ସାପ ସହିତ ଖେଳିବା ବ୍ୟକ୍ତିଙ୍କୁ ପଡିଲା ମହଙ୍ଗା, ଅଜାଗା ସ୍ଥାନକୁ ମାରିଲା ଚୋଟ; ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ସାପ ସହିତ ଖେଳିବା ଭାରି ପଡିଛି। କୁହାଯାଏ ସାପଠୁ ସର୍ବଦା ଦୂରେଇ ରହିବା ଉଚିତ୍ । କାରଣ ସାପ ସହ ପଙ୍ଗା ନେବା ଅର୍ଥ ଜୀବନ ପ୍ରତି ବିପଦକୁ ଟାଣି ଆଣିବା । କିନ୍ତୁ ଏହି ଭିଡିଓ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଯୁବକ ଜଣକ ସାପ ସହିତ ଖେଳୁଥିଲେ। ଏହି ସମୟରେ, ସାପ ଯୁବକଙ୍କର ଏପରି ସ୍ଥାନରେ କାମୁଡ଼ି ଦେଇଥିଲା ଯାହାକୁ ସେ କାହାକୁ କହିପାରିବେ ନାହିଁ।
ତଥାପି ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଜାଣି ଜାଣି ଏପରି ଭୁଲ କରିଥାନ୍ତି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓଟି ଆପଣଙ୍କୁ ନିଶ୍ଚୟ ଏଣ୍ଟରଟେନମେଣ୍ଟ କରିବ । ଆଉ ଏହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ । ଭିଡିଓଟିରେ ଯୁବକ ଜଣକ ସାପଟିର ଲାଞ୍ଜକୁ ଧରି ତାସହ ଖେଳୁଛନ୍ତି । ଆଉ ସାପଟି ଏହି ଖୁବ ଆକ୍ରମଣାତ୍ମକ ହୋଇପଡୁଛି । ଭିଡିଓର ପ୍ରଥମ ଫ୍ରେମରେ, ସାପଟି ସେହି ବ୍ୟକ୍ତିଙ୍କ ଉପରକୁ ଡେଉଁଥିବାର ଦେଖାଯାଉଛି । ତଥାପି, ବ୍ୟକ୍ତି ସାପର ପ୍ରଥମ ଆକ୍ରମଣରୁ ନିଜକୁ ରକ୍ଷା କରିଛନ୍ତି। ଏହା ପରେ, ସେ ପୁଣି ଥରେ ସାପର ଲାଞ୍ଜ ଧରି କୌଶଳ ପ୍ରଦର୍ଶନ କରିବା ଆରମ୍ଭ କଲେ ।
ଦେଖନ୍ତୁ ଭିଡିଓ –
View this post on Instagram
ଭିଡିଓରେ ଆପଣ ଦେଖିପାରିବେ ଯେ ପ୍ରଥମ ସାପ ଆକ୍ରମଣରୁ ବଞ୍ଚିବା ପରେ ସାପ ପୁଣି ସେହି ବ୍ୟକ୍ତିଙ୍କୁ ଆକ୍ରମଣ କରିଛି। ବ୍ୟକ୍ତି ଜଣକ ପଛରୁ ଲାଞ୍ଜ ଧରିବା ମାତ୍ରେ ଏଥର ସାପଟି ଡେଇଁପଡି ଯୁବକଙ୍କ ପ୍ରାଇଭେଟ ପାର୍ଟକୁ କାମୁଡିଦେଉଛି । ଏହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ହସିବା ଆରମ୍ଭ କରୁଛନ୍ତି । ଯେତେବେଳେ ଲୋକଟି ଜୋରରେ ପାଟି କରିବାକୁ ଲାଗିଲା । ସେତେବେଳେ ସାପଟି କେଉଁଆଡକୁ ଚାଲିଯାଇଥିଲା । ବର୍ତ୍ତମାନ ପର୍ୟ୍ୟନ୍ତ ୧୬ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି । ଲୋକମାନେ ଭିଡିଓରେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି।