WWE ଷ୍ଟାର ସାରା ଲିଙ୍କ ନିଧନ; ୩୦ ବର୍ଷ ବୟସରେ ଦୁନିଆ ଛାଡ଼ି ଚାଲିଗଲେ…ସୋସିଆଲ ମିଡିଆରେ ଜଣାଇଲେ ମା’

ଖେଳ ଜଗତ ପାଇଁ ଏକ ଦୁଃଖଦ ଖବର। ଓ୍ଵାର୍ଲ୍ଡ ରେସଲିଙ୍ଗ୍‌ ଏଣ୍ଟରଟେନମେଣ୍ଟ (WWE)ର ପୂର୍ବତନ ରେସଲର ସାରା ଲିଙ୍କ ନିଧନ ହୋଇଛି। ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ସାରାଙ୍କ ନିଧନ ଖବର ତାଙ୍କ ମା’ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି, ଯାହାପରେ ତାଙ୍କ ଫ୍ୟାନମାନଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି।

ତେବେ ସାରାଙ୍କ ମା’ ନିଜ ପୋଷ୍ଟରେ କେବଳ ଝିଅର ନିଧନ ଖବର ହିଁ ଜଣାଇଛନ୍ତି। WWE ଷ୍ଟାରଙ୍କ ମୃତ୍ୟୁ କିପରି ହେଲା, ସେ ନେଇ ଏ ପର୍ଯ୍ୟନ୍ତ କୌଣସି କଥା ସାମ୍ନାକୁ ଆସିନାହିଁ। ସାରା ଲିଙ୍କ ନିଧନ ଖବର ଶୁଣିବା ପରେ WWE ବ୍ୟତୀତ ଏଲେକ୍ସା ଓ୍ଵିଲ୍ସ, ବ୍ୟାକି ଲିଞ୍ଚ୍‌, ମିକ୍‌ ଫୋଲିଙ୍କ ଭଳି ଅନେକ ଷ୍ଟାର ସୋସିଆଲ ମିଡିଆ ମାଧ୍ୟମରେ ଦୁଃଖ ବ୍ୟକ୍ତ କରିଛନ୍ତି।

WWEରେ ସାରା ଲି ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ କୁସ୍ତିଯୋଦ୍ଧା କରିଥିଲେ। ସେ ୨୦୧୬ରେ ଏକ ଲାଇଭ୍‌ ଇଭେଣ୍ଟରେ ହିଲ୍‌ ପ୍ରୋମୋ ଦେଉଥିବାର ନଜର ଆସିଥିଲେ। ଏହାର କିଛି ଦିନ ପରେ ହିଁ ଜାନୁଆରୀରେ six-women’s tag team ମ୍ୟାଚ୍‌ରେ ନିଜର ଇନ୍‌-ରିଙ୍ଗ୍‌ ଡେବ୍ୟୁ କରିଥିଲେ। ଏହି ସମୟରେ ଶୋ’ରେ ମ୍ୟାଣ୍ଡି ରୋଜ୍‌ ବି ଭାଗ ନେଇଥିଲେ।

ସାରା ଲି WWEର ରିୟାଲିଟି ସିରିଜ୍‌ ‘ଟଫ୍‌ ଏନଫ୍‌’ ସିଜନ ୬ର ବିଜେତା ମଧ୍ୟ ରହିଥିଲେ। ୨୦୧୬ର ଶେଷାର୍ଦ୍ଧରେ ହିଁ ସେ ନିଜର ଶେଷ ମ୍ୟାଚ୍‌ ଖେଳିଥିଲେ। ସେହି ସମୟରେ ଅଗଷ୍ଟରେ ସାରା ଡବଲ୍ସ ମୁକାବିଲା ଖେଳିଥିଲେ। ସାରା ଲିଙ୍କ ଯୋଡ଼ିଦାର ଥିଲେ ଲିଭ୍‌ ମାର୍ଗନ। ସେତେବେଳେ ଏହି ଦୁଇ ଜଣଙ୍କ ମୁକାବିଲା ଆଲିଆ ଓ ବିଲିଙ୍କ ସହିତ ହୋଇଥିଲା।

 

View this post on Instagram

 

A post shared by Sara Lee (@saraann_lee)

ଏହି ଫାଇଟ୍‌ ପରେ ହିଁ ସାରା ଲି ଇଣ୍ଡିପେଣ୍ଡେଣ୍ଟ ସର୍କିଟ୍‌ରେ ପୁଣିଥରେ ଫେରିଥିଲେ। ତାଙ୍କୁ WWEରୁ ରିଲିଜ୍‌ କରି ଦିଆଯାଇଥିଲା। ସାରା ଦମ୍‌ଦାର ରେସଲର ସହିତ ଜଣେ ଆକର୍ଷଣୀୟ ଚେହେରା ମଧ୍ୟ ଥିଲେ। ସେ ଇନଷ୍ଟାଗ୍ରାମରେ ନିଜର ଇଣ୍ଟ୍ରୋ ପୂର୍ବତନ NXT/WWE ସୁପରଷ୍ଟାର ବୋଲି ଲେଖିଥିଲେ। ଏହାର ତଳେ ଲେଖିଥିଲେ କି, ସେ ରିୟାଲିଟି ସିରିଜ୍‌ ‘ଟଫ୍‌ ଏନଫ୍‌’ ସିଜନ ୬ର ବିଜେତା ରହିଛନ୍ତି।

ସାରା ଲି ଜଣେ ସୋସିଆଲ ମିଡିଆ ସେନ୍ସେସନ ଥିଲେ। ତାଙ୍କ ଫଟୋ ଏବଂ ଭିଡିଓ ଲଗାତାର ଭାଇରାଲ ହେଉଥିଲା। କହି ରଖୁଛୁ କି, ସାରା ୫ ବର୍ଷ ପୂର୍ବେ ପୂର୍ବତନ WWE ସୁପରଷ୍ଟାର ବେଜଲି ବ୍ଲାକ୍‌ଙ୍କୁ ବିବାହ କରିଥିଲେ। ଦୁହେଁ ୨୦୧୭, ଡିସେମ୍ବର ୩୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.