ନିଜ ରାଶିରେ ବକ୍ରି ହେବେ ଶନି: କିଛି ରାଶି ପାଇଁ ଶୁଭ ଓ କିଛି ପାଇଁ ଅଶୁଭ, ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଷ ଅନୁସାରେ ଶନିଦେବଙ୍କ ଚଳନ ମଣିଷ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ନିକଟରେ ୨୯ ଏପ୍ରିଲରେ ଶନି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ଏବେ ଶନି ଖୁବଶୀଘ୍ର ଏହି ରାଶିରେ ବକ୍ରି ହେବାକୁ ଯାଉଛନ୍ତି। ଶନିଙ୍କ ବକ୍ରି ଚଳନ ସବୁ ରାଶିକୁ ପ୍ରଭାବିତ କରିବ। କାହା ଉପରେ ଏହାର ଶୁଭ ପ୍ରଭାବ ପଡିବ ତ ଆଉ କାହା ଉପରେ ଅଶୁଭ। ଶନି ଜୁନ ୫ ତାରିଖରେ ବକ୍ରି ହେବାକୁ ଯାଉଛି। ୨୩ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଏହା ବକ୍ରି ରହିବେ। ତେଣୁ କେଉଁ ରାଶି ଉପରେ ଏହା କ’ଣ ପ୍ରଭାବ ପକାଇବ ତାହା ଜାଣିବା ଜରୁରୀ।

ଏହିସବୁ ରାଶି ଉପରେ ପଡିବ ପ୍ରଭାବ :

ମେଷ, ବୃଷ, ମିଥୁନ ଏବଂ ଧୁନ ରାଶି ଉପରେ ଶନି ବକ୍ରି ହେବା ଶୁଭ ହେବ। ଏମାନଙ୍କ କ୍ୟାରିଅର ବେପାରରେ ଲାଭ ମିଳିବ। ଆୟ ବଢିବ, ଅନେକ ବଡ କଣ୍ଟ୍ରାକ୍ଟ ମିଳିବ।

ଏମାନେ ରୁହନ୍ତୁ ସାବଧାନ :

ଏହି ସମୟରେ ମକର, କୁମ୍ଭ, ମୀନ ରାଶି ଜାତକ ଉପରେ ଶନିଙ୍କ ସାଢେ ସାତୀ ଚାଲିବ। କର୍କଟ ଏବଂ ବୃଷ ରାଶିରେ ଦେଢ ଦଶା ଚାଲିବ। ଏହିସବୁ ରାଶି ଉପରେ ଶନିଙ୍କ ବିଶେଷ ନଜର ରହିବ। ଅନେକ ମାମଲାରେ କେତେକ ସମସ୍ୟାର ସାମ୍ନା କରିବାକୁ ହେବ।

shanidev

ଶନି ଦେବଙ୍କ ପୀଡାରୁ ନିଜାତ ପାଇବା ପାଇଁ କରନ୍ତୁ ଏହିସବୁ ଉପାୟ :

ଶନିଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ଏବଂ ଶନିଙ୍କ କୃପା ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ସହଜ କିନ୍ତୁ ପ୍ରଭାବୀ ଉପାୟ ବତାଯାଇଛି। ଏହି ଉପାୟ କରିବା ପାଇଁ ଶନିବାର ଦିନ ସର୍ବଶ୍ରେଷ୍ଠ। ଶନିବାର ଶନିଦେବଙ୍କ ସମର୍ପିତ। ଏହିସବୁ ଉପାୟ ଆପଣାଇଲେ ସମସ୍ୟାରୁ ମୁକ୍ତି ମିଳିବ।

ଶନି ଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ଅଶ୍ୱତ୍ଥ ଗଛ ତଳେ ସୋରିଷ ତେଲର ଦୀପ ଜଳାନ୍ତୁ। ଶନି ମନ୍ଦିର ଯାଇ ଶନିଦେବଙ୍କ ତେଲ ଅର୍ପଣ କରନ୍ତୁ। କିନ୍ତୁ କେବେ ବି ଶନିଙ୍କ ମୂର୍ତ୍ତି ଆଗରେ ଠିଆ ହୁଅନ୍ତୁ ନାହିଁ।

ଶନି ଚାଳିଶା ପାଠ କରନ୍ତୁ।

କଳା ରାଶି, ବିରି ଡାଲି, କଳାକପଡା ଦାନ କରନ୍ତୁ।

ଏକ ପାତ୍ରରେ ତେଲ ନେଇ ସେଥିରେ ନିଜ ମୁହଁ ଦେଖନ୍ତୁ। ପରେ ସେହି ଜାଗାକୁ ଶନି ମନ୍ଦିରରେ ରଖିଆସନ୍ତୁ।

 

Also Read : କୁମ୍ଭ ରାଶିରୁ ଶନି କରିବେ ବକ୍ରି ଚଳନ, ଜାଣନ୍ତୁ କେଉଁ ରାଶିକୁ ମିଳିବ ଲାଭ ଓ କାହାକୁ କ୍ଷତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.