କରୋନାକୁ ମାତ ଦେଇପାରେ ଆପଣଙ୍କ ପୋଷା ଜନ୍ତୁ, ଜାଣନ୍ତୁ କେମିତି

ଦୀର୍ଘ ଦିନର ଚେଷ୍ଟା ପରେ ବୈଜ୍ଞାନିକଙ୍କ ହାତରେ ଲାଗିଛି ଏକ ନୂଆ ତଥ୍ୟ । ମନରେ ଦେଖାଦେଇଛି ଏକ ନୂଆ ଆଶା । “ଲାମା’ ନାମକ ଏକ ପଶୁ ଶରୀରରୁ ଏମିତି ଏକ ସୁକ୍ଷ୍ମ ଆଣ୍ଟିବଡ଼ି ଖୋଜି ପାଇଛନ୍ତି ଯାହାକି କରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରି ପାରିବ । “ସାଇଣ୍ଟିଫିକ ରିପୋର୍ଟ” ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ, ଏହି ଆଣ୍ଟିବଡ଼ି ଟିକୁ ଲାମା ଉଭୟ ତରଳ ଓ ଏରୋଜୋଲ ରୂପରେ ସଂଗ୍ରହ କରିହେବ । ବୈଜ୍ଞାନିକ ମାନେ ବି ଏହି ନୂଆ ଆବିଷ୍କାରକୁ ନେଇ ଖୁବ ଖୁସି ଥିବା ଜଣାଯାଇଛି ।

ଆମେରିକା ସ୍ଥିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକଙ୍କ ଅନୁଯାୟୀ, ଏଥିରେ “ଏନଆଇଏଚ – କୋବଏନବି -112” ନାମକ ଏକ ଆଣ୍ଟିବଡ଼ି କୋଭିଡ ସଂକ୍ରମଣକୁ ରୋକିପାରିବ । ସାର୍ସ କୋଭ-2 ଭାଇରସକୁ କାବୁ କରିବାରେ ସକ୍ଷମ ହେବ ଏହି ଆଣ୍ଟିବଡ଼ି । “ୟୂନିଫରମଡ଼ ସର୍ଭିସେସ ୟୁନିଭର୍ସିଟି ଫର ଦ ହେଲଥ ସାଇସେନ୍ସ”ର ପ୍ରଫେସର ମଧ୍ୟ ଏନେଇ ଅନୁମତି ଦେଇଥିବା ଜଣାଯାଇଛି ।

ପ୍ରକୃତରେ ଏହା ହେଉଛି ବିଶେଷ ପ୍ରକାରର ଆଣ୍ଟିବଡ଼ି । ଯାହା କୋମୀଲୀଡ଼ ଜାତୀୟ ପଶୁଙ୍କ ଶରୀରରୁ ସଂଗ୍ରହ ହୋଇଥାଏ । କହିରଖିବା ଉଚିତ ହେବକି ଓଟ, ଲାମା ହେଉଛନ୍ତି କୋମିଲିଡ଼ ଜାତୀୟ ପଶୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.