ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌: ରାଜଧାନୀର ଜଣେ ବ୍ରିଟେନ୍‌ ଫେରନ୍ତା ୪ ବର୍ଷର ଝିଅ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌ । ରାଜ୍ୟର ଆଉ ଜଣେ ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଜଧାନୀର ଜଣେ ୪ ବର୍ଷର ଝିଅ ପଜିଟିଭ୍‌ ଚିହ୍ନଟ ପରେ ପୁଣି ଭୟ ବଢିଛି । ବାପା, ମାଆଙ୍କ ସହ ସେ ଗତ ୨୦ ତାରିଖରେ ଫେରିଥିଲେ ।

ବ୍ରିଟେନ୍‌ରୁ ନୂଆଦିଲ୍ଲୀ ଆସିବା ପରେ ସେଠାରୁ ଭୁବନେଶ୍ୱରକୁ ବିମାନ ଯୋଗେ ଆସିଥିଲେ । ୨୧ ତାରିଖରେ ପରିବାର ଲୋକଙ୍କ ସହ ଝିଅଟିର ମଧ୍ୟ ପରୀକ୍ଷା କରାଯାଇଥିଲା । ଝିଅଟିର କୌଣସି ଲକ୍ଷଣ ନାହିଁ, ସେ ସଂପୂର୍ଣ୍ଣ ସୁସ୍ଥ ଅଛି । ବାପା, ମାଆଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ଆଜି ପୁଣି ଥରେ ବାପା, ମାଆଙ୍କ ନମୁନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.