ଦେଶର ସବୁଠାରୁ ଛୋଟ ଦେଶ, ଯାହା ଏକ ବାସ୍କେଟବଲ ଫିଲ୍ଡ ସହ ସମାନ

କ୍ଷେତ୍ରଫଳ ଆଧାରରେ ଭାରତ ଦେଶ ଦୁନିଆର ସପ୍ତମ ସବୁଠାରୁ ବଡ ଦେଶ। ଏଠାରେ ଗୋଟିଏ ଦେଶରୁ ଅନ୍ୟ ଦେଶ ଯିବାକୁ କେତେ ଦିନ ଲାଗିଯାଇଥାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଦୁନିଆରେ ଏକ ଏମିତି ବି ଦେଶ ଅଛି ଯାହାର ଏରିଆ ଏକ ବାସ୍କେଟ ବଲ ମଇଦାନ ଯେତିକି ସେତିକି। ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଇଥିବା ନିଶ୍ଚିତ। ଆଉ ମନରେ ଏହି ପ୍ରଶ୍ନ ଆସୁଥିବ ଏତେ ଛୋଟ ଯାଗା କେମିତି ଗୋଟେ ଦେଶ ହୋଇପାରିବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଦେଶ ସହ ଜଡିତ କିଛି ରୋଚକ ତଥ୍ୟ ଜଣାଇବାକୁ ଯାଉଛୁ।

ଏହି ଦେଶର ନାମ ହେଉଛି ସିଲାଣ୍ଡ। ଏହାକୁ ମାକ୍ରୋନେସନ ନାମରେ ବି ଜଣାଯାଏ। ଏହି ଦେଶ ଇଂଲଣ୍ଡ ପାଖରେ ଅବସ୍ଥିତ। ଇଂଲଣ୍ଡର ସଫଳ ସାମୁଦ୍ରିକ ତଟରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ସାମୁଦ୍ରିକ ତଟ ଉପରେ ଉପସ୍ଥିତ ରହିଛି। ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ତିଆରି କରିଥିଲା। କିନ୍ତୁ ପରେ ଏହାକୁ ଖାଲି କରିଦିଆଯାଇଥିଲା। ମାକ୍ରୋନେସନ କୁହାଯାଉଥିବା ସିଲାଣ୍ଡ ଉପରେ ଅନେକ ଲୋକଙ୍କର କବଜା ରହିଆସିଛି। ପରେ ୯ ଅକ୍ଟୋବର ୨୦୧୨ରେ ରାୟ ବିଟ୍ସ ନାମକ ଜଣେ ବ୍ୟକ୍ତି ନିଜକୁ ସିଲାଣ୍ଡର ପ୍ରିନ୍ସ ଘୋଷିତ କରିଦେଲେ। ରାୟ ବିଟ୍ସଙ୍କ ପରେ ତାଙ୍କ ପୁଅ ମାଇକେଲଙ୍କର ଶାସନ ରହିଛି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ରାୟ ବିଟ୍ସ ସିଲାଣ୍ଡ ପାଇଁ ଡକ୍ଟରେଟ ପାସପୋର୍ଟ ଅଫ୍‌ କରେନ୍ସୀ ବି ବାହାର କରିଥିଲେ। କରେନ୍ସୀ ଉପରେ ରାୟ ବିଟ୍ସଙ୍କ ସ୍ତ୍ରୀ ଜନ୍‌ ବିଟ୍ସଙ୍କର ଫଟୋ ରହିଛି। ଏହି ଦେଶର ନିଜର ଏକ ପତାକା ରହିଛି ଯାହାର ରଙ୍ଗ ଲାଲ, ଧଳା ଏବଂ କଳା। ଏହି ଛୋଟ ଦେଶର ଇକୋନୋମୀ ସମ୍ପୂର୍ଣ୍ଣ ଭାବେ ଡୋନେସନ୍‌ ଉପରେ ନିର୍ଭର କରିଥାଏ। ତେବେ ବର୍ତ୍ତମାନ କିନ୍ତୁ ଏହି ଦେଶ ବିଷୟରେ ଲୋକମାନେ ଜାଣିଲେଣି, ଲୋକମାନେ ଏଠାକୁ ପର୍ଯ୍ୟଟନ ପାଇଁ ବି ଆସୁଛନ୍ତି।

