ମେଷ ରାଶିରେ ହେଉଛନ୍ତି ଶୁକ୍ର ଗୋଚର, ଏହି ୫ଟି ରାଶିର ବ୍ୟକ୍ତିତ୍ୱ ରୁହନ୍ତୁ ସାବଧାନ

ରାହୁ ଗତମାସରୁ ରାଶି ବଦଳାଇ ମେଷ ରାଶିରେ ପ୍ରବେଶ କରିଛନ୍ତି। ୨୩ ମଇ ଅର୍ଥାତ୍‌ ଆଜିଠାରୁ ଶୁକ୍ର ଗୋଚର ମେଷ ରାଶିରେ ହେଉଛି। ମେଷ ରାଶିରେ ରାହୁ ଶୁକ୍ର ମିଶି କ୍ରୋଧ ଯୋଗ ରହିଛି। ରାହୁ ଶୁକ୍ର ମେଷ ରାଶିରେ ଏକାଠି ହେବା କିଛି ରାଶି ପାଇଁ ଅଶୁଭ ହୋଇପାରେ। ଏହି ରାଶିର ବ୍ୟକ୍ତି ବିଶେଷ ସାବଦାନ ରହିବା ଉଚିତ। ସବୁ କାମ ବୁଝିବିଚାରି କରିବା ଉଚିତ। ଏହି ସମୟରେ କ୍ରୋଧ କରିବା, ଯୁକ୍ତିତର୍କ କରିବାରୁ ନିବୃତ୍ତ ରହିବା ଉଚିତ। ଶୁକ୍ରଆଗାମୀ ୨୭ ଦିନ ପାଇଁ ମେଷ ରାଶିରେ ରହିବେ। ସେପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ସତର୍କତାର ସହିତ ରହିବାକୁ ପଡିବ।

ଜାଣନ୍ତୁ କେଉଁ ରାଶି ରହିବେ ସତର୍କ :

ମେଷ ରାଶି : ମେଷ ରାଶିର ବ୍ୟକ୍ତିତ୍ୱ ରାହୁ ଶୁକ୍ର ଏକାଠି ହେବାକୁ ଯୋଗୁଁ ନିଜ ରାଗ ବା କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିବେନାହିଁ। କେବେ ବି କାହା ସହିତ ଅଯଥାରେ ଯୁକ୍ତିତର୍କ କରନ୍ତୁ ନାହିଁ। ଲାଇଫ ପାଟର୍ନର କିମ୍ବା ଲଭ ପାର୍ଟନର ସହିତ ସମ୍ପର୍କ ବିଗିଡିଯିବାର ସମ୍ଭାବନା ରହିଛି।

ବୃଷ ରାଶି : ରାହୁ ଶୁକ୍ର ଯୋଗ ବୃଷ ରାଶିର ଲୋକଙ୍କର ସମ୍ପର୍କ ଏବଂ ଅର୍ଥ କାରବାରରେ ସମସ୍ୟା ଆଣିପାରେ। ତେଣୁ ବୁଝି ବିଚାରି ଖର୍ଚ୍ଚ କରନ୍ତୁ। ନଚେତ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ନିଜର ପର୍ସନାଲିଟିର ଧ୍ୟାନ ରଖନ୍ତୁ। ଲୋକଙ୍କୁ ଭଲ ବ୍ୟବହାର କରନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ।

zodiac sign

ସିଂହ ରାଶି : ସିଂହ ରାଶିର ଜାତକ ଥିବା ଲୋକ ରାହୁ ଶୁକ୍ର ଯୋଗ ଯୋଗୁଁ ବିବାଦରେ ପଡିପାରନ୍ତି। ଆପଣଙ୍କ ସମ୍ପର୍କରେ ମତଭେଦ ଆସିପାରେ। ପରସ୍ପରର ଭାବନାକୁ ବୁଝନ୍ତି। ଅଯଥାରେ ଝଗଡା କରନ୍ତୁ ନାହିଁ।

ତୁଳା ରାଶି : ତୁଳା ରାଶିର ଯାତକ ଥିବା ଲୋକ କ୍ରୋଧ ଯୋଗ ବୈବାହିକ ଜୀବନରେ ସମସ୍ୟା ଆଣିପାରେ। ତେଣୁ ଏହି ସମୟରେ ସଠିକ୍‌ ବ୍ୟବହାର କରନ୍ତି। ନିଜ ପାଟର୍ନର ଠାରୁ ଦୂରେଇ ଯିବାର ସମ୍ଭାବନା ମଧ୍ୟରହିଥାଏ। ତେଣୁ ନିଜ ସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ସଂଯମତା ରକ୍ଷା କରନ୍ତୁ।

କୁମ୍ଭ ରାଶି : ରାହୁ ଶୁକ୍ର ଏକାଠି ହେବା ଏହି ରାଶିର ବ୍ୟକ୍ତିତ୍ୱଙ୍କର କ୍ରୋଧ ବଢାଇବ। ସେମାନଙ୍କର ଏକାଗ୍ରତା ରହିବ ନାହିଁ। ଅନେକ ଇଚ୍ଛା ଆପଣଙ୍କୁ ବିଚଳିତ କରିପାରେ। ନିଜ ଲୋକଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ ଝଗଡା ସମୟରେ ଧୈର୍ଯ୍ୟ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.