ଶୁଖିଲା ନଦୀ ଭିତରେ ବୁଲାବୁଲି ସହ ସେଲ୍ଫି ନେଉଥିବାବେଳେ ହଠାତ୍ ମାଡିଆସିଲା ପାଣି, ତାପରେ ଯାହା ହେଲା

ଦେବଗଡ଼(କେନ୍ୟୁଜ୍):  ଶୁଖିଲା ନଦୀ ଭିତରେ ବୁଲାବୁଲି  କରୁଥିବା ସହ ମୋବାଇଲ୍‌ରେ ସେଲ୍ଫି ନେଉଥିବାବେଳେ ହଠାତ୍ ମାଡିଆସିଲା ପାଣି। ହଠାତ୍ ସମସ୍ତଙ୍କ ଭିତରେ ପଶିଗଲା ଛନକା। ସମସ୍ତଙ୍କ ଜୀବନ ପ୍ରତି ମାଡି ଆସିଲା ବିପଦ। ଜୀବନ ବଞ୍ଚାଇବା ପାଇଁ କିଏ ଗଛ ଡ଼ାଳକୁ ଜାବୁଡ଼ି ଧରିଲା ତ କିଏ ପଥର ଉପରକୁ ଚଢ଼ି ଘାସ ବୁଦାକୁ ଜାବୁଡ଼ି ଧରିଲା।

ଆଜି ଏଭଳି ଏକ ଅଘଟଣ ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ନଦୀ ଭିତରେ । ଡ୍ୟାମ୍‌ରୁ ବଢ଼ି ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ସମସ୍ତେ ଜାମୁନାଳି ଗାଁର। ଏମାନେ ନଦୀ କୂଳରେ ଭୋଜିଭାତ କରୁଥିବା ସମୟରେ ଏଭଳି ଘଟଣ ଘଟିଥିଲା । ଏମାନଙ୍କ ଭିତରେ ପ୍ରାୟ ୧୦ ଜଣ ଶିଶୁ ଓ ଯୁବକ ରହିଥିବା ଜଣାପଡିଛି।

ଖବର ପାଇ ରିଆମାଳ ଦମକଳ ବାହିନୀ ପହଞ୍ଚି ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ଆଉ ୪ ଏବେ ବି ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଉଦ୍ଯମ ଜାରି ରହିଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.