କଳାହାଣ୍ଡିରେ ବନ୍ଧୁକ ଦେଖାଇ ବଡ ଧରଣର ଡକାୟତି: ମୁଖାପିନ୍ଧି ଆସିଲେ, ଲୁଟିନେଲେ ୪୦ ଭରି ସୁନା ଓ ଆସବାବପତ୍ର

କଳାହାଣ୍ଡି: କଳାହାଣ୍ଡିରେ ବଡ଼ ଧରଣର ଡକାୟତି । କୋକସରା ଥାନା ମୋଟେର ଗାଁରେ ବନ୍ଧୁକ ଦେଖାଇ ୪୦ ଭରି ସୁନା ଓ ଆସବାବପତ୍ର ଲୁଟିନେଲେ ଦୁବୃର୍ତ୍ତ ।

ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି ମୁଖାପିନ୍ଧା ୫ରୁ ୬ ଜଣ ଦୁବୃର୍ତ୍ତ । ଏମାନେ ଯଜାତି ପଟ୍ଟଯୋଶୀ ନାମକ ଜଣେ ବ୍ଯକ୍ତିଙ୍କ ଘରେ ପଶିଥିଲେ । ଏହାପରେ ବନ୍ଧୁକ ଦେଖାଇ ୪୦ ଭରି ସୁନା, ବୁଲେଟ ଗାଡି, ଟିଭି ସହ ୨ଟି ମୋବାଇଲ ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.