋକଙ୍କୁ ମିଳିବ ବଡ଼ ସଫଳତା

କେନ୍ୟୁଜ୍‌ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଗ୍ରହଙ୍କର ଚଳନ ଏକ ନିର୍ଦ୍ଧାରିତ ସମୟରେ ହୋଇଥାଏ। ଶନି ଗ୍ରହ ସବୁଠାରୁ ଧୀର ଗତିରେ ଚଳନ କରନ୍ତି । ଅନ୍ୟ ଗ୍ରହ ତୁଳନାରେ ଶନି ବିଳମ୍ବ ଯାଏ  ବକ୍ର ରଖିଥାନ୍ତି। ବର୍ତ୍ତମାନ ସମୟରେ ଶନି ନିଜ ରାଶି ମକରରେ ଅଛନ୍ତି, ଏବଂ ୨୩ ଅକ୍ଟୋବର ୨୦୨୨ରେ ସେ ଚଳନ ଆରମ୍ଭ କରିବେ। ଶନିଙ୍କ ସଳଖ ଚଳନର ପରିବର୍ତ୍ତନ କେତେ ରାଶିର ଲୋକଙ୍କ ଭାଗ୍ୟ ବଦଳାଇ ଦେବ। ଶନିଙ୍କ ସିଧା ଚଳନ ହେତୁ ରାଜଯୋଗ ଲାଭ ହେବ ଏବଂ ଏହି ୩ଟି ରାଶିର ଲୋକଙ୍କ ଭାଗ୍ୟ ବଦଳି ଯିବ । ଏହାସହିତ ବହୁତ ବଡ଼ ଉପଲବ୍ଧି ପାଇବେ ଏମାନେ । ଆସନ୍ତୁ ଜାଣିବା ଏହି ୩ଟି ରାଶି ବିଷୟରେ।

ଶାନିଙ୍କ ସଳଖ ଚଳନରେ ଏହି ରାଶିମାନେ ପାଇବେ ଲାଭ:

ମେଷ ରାଶି:
ଶନିଙ୍କର ସଳଖ ଚଳନ ହେତୁ ଶନି ବିପରୀତରେ ରାଜଯୋଗ ଲାଭ ହେବ ଏବଂ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଲାଭଦାୟକ ହେବ। ଏହି ରାଶିର ଲୋକେ ଚାକିରି ଏବଂ ବ୍ୟାପାର କ୍ଷେତ୍ରରେ ଲାଭ ପାଇବେ। ଲାଭ ବଢ଼ିବ । ଷ୍ଟକ୍‌ ମାର୍କେଟ,ଲଟେରୀରେ ଲାଭ ହୋଇପାରେ। ଚାକିରିଆ ମାନଙ୍କ ପାଇଁ ଚାକିରିର ନୂଆ ପ୍ରସ୍ତାବ ଅସିବ। ଚାକିରି କରିଥିବା ଲୋକଙ୍କ ପାଇଁ ପ୍ରମୋଶନ ଏବଂ ଇନ୍‌କ୍ରିମେଣ୍ଟ ହେବାର ସମ୍ଭାବନା ଅଛି।

ଧନୁରାଶି:

ଏହି ରାଶିରେ ଶନିଙ୍କ ଚଳନରେ କ୍ୟାରିୟର ଏବଂ ବ୍ୟାପାରରେ ସଫଳତା ଦେବ ଯାହା ପାଇଁ ସେମାନଙ୍କର ଲମ୍ବା ସମୟରୁ ଅପେକ୍ଷା ରହିଥିଲା। ଧନ ଲାଭ ହେବ। ନିଜର କଥାରେ କାମ ସଫଳ ହେବ। ରାଜନିତୀରେ ସକ୍ରିୟ ଥିବା ଲୋକଙ୍କ ପାଇ ବଡ଼ ପଦ ମିଳିବାରେ ସମ୍ଭାବନା ମଧ୍ୟ ଅଛି ।

ମୀନ ରାଶି:
ଶନିଙ୍କ ସିଧା ଚଳନ ହେତୁ ରାଜଯୋଗ ଲାଭ ହେବ ଯାହା ମୀନ ରାଶି ଲୋକଙ୍କ ପାଇଁ ଶୁଭଦାୟକ ହେବ। ମୀନ ରାଶି ଲୋକଙ୍କର ଆୟ ବଢ଼ିବ। ଧନ ଲାଭ ହେବ । ଇନ୍‌କମର ନୂଆ ନୂଆ ବିକଳ୍ପ ବାହାରିବ। ବ୍ୟାପାରରେ ସମ୍ପର୍କ ମଜଭୁତ ହେବ । ନୂଆ ନୂଆ ଚୁକ୍ତିରେ ସ୍ୱାକ୍ଷର କରିବେ। ସେୟାର ବଜାରରେ ପଇସା କମାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.