Below header

ଆଗାମୀ ୧୦୦ ବର୍ଷ ଭିତରେ ଚେନ୍ନାଇ ସମୁଦ୍ର ଆଁରେ ଲୀନ ହୋଇପାରେ ! ସର୍ଭେ ଦେଲା ଏମିତି ଭୟଙ୍କର ତଥ୍ୟ

ବୈଜ୍ଞାନିକମାନେ ଏକ ସର୍ଭରୁ ଜାଣିବାକୁ ପାଇଛନ୍ତି ଆଗାମୀ ୧୦୦ ବର୍ଷ ଅର୍ଥାତ ୨୧୦୦ ବେଳକୁ ଚେନ୍ନାଇ ସହର ମଧ୍ୟକୁ ସମୁଦ୍ର ପଶି ଆସିବ । । ଦକ୍ଷିଣ ଚେନ୍ନାଇ ତଟ ତିରୁବନ୍ନିୟୋର ଠାରୁ ଅଡ୍ୟାର ନଦୀର ମୁହାଣ ପର୍ଯ୍ୟନ୍ତ ଯାଗା ସମୁଦ୍ର ପାଣିରେ ମିଶି ପାରେ । ଆଜି ଯେଉଁଠି ସମୁଦ୍ର ତଟ ଅଛି ସେହି ଠାରୁ ୪୦ ମିଟର ଭିତରକୁ ସମୁଦ୍ର ପାଣି ଆସିପାରେ । ଏହି ଭବିଷ୍ୟବାଣୀ ଆନ୍ନା ୟୁନିଭର୍ସିଟି ଓ ନ୍ୟାସନାଲ ୱାଟର ସେଣ୍ଟର, ୟୁଏଇ ୟୁନିଭର୍ସିଟିର ଗବେଷକମାନେ କରିଛନ୍ତି ।

ଗବେଷଣାରୁ ଜଣାପଡ଼ିଛି ଯେ ଏଥିରେ ସମୁଦ୍ରର ଲୁଣା ଜଳ ଭୂଗର୍ଭର ଜଳ ସହ ମିଶିଯିବାର ବିପଦ ରହିଛି । ଏହାର ପ୍ରଭାବ ମାଟିତଳେ ଥିବା ଜଳଭଣ୍ଡାର କିମ୍ବା ଜଳ ଧାରଣା କ୍ଷମତା ଉପରେ ପଡିପାରେ । ଦ୍ରୁତଗତିରେ ବଢୁଥିବା ଜନସଂଖ୍ୟା ଦ୍ବାରା ପାଣିର ଅସୀମିତ ଶୋଷଣ କାରଣରୁ ଏହି ଜଳଭଣ୍ଡାର ପ୍ରଥମରୁ ବିପଦରେ ଅଛି ।

ଏହି ଜଳଧାରଣା କ୍ଷମତା ଉପରେ ସମୁଦ୍ର ଜଳ ସ୍ତର ବୃଦ୍ଧି ଓ ଲହରୀର ପ୍ରଭାବ ଜାଣିବା ପାଇଁ ୩୫ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଅଧ୍ୟୟନ କରାଯାଇଥିଲା । ଏହା ପୂର୍ବରୁ ବଙ୍ଗୋପ ସାଗର ତଟବର୍ତ୍ତୀ ଅଞ୍ଚଳ,ଉତ୍ତରରେ ଅଡ୍ୟାର ନଦୀ,ପଶ୍ଚିମରେ ବଙ୍କିଘମ କେନାଲ ଓ ଦକ୍ଷିଣରେ ମୁତ୍ତୁକାଡୁରେ ବ୍ୟାକୱାଟର ଥିଲା । ଏହି ରିସର୍ଚ୍ଚ ପାଇଁ ଅଲଗା ଅଲଗା ଜାଗାରେ ୩୦ଟି ବୋରୱେଲ ଖୋଳା ଯାଇଥିଲା । ଏହି ସବୁ ଅଞ୍ଚଳ ଗୁଡିକର ଚାରିପାଖ ପାଣି ଘେରରେ ରହିଛି ଓ ଏଠାକୁ ସମୁଦ୍ର ପାଣି ଆସିବାର ଭୟ ରହିଛି ।

ପୂର୍ବର ୫୦ ବର୍ଷ ପାଇଁ, ହିମାଳୟର ଗ୍‌୍ଲାସିୟର ତରଳିବା କାରଣରୁ ବଙ୍ଗୋପ ସାଗର ତଟବର୍ତ୍ତୀ ଅଞ୍ଚଳରେ ଏକ ବର୍ଷରେ ସମୁଦ୍ର ଜଳ ୩.୬ ମିମି ବୃଦ୍ଧି ରେକର୍ଡ କରାଯାଇଛି । ବଙ୍ଗୋପ ସାଗର ତଟବର୍ତ୍ତୀ ଅଞ୍ଚଳରେ ଜଳସ୍ତର ବୃଦ୍ଧି ଅନ୍ୟ ଏସିଆ ମହାଦେଶର କ୍ଷେତ୍ର ତୁଳନାରେ ଅଧିକ ଦେଖା ଦେଇଥାଏ ।  ୨୦୦୭ର ଏକ ରିପୋର୍ଟ ଅନୁଯାୟୀ, ସମୁଦ୍ର ଜଳ ସ୍ତରରେ ଏକ ମିଟରର ବୃଦ୍ଧି ହେଲେ ତଟବର୍ତ୍ତୀ ଅଞ୍ଚଳରେ ପାଖାପାଖି ୬୦ କିମି ପର୍ଯ୍ୟନ୍ତ ଜଳାର୍ଣ୍ଣବ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.