ରାସ୍ତା ଫଟାଇ ବାହାରିଲା କଙ୍କାଳ ‘କ୍ୟାଟରୀନା’, ତା’ ପରେ ଯାହା ହେଲା ଆପଣ ବି ଜାଣି ହେବେ ଆଶ୍ଚର୍ଯ୍ୟ

ଆପଣ କେବେ ବି ଏପରି ଉତ୍ସବ ବିଷୟରେ ଶୁଣିନଥିବେ। ଯେଉଁଦିନକୁ ଡେ ଅଫ ଦ ଡେଡ୍‌ ଅର୍ଥାତ୍‌ ‘ମୃତକଙ୍କ ଦିନ’। ହୁଏତ ଏପରି କେବେ ଶୁଣିନଥିବେ। କିନ୍ତୁ ମେକ୍ସିକୋ ସହରରେ ଏପରି ଏକ ଉତ୍ସବ ପାଳନ କରାଯାଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଚକିତ ହୋଇପଡିବେ। ଏହି ସହରରେ ଏହିଦିନ ଟାଲାହୁଆକ ସଡକରେ ଏକ ବିଶାଳ କଙ୍କାଳ ଦେଖିବାକୁ ମିଳିଥାଏ। ଏହାକୁ ରାସ୍ତାରେ ପିଲାମାନେ ଖେଳିବା ପାଇଁ ରଖାଯାଇଛି। ଏହାକୁ ସଡକରେ ଏପରି ରଖାଯାଇଛି ଯେପରି ଏହା ରାସ୍ତା ଫାଟି ବାହାରିଲା ପରି ଦେଖାଯାଉଛି।

skleton 2

ଖବର ମୁତାବକ, ସ୍ଥାନୀୟ କଳାକାର ଏହାକୁ ପ୍ରସ୍ତୁତ କରିଛନ୍ତି। ଏହାକୁ ପ୍ରସ୍ତୁତ କରାଯାଇ ୨୯ ଅକ୍ଟୋବରରୁ ରାସ୍ତା ଉପରେ ରଖାଯାଇଛି। ଯେଉଁଥିରେ ପିଲାମାନେ ଖେଳୁଛନ୍ତି। ଏହି ପରମ୍ପରା ପାଖାପାଖି ୨୦୦୦ ବର୍ଷ ପୁରୁଣା। ଏହି ବିଶାଳ କଙ୍କାଳକୁ କାର୍ଡବୋର୍ଡ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଏହି ପରମ୍ପରାକୁ ମୃତ ପରିଜନଙ୍କ ସ୍ମୃତି ସ୍ମରଣ ପାଇଁ ପାଳନ କରାଯାଏ। ମୃତ୍ୟୁବରଣ କରିଥିବା ପରିଜନଙ୍କ ଆତ୍ମା ଗୋଟେ ଦିନ ପାଇଁ ରହିବାକୁ ଏମାନଙ୍କ ପାଖକୁ ଆସିଥାନ୍ତି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି।

ଏହାସହ ପଢ଼ନ୍ତୁ ; ପଞ୍ଜାବରେ ରହିଛି ଏମିତି ଏକ ଗାଁ, ଯେଉଁଠି ପରିଚୟ ବନିଥାଏ ଘରର ପାଣିଟାଙ୍କି

skelton 4

ଏହି ଉତ୍ସବ ଆରମ୍ଭରୁ ସହରରେ ‘କ୍ୟାଟରୀନା’କୁ ପ୍ୟାରେଡ କରାଯାଏ। ମେକ୍ସିକାନ କାଟୁନିଷ୍ଟ ଜୋସ ଗୋଡାଲୁପେ ପୋସାଦ ପାଖାପାଖି ୧୦୦ ବର୍ଷ ପୂର୍ବେ ଏକ କଙ୍କାଳ ପ୍ରସ୍ତୁତ କରିଥିଲେ ଯାହାର ନାମ ଥିଲା କ୍ୟାଟରୀନା। ଏହି ପ୍ୟାରେଡରେ ସାମିଲ ହୋଇଥିବା ଲୋକ ‘କଙ୍କାଳ’ ବ୍ୟତୀତ ବିଭିନ୍ନ ଫ୍ୟାନ୍ସୀ ପୋଷାକ ପିନ୍ଧିଥିବାର ନଜର ମଧ୍ୟ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.