ଏହି ଯୁବତୀଙ୍କ ପାଇଁ କାଳ ସାଜିଲା ବେଡରୁମ୍ ସେଲଫି, ଖୋଲିଲା ଏମିତି ରାଜ ଯେ ପୋଲିସ କଲା ଗିରଫ
![selfie_lover](https://knewsodisha.com/wp-content/uploads/2019/09/selfie_lover.jpg)
ସେଲଫିର କ୍ରେଜ୍ ଲୋକଙ୍କ ଉପରେ ଏତେ ମାତ୍ରାରେ ଘାରିଛି ଯେ ଏଥିପାଇଁ କେବେକେବେ ସେମାନେ ବହୁତ ବଡ ସମସ୍ୟାରେ ପଡିଯାଉଛନ୍ତି। କେବେ କେବେ ଏହି ସେଲଫି ନିଶା ପାଇଁ ବ୍ୟକ୍ତିଙ୍କର ଜୀବନ ମଧ୍ୟ ଚାଲିଯାଉଛି। ନିଜର ଫଟୋକୁ ସବୁଠୁ ଖାସ୍ ଆଉ ସୁନ୍ଦର କରିବା ପାଇଁ ଅନେକ ଯୁବକ ଯୁବତୀ ବଡ ବଡ ଅସୁବିଧାର ସାମ୍ନା ମଧ୍ୟ କରୁଛନ୍ତି। ଏମିତି ହିଁ କିଛି ଘଟଣା ଘଟିଛି ଇଂଲଣ୍ଡର ମାନଚେଷ୍ଟର ସିଟିରେ ରହୁଥିବା ଜଣେ ମହିଳାଙ୍କ ସହିତ।
୨୫ ବର୍ଷିୟା ପେରିସ କୋନୋଲୀ ଜଣେ ଚାରି ବର୍ଷ ପୁଅର ମା’ ଏବଂ ସେ ସେଲ୍ଫି ନେବାର ବହୁତ ସୌକିନ ଅଟନ୍ତି। ପେରିସ୍ ତାଙ୍କର ଏକ ସେଲଫିକୁ ସୋସିଆଲ ମିଡିଅରେ ସେୟାର କରିଥିଲେ। ବେଡରୁମରେ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିବା ସେଲଫିରେ କ୍ୟାନବିସ (ଏକ ପ୍ରକାର ନିସରା ଜାତୀୟ ଗଛ) ମଧ୍ୟ ଦେଖାଯାଉଛି।
ପେରିସଙ୍କ ଇନଷ୍ଟାଗ୍ରାମ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ବହୁତ ସେଲଫି ସେୟାର କରାଯାଇଛି। ସେ ନିଜକୁ ଟିଭି ଅଭିନେତ୍ରୀ କିମ କଦର୍ଶିୟନ ବୋଲି ଭାବନ୍ତି। ସେ ସବୁବେଳେ ତାଙ୍କରି ଢ଼ଙ୍ଗ ଏବଂ ଅନ୍ଦାଜରେ ଫଟୋଶୁଟ କରନ୍ତି।
ପେରିସଙ୍କର ଏହି ସେଲ୍ଫି ଉପରେ କାହାର ଏତେ ଗଭୀର ନଜର ପଡିଗଲା ଯେ ସେ ପୋଲିସକୁ ଏହାର ସୂଚନା ଦେଇଦେଲେ। ପୋଲିସ ସେଲଫି ଦେଖିବା ପେରିସଙ୍କ ଘରେ ରେଡ୍ ମାରିଥିଲେ ଏବଂ ତାଙ୍କ ବେଡରୁମରୁ ସେହି ଗଛକୁ ଜବତ କରିଥିଲେ। ଏହାଛଡା ଡ୍ରଗସର ପ୍ୟାକେଟ ମଧ୍ୟ ଜବତ ହୋଇଛି।
ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲେ, ଯାହାର ମାମଲା ଏବେ କୋର୍ଟରେ ଚାଲୁଛି। କୋର୍ଟରେ ପେରିସ ଅନୁରୋଧ କରିଥିଲେ ଯେ ତାଙ୍କ ସ୍ୱାମୀ ଏକ ମାମଲାରେ ତିନି ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି। ଏମିତିରେ ଯଦି କୋର୍ଟ ତାଙ୍କୁ ମଧ୍ୟ ଜେଲ ଦଣ୍ଡ ଶୁଣାନ୍ତି ତେବେ ତାଙ୍କ ଚାରି ବର୍ଷର ପୁଅର ଧ୍ୟାନ କିଏ ରଖିବ।
ପେରିସଙ୍କ ଏହି ଅନୁରୋଧକୁ ଧ୍ୟାନରେ ରଖି କୋର୍ଟ ତାଙ୍କୁ କେବଳ ୧୬ ମାସ ଅର୍ଥାତ ୧୮୦ ଘଣ୍ଟା ଅନପ୍ୟାଡ୍ ସାମାଜିକ କାମ କରିବାର ଦଣ୍ଡ ଶୁଣାଇଛନ୍ତି। ପେରିସଙ୍କ ଏହି ସାମାଜିକ କାମ ଏକ ସ୍କୁଲରେ କରିବାକୁ ହେବ ।