ସ୍କୁଟିରେ ୬ ଜଣ ଜାଗା ନହେବାରୁ ସାଙ୍ଗଙ୍କୁ କାନ୍ଧରେ ବସାଇ ନେଉଥିଲେ, ଟ୍ରାଫିକ୍‌ରେ ହେଲା ଏମିତି ଅବସ୍ଥା

ଲୋକଙ୍କ ସୁରକ୍ଷା ପାଇଁ ସରକାର ଯେତେ ଟ୍ରାଫିକ ନିୟମ ତିଆରି କରୁଥିଲେ ମଧ୍ୟ ଲୋକମାନେ କିନ୍ତୁ ଏହାକୁ ମାନିବାକୁ ନାରାଜ। ଏହି କାରଣରୁ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଅମାନିଆଙ୍କ ଯୋଗୁ ନୀରିହ ଲୋକଙ୍କର ବି ଜୀବନ ଯାଉଛି। ବେଳେବେଳେ ରାସ୍ତାରେ ଆମେ ଗୋଟିଏ ବାଇକରେ ୪ ଜଣ ବସି ଯାଉଥିବାର ଦେଖିଥାଉ। ପୋଲିସ ଏମାନଙ୍କୁ ଦେଖିଲେ ଚାଲାଣ କାଟିବା ଏକ ପ୍ରକାରର ନିଶ୍ଚିତ ଥାଏ। ପୋଲିସ ହାତରେ ଧରା ପଡ଼ିବା ଡର ଥିଲେ ମଧ୍ୟ ଲୋକମାନେ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି। ସେମିତି ଏକ ଘଟଣା ଏବେ ମୁମ୍ବାଇରେ ସାମ୍ନାକୁ ଆସିଛି। ଏଠାରେ କିଛି ଯୁବକ ନିୟମ ଭାଙ୍ଗିବାର ସବୁ ସୀମାକୁ ଟପିଯାଇଛନ୍ତି।

ଏଠାରେ ଏକ ସ୍କୁଟିରେ ୬ ଜଣ ଲୋକ ଯାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସବୁଠୁ ମଜା କଥା ହେଉଛି ଜଣେ ଯୁବକ ଆଉ ଜଣଙ୍କ କାନ୍ଧରେ ବସିଛନ୍ତି। ସ୍କୁଟି ସିଟ୍‌ରେ ବସିବାକୁ ଜାଗା ନ ଥିବାରୁ ସେ ସିଧାସଳଖ କାନ୍ଧରେ ବସି ଯାତ୍ରା କରୁଛି।

ଏହି ଭିଡିଓକୁ ଟ୍ଵିଟରରେ @HoraRamandeep ସେୟାର କରିଛନ୍ତି। ଏହି ୫ ସେକେଣ୍ଡର ଭିଡିଓରେ ଦେଖାଯାଇଛି ଯେ କିଛି ଯୁବକ ଟ୍ରାଫିକ୍‌ ରେଡ୍‌ ଲାଇଟ୍‌ରେ ଠିଆ ହୋଇଛନ୍ତି। ସେମାନେ ଏକ ଧଳା ରଙ୍ଗର ସ୍କୁଟିରେ ଅଛନ୍ତି। ଜଣେ ଯୁବକଙ୍କୁ ଶେଷରେ ବସିଥିବା ଯୁବକ କାନ୍ଧରେ ବସାଇଛନ୍ତି। ଟ୍ଵିଟରରେ ଏହି ଭିଡିଓ ସେୟାର କରି ୟୁଜର ମୁମ୍ବାଇ ପୋଲିସକୁ ଟ୍ୟାଗ୍‌ କରିଛନ୍ତି।

ମୁମ୍ବାଇ ପୋଲିସକୁ ଏ ନେଇ ଜଣାପଡ଼ିବା ପରେ ସେ ୟୁଜରଙ୍କୁ ସମସ୍ତ ସୂଚନା ମାଗିଥିଲେ। ଏଥିସହ ସେ ଅଞ୍ଚଳର ପୋଲିସ ଷ୍ଟେସନ୍‌କୁ ଏ ନେଇ ଜଣାଇଥିଲେ ଓ ସେମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ୟୁଜର କହିଛନ୍ତି- ଏହା ଷ୍ଟାର ବଜାର ଅନ୍ଧେରୀ ୱେଷ୍ଟ ନିକଟର ଘଟଣା। ଏଠାରେ ଟ୍ରାଫିକ୍‌ ପୋଷ୍ଟରେ କିଛି ଯୁବକ ଏଭଳି ସ୍କୁଟିର ଯାଉଥିଲେ। ଏମିତି କି ସେମାନେ ହେଲମେଟ୍‌ ବି ପିନ୍ଧି ନଥିଲେ।


ଟ୍ଵିଟର ୟୁଜରଙ୍କ ନଜରରେ ଏହି ଭିଡିଓ ପଡ଼ିବା ପରେ ସମସ୍ତେ ରାଗୁଥିବା ଦେଖିବାକୁ ମିଳିଛି। କିଛି ୟୁଜର୍ସ ଲେଖିଛନ୍ତି- ପୋଲିସ ନମ୍ବର ପ୍ଲେଟ୍‌ ଦେଖିବା ପରେ ତାଙ୍କୁ ଅନ୍‌ଲାଇନ୍‌ ଚାଲାଣ ପଠାଇବା ଦରକାର।

ସେହିପରି ଆଉ କିଛି ୟୁଜର ଲେଖିଛନ୍ତି-ଚାଲାଣ କାଟିବା ହିଁ କେବଳ ଏହାର ସମାଧାନ ନୁହେଁ। ଏମାନଙ୍କୁ କଡ଼ା ଦଣ୍ଡ ଦରକାର।

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ଏମାନଙ୍କୁ ଦେଖିଲେ ଲାଗୁଛି ଯେମିତି ଜନ୍ମାଷ୍ଟମୀ ପାଇଁ ଆଗୁଆ ପ୍ରସ୍ତୁତି ଚାଲିଛି।

Also Read: ୩୦୦ ଫୁଟ୍‌ ଗଭୀର ବୋରୱେଲରେ ଗଳି ପଡ଼ିଥିବା ଶିଶୁର ମୃତ୍ୟୁ, ୮ ଘଣ୍ଟାର ରେସ୍‌କ୍ୟୁ ଅପରେସନ୍‌ ପରେ ବି ବଞ୍ଚାଇହେଲାନି ଜୀବନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.