ପାରାଲିସିସରେ ପୀଡ଼ିତ ଥିବା ସ୍ତ୍ରୀକୁ ପୋଖରୀ ବୁଡ଼େଇ ମାରିଲା ପିଶାଚ ସ୍ୱାମୀ, ଏବେ ଫେରାର

କାମାକ୍ଷାନଗର (କେନ୍ୟୁଜ) : ପିଶାଚ ସ୍ୱାମୀ ଉନ୍ମୁକ୍ତ କାଣ୍ଡ । ପୋଖରୀରେ ନିଜ ସ୍ତ୍ରୀକୁ ଜିଅନ୍ତା ବୁଡ଼େଇ ମାରିଲା ରାକ୍ଷସ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ । ଗାଁର ଦିଲ୍ଲୀପ ବେହେରା ନିଜ ୪୦ ବର୍ଷୀୟା ସ୍ତ୍ରୀ ଲକ୍ଷ୍ମୀ ବେହେରାକୁ ଗାଁ ପୋଖରୀରେ ବୁଡ଼େଇ ମାରିଥିବା ନେଇ ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ,ଲକ୍ଷ୍ମୀ କିଛି ମାସ ହେବ ପକ୍ଷାଘାତ ରୋଗରେ ପୀଡିତ ଥିଲେ । ଆଜି ଦିଲ୍ଲୀପ ନିଜ ସ୍ତ୍ରୀକୁ ପୋଖରୀକୁ ଗାଧୋଇ ନେଇଥିଲେ । ନିଜ ପୁଅକୁ ଶହେ ଟଙ୍କା ଦେଇ ଦୋକାନରୁ ଖାଇବାକୁ କହି ବାହାରକୁ ପଠେଇ ଦେଇଥିଲେ । ପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପୋଖରୀ ପାଣିରେ ବୁଡ଼େଇ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ । ପାରିପାର୍ଶ୍ଵିକ ଅବସ୍ଥାରୁ ଏହା ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ତେବେ ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଏସଡିପିଓ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.