ମାଲିକାଣୀ ପାଖକୁ ଦୌଡ଼ି ଆସି ଏମିତି ଆଲିଙ୍ଗନ କଲା ହଜିଲା କୁକୁର, ତ ଖୁସିରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ମହିଳା, ଦେଖନ୍ତୁ ଇମୋଶନାଲ Video

ସୋସିଆଲ ମିଡିଆରେ ଅନେକ ସମୟରେ କୁକୁରମାନଙ୍କ ଭିଡିଓ ଖୁବ୍‌ ଭାଇରାଲ ହୋଇଥାଏ। କିଛି ଭିଡିଓ ଆମକୁ ହସାଇଥାଏ ତ ଆଉ କିଛି ଭିଡିଓ ଆମ ହୃଦୟକୁ ଛୁଇଁଥାଏ। ଏବେ ଏମିତି ହିଁ ଏକ ଭିଡିଓ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଭିଡିଓକୁ ଯିଏ ବି ଦେଖିବ, ସିଏ ଇମୋଶନାଲ୍‌ ହୋଇଯିବ। ଏଥିରେ ଆପଣ ଏକ କୁକୁର ଓ ତା’ ମାଲିକାଣୀକୁ ଦେଖିପାରିବେ।

ଭିଡିଓ ଦେଖିଲେ ଆପଣ ବୁଝିପାରିବେ କି, ପଶୁ ମଧ୍ୟ ମଣିଷକୁ ଏତେ ଭଲ ପାଇପାରେ। ତେବେ କୁକୁର ଓ ତା’ ମାଲିକାଣୀ ପରସ୍ପରକୁ ଆଲିଙ୍ଗନ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। କୁକୁରଟି ଏତେ ଭଲ ପାଇବା ଦେଉଛି ଯେ ମାଲିକାଣୀ ଜଣକ ତାକୁ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି। ଏହି ଭାଇରାଲ ଭିଡିଓକୁ ଏ ପର୍ଯ୍ୟନ୍ତ ୫୪ ହଜାରରୁ ଅଧିକ ଥର ଦେଖାଯାଇ ସାରିଥିବା ବେଳେ ୪ ହଜାରରୁ ଅଧିକ ଲାଇକ୍ସ ମିଳିଛି।

ଭିଡିଓରେ କ୍ୟାପସନ ରହିଛି କି, କୁକୁରଟି ହଜିଯାଇଥିଲା। ଲୋକେ ଯେତେବେଳେ ମହିଳାଙ୍କୁ ତାଙ୍କ କୁକୁର ମିଳିଥିବା ନେଇ ସୂଚନା ଦେଇଥିଲେ ତ ମହିଳା କୁକୁରକୁ ଭେଟିବା ପରେ ଖୁସିରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। କୁକୁର ଓ ମାଲିକାଣୀ ଉଭୟ ପରସ୍ପରକୁ ଢ଼େର୍‌ ଭଲ ପାଇବା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.