sealandସିଲାଣ୍ଡର କ୍ଷେତ୍ରଫଳ ବହୁତ କମ୍‌। ଏମିତିରେ ଯେତେବେଳେ ପ୍ରଥମ ଥର ପାଇଁ ଇଣ୍ଟରନେଟରେ ଲୋକମାନଙ୍କୁ ଏହି ଦେଶ ବିଷୟରେ ପତ୍ତା ମିଳିଲା, ଲୋକମାନେ ଏହି ଦେଶକୁ ବହୁତ ଡୋନେସନ୍‌ କରୁଛନ୍ତି। ଯାହାଦ୍ୱାରା ଏଠାରେ ରହୁଥିବା ଲୋକଙ୍କୁ ଆର୍ଥିକ ରୂପେ ସହାୟତା ମିଳୁଛି। ସିଲାଣ୍ଡର ସରଫେସ ଏରିୟା ୬ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ରହିଛି। ଏହି ଦେଶ ଏତେ ଛୋଟ ଯେ ଆପଣ ଗୁଗଲ ମ୍ୟାପରେ ବି ଏହାର ପତ୍ତା ଲଗାଇପାରିବେନି। କୁହାଯାଏ ଯେ ଏହି ଯାଗାକୁ ବ୍ରିଟେନ ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଣ୍ଟ ଏୟାରକ୍ରାଫ୍ଟ ଡିଫେନସିଭ ଗନ ପ୍ଲାଟଫର୍ମ ପାଇଁ ତିଆରି କରାଯାଇଥିଲା। ୨୦୧୧ ଆକଳନ ଅନୁଯାୟୀ ସିଲାଣ୍ଡର ଜନସଂଖ୍ୟା ମାତ୍ର ୨୭ ଥିଲା। ସିଲାଣ୍ଡକୁ ଆନ୍ତର୍ଜାତିକ ସ୍ତରରେ ଏବେ ପର୍ଯ୍ୟନ୍ତ ମାନ୍ୟତା ମିଳିନାହିଁ। ସିଲାଣ୍ଡର କ୍ଷେତ୍ରଫଳ ୦.୪୪ ବର୍ଗମିଟର ହେବାସହିତ ବର୍ତ୍ତମାନ ଏହାର ଜନସଂଖ୍ୟା ୮୦୦ ରହିଛି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆହୁରି ବି ଗୋଟେ ଏମିତି ଦେଶ ଅଛି ଯାହାକୁ ବହୁତ ଛୋଟ ଧରାଯାଏ। ଆପଣ କହିପାରିବେ ଏହା ଦୁନିଆର ସବୁଠାରୁ ଛୋଟ ଦେଶ। କିନ୍ତୁ ଏବେ ସୁଦ୍ଧା ଏହା ଅଫିସିଆଲ ଭାବେ ମାନ୍ୟତା ପାଇନାହିଁ। ଏହି ଦେଶର ନାମ ମୋଲସିୟା। ଯାହା ଆମେରିକା ନିକଟବର୍ତ୍ତୀ ସ୍ଥାନରେ ରହିଛି। ଖାସ୍‌ କଥା ହେଉଛି ଏହି ଦେଶର ମୋଟ ଜନସଂଖ୍ୟା ରହିଛି ପ୍ରାୟ ୩୩ ଏବଂ ଏହି ୩୩ ଲୋକଙ୍କ ମଧ୍ୟରୁ ଗୋଟେ ପଶୁ ବି ସାମିଲ ରହିଛି।

ଆମ ଦେଶର ଗୋଟେ ପରିବାରର ମୋଟ ସଦସ୍ୟ ଯେତିକି ହେବେ ସେତିକି ବି ଏହି ମୋଲସିୟା ନାମକ ଦେଶର ଜନସଂଖ୍ୟା ବି ନୁହେଁ। ଏହାସହିତ ଯଦି ସିଲାଣ୍ଡ ବିଷୟରେ କହିବା ତାର ବି ଜନସଂଖ୍ୟା ବହୁତ କମ୍‌ । ଯଦିଓ ଏହା ଅଫିସିଆଲ ଭାବେ ଦୁନିଆର ସବୁଠାରୁ ଛୋଟ ଦେଶରେ ସାମିଲ ହୋଇନାହିଁ ସେଥିପାଇଁ ଏହା ବିଷୟରେ ଲୋକେ ଏତେଟା ଜାଣିନାହାଁନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ବି ଏହି ଦେଶ ବହୁତ ରୋଚକପୂର୍ଣ୍ଣ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.